Monday, May 25, 2026 05:20 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କମାଲ୍ କଲେ ରାହୁଲ

by Our Correspondent
25 Jan, 2019- 11:55 PM
in Latest News, News, Politics
1 min read
0
କମାଲ୍ କଲେ ରାହୁଲ
ଭୁବନେଶ୍ୱର: ରାହୁଲ ଗାନ୍ଧୀଙ୍କ ଆଜିର ତମାଣ୍ଡୋ ଭାଷଣକୁ ନେଇ ସବୁଆଡ଼େ ଚର୍ଚ୍ଚା । ରାହୁଲ ଚମତ୍କାର ଶୈଳୀରେ ମୋଦି ଓ ନବୀନଙ୍କ ସମ୍ପର୍କ ବଖାଣିଲେ । ଦୁହିଁଙ୍କ ବିଚାରଧାରା ସମାନ ବୋଲି ଦର୍ଶାଇ କଟୁ ଆକ୍ଷେପ କଲେ । ମୋଦିଙ୍କୁ ସବୁଦିନ ଗାଳି କରୁଥିବା ରାହୁଲ ପ୍ରଥମ ଥର ପାଇଁ ମୋଦିଙ୍କୁ ସାଙ୍ଗରେ ମିଶାଇ ନବୀନଙ୍କୁ ପ୍ରବଳ ବର୍ଷିଲେ । ଓଡ଼ିଶାରେ ଖଣି, ଚିଟଫଣ୍ଡ ଦୁର୍ନୀତି କଥା ଉଠାଇଲେ । ନବୀନ ସରକାରଙ୍କୁ ଭ୍ରଷ୍ଟାଚାର ସରକାର ବୋଲି କହିଲେ । ନବୀନଙ୍କ ଓଡ଼ିଶାବାସୀଙ୍କୁ ତାଙ୍କର ଆହ୍ୱାନ ଥିଲା, କେନ୍ଦ୍ରରେ ବିଜେପି ସରକାରକୁ ହଟାଓ ଏବଂ ରାଜ୍ୟରେ ବିଜେଡ଼ି ସରକାରକୁ ହଟାଓ । କଂଗ୍ରେସ ହିଁ ଏକ ସୁସ୍ଥ ଓ କଳଙ୍କମୁକ୍ତ ଶାସନ ଦେବ ବୋଲି ବିଶ୍ୱାସ ଦେଲେ । କ୍ଷମତାକୁ ଆସିଲେ ୧୦ ଦିନ ଭିତରେ କୃଷି ଋଣ ଛାଡ଼ କରିବେ ବୋଲି ଲୋକଙ୍କୁ ପ୍ରତିଶ୍ରୁତି ଦେଇ ଭୋଟ ମାଗିଲେ ।
ମୋଟାମୋଟି ରାହୁଲଙ୍କ ଆଜିର ଭାଷଣରେ ରାଜନୈତିକ ପରିପକ୍ୱତା ବେଶ୍ ବାରି ହୋଇପଡ଼ିଥିଲା । ଓଡ଼ିଶାରେ କଂଗ୍ରେସକୁ ଦହନୀୟ ସ୍ଥିତିରୁ ଉଦ୍ଧାର କରିବା ପାଇଁ ରାହୁଲ ନୂଆ ରଣନୀତି ଧରିଥିଲେ । ଦୀର୍ଘ ୧୯ ବର୍ଷ ହେଲା ଓଡ଼ିଶାରେ ହଜିଯାଇଥିବା କଂଗ୍ରେସକୁ ଉଦ୍ଧାର କରିବାକୁ ନବୀନ ହିଁ ଏକମାତ୍ର ଅସ୍ତ୍ର ବୋଲି ବୋଧହୁଏ ଡେରିରେ ବୁଝିଲେ । ସେଥିପାଇଁ ନବୀନଙ୍କୁ ଶାଣିତ ଆକ୍ରମଣ କଲେ । ପୂର୍ବରୁ ଜାତୀୟସ୍ତରର କୌଣସି କଂଗ୍ରେସ ନେତା ନବୀନ ପଟ୍ଟନାୟକଙ୍କ ବିରୋଧରେ ଏଭଳି କହି ନ ଥିଲେ । ରାହୁଲ ପ୍ରଥମ ନଜିର ସୃଷ୍ଟି କଲେ । କଂଗ୍ରେସ ନେତୃତ୍ୱରେ ସମ୍ଭାବ୍ୟ ମହାମେଣ୍ଟ ବିଫଳ ହେବା ପରେ ରାହୁଲ ଏହି ରଣନୀତି ଆପଣେଇଥିବା କୁହାଯାଉଛି ।
ରାହୁଲଙ୍କ ଭାଷଣ ଆଜି କଂଗ୍ରେସ କର୍ମୀଙ୍କୁ ବେଶ୍ ଉତ୍ସାହିତ କରିଛି । ସବୁଠାରୁ ବେଶୀ ଆନନ୍ଦିତ ହୋଇଛନ୍ତି ପିସିସି ମୁଖିଆ ନିରଞ୍ଜନ ପଟ୍ଟନାୟକ । ରାହୁଲଙ୍କଠାରୁ ସେ ଆଜି ଭଲ ସାର୍ଟିଫିକେଟ୍ ପାଇଛନ୍ତି । ଏମିତିରେ ସେ ଭାବିଛନ୍ତି କଂଗ୍ରେସ କ୍ଷମତାକୁ ଆସିଲେ ସେ ହେବେ ମୁଖ୍ୟମନ୍ତ୍ରୀ । ଏହି ସ୍ୱପ୍ନ ତାଙ୍କୁ ଆହୁରି ବିଭୋର କରିଛି । ସବୁଠାରୁ କୌତୁହଳର କଥା, ରାହୁଲ ତାଙ୍କ ଭାଷଣରେ ଓଡ଼ିଶାର ଖଣି ଦୁର୍ନୀତି କଥା ଉଠାଇଥିଲେ । ତେବେ ଖଣି ଦୁର୍ନୀତିରେ ନିରଞ୍ଜନ ପଟ୍ଟନାୟକ ମହାନାୟକ ବୋଲି ନିକଟରେ ତାଙ୍କ ଦଳରୁ ବହିଷ୍କୃତ ନେତା ଶ୍ରୀକାନ୍ତ ଜେନା କହି ଆସୁଛନ୍ତି । ଖଣି ଚୋରି କରିଥିବାରୁ ସେ ରାଜ୍ୟ ସରକାରଙ୍କୁ ୬୦୦ କୋଟି ଟଙ୍କା ଜରିମାନା ଦେଇଥିବା ସେ ଦର୍ଶାଇଥିଲେ । ଖଣି କାରବାର ମାମଲାରେ ରାଜ୍ୟବାସୀଙ୍କ ବି ପଟ୍ଟନାୟକ ପରିବାର ଉପରେ ଖରାପ ଧାରଣା ରହିଆସିଛି ।  ସୁତରାଂ ସେହି ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ଲୋକଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରିବ । ଏହା କି ପ୍ରକାର ଆଦର୍ଶବୋଧ ବୋଲି ସାଧାରଣ ଲୋକ ପ୍ରଶ୍ନ କଲେଣି । ଖାଲି ସେତିକି ନୁହେଁ ଏକ ଫ୍ରଡ୍ କେସ୍ ରେ ନିରଞ୍ଜନ ଓ ତାଙ୍କ ପୁଅ ଦିଲ୍ଲୀ ପୁଲିସ ଦ୍ୱାରା ସମନ ହୋଇଥିବା ବି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି ।
ଆହୁରି ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଓଡ଼ିଶାରେ କଂଗ୍ରେସ ସୁଧୁରି ଯାଇଥିବା ରାହୁଲ ଗାନ୍ଧୀ ଆଜି କହିଥିଲେ । ନିରଞ୍ଜନଙ୍କ ନେତୃତ୍ୱରେ ସଂଗଠନ ମଜବୁତ ହୋଇଥିବା ଟିପ୍ପଣୀ ଦେଇଥିଲେ । ମାତ୍ର ନିକଟରେ ଦଳର ଦୁଇ ଦୁଇ ଜଣ ବିଧାୟକ ନବ ଦାସ ଓ ଯୋଗେଶ ସିଂ କଂଗ୍ରେସ ଛାଡ଼ିଛନ୍ତି । ପୂର୍ବରୁ ବିଧାୟକ ପଦରୁ ଇସ୍ତଫା ଦେଇଥିବା କୃଷ୍ଣ ସଗରିଆ ଦଳ ଛାଡ଼ିବେ ବୋଲି ଆଜି ସୂଚନା ଦେଇଛନ୍ତି । କଂଗ୍ରେସର ଆଉ କିଛି ବିଧାୟକ ଦଳ ଛାଡ଼ିବେ ବୋଲି ବି ଚର୍ଚ୍ଚା ହେଉଛି । ଏମିତିରେ ନିରଞ୍ଜନଙ୍କ ଏକଛତ୍ରବାଦ ଦଳୀୟ ଶାସନ ବ୍ୟବସ୍ଥାକୁ ନେଇ ବହୁ ନେତା ଅସନ୍ତୁଷ୍ଟ । ଅଧିକାଂଶସ୍ଥାନରେ ତଳସ୍ତରର କର୍ମୀମାନେ କେଉଁଠୁ ନା କେଉଁଠୁ ପ୍ରତିଦିନ ଦଳ ଛାଡ଼ି ବିଜେଡ଼ି କିମ୍ବା ବିଜେପିରେ ମିଶୁଛନ୍ତି । ଏଭଳିସ୍ଥଳେ କଂଗ୍ରେସରେ ଦଳୀୟ ଅସନ୍ତୋଷ ଦୂର ହୋଇଯାଇଛି ବୋଲି ରାହୁଲଙ୍କ ଦମ୍ଭ ବିସ୍ମୟ ସୃଷ୍ଟି କରିଛି । ଆଜି ବୁଦ୍ଧିଜୀବୀ ସମ୍ମିଳନୀରେ ରାହୁଲ ଏଭଳି ପ୍ରଶ୍ନ ଅବଶ୍ୟ ପାଇ ନ ଥିଲେ ।
ସେହିପରି,ମୋଦି ଓ ନବୀନଙ୍କ ରାସ୍ତା ଏକା ବୋଲି କହିଥିବା ରାହୁଲ ବେଶ୍ ତାତ୍ସଲ୍ୟ ଭଙ୍ଗୀରେ ଦୁହିଁଙ୍କ ମଧୁର ସମ୍ପର୍କ ବ୍ୟାଖ୍ୟା କରିଥିଲେ । ରାଜ୍ୟ ସରକାରଙ୍କ ବଟନ୍ ମୋଦିଙ୍କ ପାଖରେ ରହିଛି ଏବଂ ମୋଦିଙ୍କ ଇସାରାରେ ନବୀନ ଚାଲୁଛନ୍ତି ବୋଲି କଟାକ୍ଷ କରିଥିଲେ । ତେବେ ନବୀନଙ୍କ ସହ ନିରଞ୍ଜନଙ୍କ ସମ୍ପର୍କ ଅତି ମଧୁର ବୋଲି ଖୋଦ୍ ତାଙ୍କ ଦଳର ନେତା ଅଭିଯୋଗ କରିଛନ୍ତି । ନବୀନଙ୍କ ସହ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ମଧୁର ସମ୍ପର୍କ ଅଭିଯୋଗ ବି ଉଠାଇଛନ୍ତି ତାଙ୍କ ଦଳ ବିଧାୟକ । ରାଜ୍ୟରେ ହେଉଥିବା ଏହି ଚର୍ଚ୍ଚାକୁ ରାହୁଲ ଜାଣନ୍ତି ନା ନାଇଁ ବୋଲି ଅନେକ ପ୍ରଶ୍ନ କରିଛନ୍ତି ।
ତେବେ ସେ ଯାହା ହେଉ, ରାହୁଲଙ୍କ ଆଗ୍ରେସିଭ୍ ଓ ଆଟାକିଂ ରୂପ ଆଜି ଓଡ଼ିଶାବାସୀ ଦେଖିଛନ୍ତି । ନରେନ୍ଦ୍ର ମୋଦି ଓ ନବୀନ ପଟ୍ଟନାୟକଙ୍କ ବିରୋଧରେ ତାଙ୍କର ଅଭିଯାନ ଚାଲୁ ରହିବ ବୋଲି ରାହୁଲ ଇସାରା ଦେଇ ଫେରିଛନ୍ତି । ତାଙ୍କ ଆଶା ଓ ଭରସାକୁ ନିରଞ୍ଜନ କେତେଦୂର ସଫଳ କରିବେ ତାହା ଏବେ ଦେଖିବାର କଥା ।
Previous Post

ପ୍ରଣବ ମୁଖାର୍ଜୀଙ୍କୁ ଭାରତ ରତ୍ନ, ଗୀତା ମେହେଟ୍ଟାଙ୍କୁ ପଦ୍ମଶ୍ରୀ

Next Post

ପଦ୍ମଶ୍ରୀକୁ ନା କଲେ ଗୀତା ମେହେଟ୍ଟା, କହିଲେ ସମୟ ଠିକ୍ ନୁହେଁ

Next Post
ପଦ୍ମଶ୍ରୀକୁ ନା କଲେ ଗୀତା ମେହେଟ୍ଟା, କହିଲେ ସମୟ ଠିକ୍ ନୁହେଁ

ପଦ୍ମଶ୍ରୀକୁ ନା କଲେ ଗୀତା ମେହେଟ୍ଟା, କହିଲେ ସମୟ ଠିକ୍ ନୁହେଁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA