Monday, May 25, 2026 11:04 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଚୋରି କରି ଧରାପଡ଼ିଲା ଓରଟେଲ୍ !

by Our Correspondent
15 Jun, 2018- 11:07 AM
in Latest News, News
1 min read
0
ଚୋରି କରି ଧରାପଡ଼ିଲା ଓରଟେଲ୍ !
ଭୁବନେଶ୍ୱର: ସୋନିର ବିଭିନ୍ନ ଚାନେଲକୁ ଚୋରି କରି ପ୍ରସାରଣ କରୁଛି ଓରଟେଲ୍ । ସୋନି ନେଟୱାର୍କ ପକ୍ଷରୁ ଏହି ଅଭିଯୋଗ ଆସିଛି । ଥାନାରେ ଏତଲା ମଧ୍ୟ ହୋଇଛି । ଗତକାଲି ରାତିରେ ସୋନି ବ୍ରଡକାଷ୍ଟ ପ୍ରଚାର ପ୍ରସାର ମୁଖ୍ୟ ଶିବପ୍ରସାଦ ଦତ୍ତା ଓ ସହଯୋଗୀ ପ୍ରଦୀପ ଭଦ୍ରା ଚନ୍ଦ୍ରଶେଖରପୁର ଥାନାରେ ଓରଟେଲ୍ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି । ସେବା ପ୍ରଦାନରେ ଗୁରୁତର ଅବହେଳା, ଗ୍ରାହକଙ୍କୁ ଧମକ ଚମକ ଦେବାର ଅପବାଦରେ ଛନ୍ଦି ହୋଇଥିବା ଓରଟେଲ୍ କମ୍ୟୁନିକେସନ୍ ଏବେ ଅନ୍ୟର ନେଟୱାର୍କ ଚୋରାଇ ପ୍ରସାରଣ କରିବା ଭଳି ଅଭିଯୋଗ କମ୍ପାନୀର ମୁଖା ଖୋଲିଦେଇଛି ।
ମାମଲାରୁ ଜଣାପଡ଼ିଛି, ଓରଟେଲ୍ ର ପ୍ରସାରଣ ଶାଖା ଯଥା ଓରଟେଲ୍ କେବୁଲ୍, ଓରଟେଲ୍ ବ୍ରଡବ୍ୟାଣ୍ଡ ବ୍ରଡକାଷ୍ଟ, ଓରଟେଲ୍ କେବୁଲ୍ ଟିଭି ଓ ଓରଟେଲ୍ ଡିଜିଟାଲ୍ ଟିଭିରେ ପ୍ରସାରିତ ହେଉଥିବା ସୋନିର ବିଭିନ୍ନ ଚାନେଲ୍ ର ପ୍ରସାରଣ ଚୁକ୍ତିର ମିଆଦ ଗତ ମାର୍ଚ୍ଚ ମାସରୁ ପୂରିଯାଇଛି । ମାତ୍ର ସୋନି ଟିଭିର ବିନା ଅନୁମତିରେ ଓରଟେଲ୍ ଉକ୍ତ ଚାନେଲଗୁଡ଼ିକର ପ୍ରସାରଣ ଜାରି ରଖିଛି । ଅତି ଚତୁରତାର ସହ ଓରଟେଲ୍ ସୋନିର ସମସ୍ତଙ୍କ ଚାନେଲ୍ ର ପ୍ରସାରଣକୁ ଚୋରି କରି ନିଜ ଗ୍ରାହକଙ୍କୁ ଦେଖାଇ ଚାଲିଛି । ଏହାଦ୍ୱାରା ସୋନିର ୨୦ କୋଟି ଟଙ୍କା କ୍ଷତି ହୋଇଥିବା ଅଭିଯୋଗ ହୋଇଛି ।
ମାର୍ଚ୍ଚ ମାସରେ ଚୁକ୍ତି ଶେଷ ହେବା ପରେ ସୋନି କର୍ତ୍ତୃପକ୍ଷ ଓରଟେଲ୍ କୁ ପୁନଃ ଚୁକ୍ତି କରିବା ପାଇଁ ଚିଠି ଲେଖିଥିଲେ । ପୁନଃ ଚୁକ୍ତି ସହ ଓରଟେଲ୍ ଉପରେ ଥିବା ସମସ୍ତ ଦେୟ ପୈଠ କରିବା ପାଇଁ ବାରମ୍ବାର ଚିଠି କରାଯାଇଥିଲେ ମଧ୍ୟ ଓରଟେଲ୍ କର୍ତ୍ତୃପକ୍ଷ ତାହାକୁ ଖାତିର କରିନାହାନ୍ତି । ବରଂ ମାଗଣାରେ ମାଗଣାରେ ସାଟେଲାଇଟ୍ ଚୋରି କରି ସୋନିର ବିଭିନ୍ନ ଚାନେଲ୍ ଦେଖାଇ ଚାଲିଛନ୍ତି । ଯାହାର ସମସ୍ତ ପ୍ରମାଣପତ୍ର ଥାନାରେ ଦାଖଲ କରିଛନ୍ତି ସୋନି କର୍ତ୍ତୃପକ୍ଷ । ଦୀର୍ଘ ୪ ମାସ ହେଲା ଓରଟେଲ୍ ସଂସ୍ଥା ସୋନି ପ୍ରସାରଣକୁ ଚୋରି କରୁଥିଲେ ମଧ୍ୟ ବହୁ ବିଳମ୍ବରେ ସୋନି କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆସିଛି । ସୋନିର ଏକ ସ୍ୱତନ୍ତ୍ର ଟିମ୍ କୋଲକତାରୁ ଭୁବନେଶ୍ୱର ଆସି ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେବା ପରେ କଥା ପଦାକୁ ଆସିଛି ।
ସୂଚନାଯୋଗ୍ୟ, ଓରଟେଲ୍ ଏକ ଯାହିତାହି କମ୍ପାନୀ ନୁହେଁ । ଏହାର କୋ-ଫାଉଣ୍ଡର ଓ ପରିଚାଳନା ନିର୍ଦ୍ଦେଶିକା ହେଉଛନ୍ତି ବୈଜୟନ୍ତ ପଣ୍ଡାଙ୍କ ପତ୍ନୀ ଜାଗୀମଙ୍ଗତ ପଣ୍ଡା । ବ୍ରଡବ୍ୟାଣ୍ଡ ସର୍ଭିସ୍ ଓ ଡିଜିଟାଲ୍ କେବୁଲ୍ ଟିଭି ସର୍ଭିସ୍ କ୍ଷେତ୍ରରେ ଏହା ଦୀର୍ଘ ପ୍ରାୟ ଦୁଇଦଶନ୍ଧି ଧରି ରାଜ୍ୟରେ ଏକଚାଟିଆ ବେପାର ଚଳାଇଛି । ଅତୀତରେ ସରକାରଙ୍କ ଛତ୍ରଛାୟା ପାଇ କମ୍ପାନୀ ଧରାକୁ ଶରା ମଣୁ ନ ଥିଲା । ଓରଟେଲ୍ ର ଗୁଣ୍ଡାରାଜର ଶିକାର ହୋଇଥିଲା ଇଟିଭି କେବୁଲ୍ ନେଟୱାର୍କ । ଏବେ ଓରଟେଲ୍ ବିରୋଧରେ ପ୍ରସାରଣ ଚୋରି ଅଭିଯୋଗ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି ।
Previous Post

କମିଶନଙ୍କ ଇଜାଲସ୍ ରେ ରତ୍ନଭଣ୍ଡାର ଚାବି ବିଚାର

Next Post

ଚୋରି କରି ପ୍ରସାରଣ! ଓରଟେଲ୍ ଅଫିସରେ ପୁଲିସ ରେଡ୍

Next Post
ଚୋରି କରି ପ୍ରସାରଣ! ଓରଟେଲ୍ ଅଫିସରେ ପୁଲିସ ରେଡ୍

ଚୋରି କରି ପ୍ରସାରଣ! ଓରଟେଲ୍ ଅଫିସରେ ପୁଲିସ ରେଡ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA