Monday, May 25, 2026 10:01 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କମିଶନଙ୍କ ଇଜାଲସ୍ ରେ ରତ୍ନଭଣ୍ଡାର ଚାବି ବିଚାର

by Our Correspondent
14 Jun, 2018- 04:09 PM
in Latest News, News
1 min read
0
କମିଶନଙ୍କ ଇଜାଲସ୍ ରେ ରତ୍ନଭଣ୍ଡାର ଚାବି ବିଚାର
ଭୁବନେଶ୍ୱର: ରତ୍ନଭଣ୍ଡାର ଚାବି ନିଖୋଜ ଘଟଣାର ତଦନ୍ତ ପାଇଁ ଜଷ୍ଟିସ୍ ରଘୁବୀର ଦାଶ କମିଶନଙ୍କ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି । ଗତ ୮ ତାରିଖରେ ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ଏହାର ଟର୍ମ ଆଣ୍ଡ ରେଫରେନସ୍ ଧାର୍ଯ୍ୟ ହୋଇଛି । ସେହି ଅନୁଯାୟୀ, କମିଶନ ତିନୋଟି ଦିଗକୁ ନେଇ ତଦନ୍ତ କରିବେ । ପ୍ରଥମତଃ କେଉଁ ପରିସ୍ଥିତିରେ ରତ୍ନଭଣ୍ଡାର ଚାବି ହଜିଲା, ଦ୍ୱିତୀୟରେ ରତ୍ନଭଣ୍ଡାର ଚାବି ହଜିବା ପାଇଁ କେଉଁମାନେ ଦାୟୀ ଏବଂ ଶେଷରେ ଏଭଳି ଘଟଣାର ପୁନରାବୃତ୍ତି ଭବିଷ୍ୟତରେ ଯେଭଳି ନ ହୁଏ ତାହାର ଅନୁଧ୍ୟାନ କରି ରିପୋର୍ଟ ଦେବାକୁ କୁହାଯାଇଛି । ୩ ମାସ ମଧ୍ୟରେ କମିଶନ ରିପୋର୍ଟ ଦେବେ ।
ଇତିମଧ୍ୟରେ ରତ୍ନଭଣ୍ଡାର ଡୁପ୍ଲିକେଟ୍ ଚାବି ଜିଲ୍ଲା ରେକର୍ଡ ରୁମ୍ ରୁ ମିଳିଥିବା ନେଇ ଜିଲ୍ଲାପାଳଙ୍କ ସୂଚନା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ରେକର୍ଡ ରୁମ୍ ରୁ ରତ୍ନଭଣ୍ଡାରର ଡୁପ୍ଲିକେଟ୍ ଚାବି ମିଳିବାକୁ ନେଇ ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି । ରହସ୍ୟ ବି ବଢ଼େଇ ଦେଇଛି । ତେବେ ଆଇନମନ୍ତ୍ରୀ ପ୍ରତାପ ଜେନା ଆଜି ସ୍ପଷ୍ଟ କରିଛନ୍ତି କି ତଦନ୍ତ କମିଶନ ଏହାର ଅନୁଧ୍ୟାନ କରିବେ । ଅର୍ଥାତ୍ ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ ତଦନ୍ତ କମିଶନଙ୍କ ଉପରକୁ ବଲ୍ ଛାଡ଼ିଛନ୍ତି ଆଇନମନ୍ତ୍ରୀ ।
ସେପଟେ ରତ୍ନଭଣ୍ଡାର ଚାବି ପ୍ରସଙ୍ଗରୁ ରାଜନୈତିକ ଫାଇଦା ଉଠାଇବାକୁ ଅଣ୍ଟା ଭିଡ଼ିଛି ବିଜେପି । ଆଜି ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ରାଜ୍ୟ ସରକାରଙ୍କୁ ମନଇଚ୍ଛା ଗାଳି କରିଛନ୍ତି । ସମୁଦାୟ ଅବ୍ୟବସ୍ଥା ପାଇଁ ସେ ମୁଖ୍ୟମନ୍ତ୍ରୀ, ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲାପାଳଙ୍କୁ ଦାୟୀ କରିଛନ୍ତି । ଅନ୍ୟପକ୍ଷରେ ବରିଷ୍ଠ ନେତା ବିଜୟ ମହାପାତ୍ର ପୁରୀ ଜିଲ୍ଲାପାଳଙ୍କ ଭୂମିକାକୁ କାଠଗଡ଼ାକୁ ଟାଣିଛନ୍ତି ।

ଶ୍ରୀମନ୍ଦିର ପରିଚାଳନା ପାଇଁ ଏକ୍ସପର୍ଟ କମିଟି

ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶମତେ ରାଜ୍ୟ ସରକାର ଶ୍ରୀମନ୍ଦିର ପରିଚାଳନା ପାଇଁ ଏକ ଏକ୍ସପର୍ଟ କମିଟି ଗଠନ କରିଛନ୍ତି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ପୁଲିସ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ ଶ୍ରୀମନ୍ଦିରର ପୂର୍ବତନ ପ୍ରଶାସକ ମହୀମୋହନ ତ୍ରିପାଠୀଙ୍କୁ ନେଇ ଏହି କମିଟି ଗଠନ ହୋଇଛି । ବୈଷ୍ଣୋଦେବୀ, ସୋମନାଥ ମନ୍ଦିର, ସ୍ୱର୍ଣ୍ଣ ମନ୍ଦିର, ତିରୁପତି ଏବଂ ଧର୍ମସ୍ଥାଳ ଆଦି ମନ୍ଦିରର ପରିଚାଳନା ଅନୁଧ୍ୟାନ କରିବେ କମିଟି । ପୁରୀ ଶ୍ରୀମନ୍ଦିର ପାଇଁ କେଉଁ ନିୟମ ଲାଗୁ ହେବ କମିଟି ପରାମର୍ଶ ଦେବେ । କମିଟି ତାହାର ଅନ୍ତରୀଣ ରିପୋର୍ଟ ଜୁନ୍ ୩୦ ତାରିଖ ସୁଦ୍ଧା ଦେବାକୁ କୁହାଯାଇଛି ।
Previous Post

ବେଲଗାମ୍ ଆଇ ଆଣ୍ଡ ପିଆର: ମନ୍ତ୍ରୀଙ୍କୁ ନିର୍ଦ୍ଦେଶକଙ୍କ ଖାତିର ନାହିଁ

Next Post

ଚୋରି କରି ଧରାପଡ଼ିଲା ଓରଟେଲ୍ !

Next Post
ଚୋରି କରି ଧରାପଡ଼ିଲା ଓରଟେଲ୍ !

ଚୋରି କରି ଧରାପଡ଼ିଲା ଓରଟେଲ୍ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA