Monday, May 25, 2026 11:59 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଚୋରି କରି ପ୍ରସାରଣ! ଓରଟେଲ୍ ଅଫିସରେ ପୁଲିସ ରେଡ୍

by Our Correspondent
16 Jun, 2018- 05:40 PM
in Latest News, News
1 min read
0
ଚୋରି କରି ପ୍ରସାରଣ! ଓରଟେଲ୍ ଅଫିସରେ ପୁଲିସ ରେଡ୍

ଭୁବନେଶ୍ୱର: ସୋନିର ବିଭିନ୍ନ ଚାନେଲକୁ ଚୋରି କରି ପ୍ରସାରଣ କରିବା ଅଭିଯୋଗ ଓରଟେଲ୍ କୁ ମହଙ୍ଗା ପଡ଼ିଛି । ଚନ୍ଦ୍ରଶେଖରପୁରସ୍ଥିତ ଓରଟେଲ୍ ଅଫିସ୍ ରେ ଆଜି ପୁଲିସ ଚଢ଼ାଉ କରି ସୋନି ସହ ସଂସ୍ଥାର ଚୁକ୍ତିନାମା ସମ୍ବନ୍ଧିତ କାଗଜପତ୍ର ଓ ପ୍ରସାରଣଜନିତ ବୈଷୟିକ ଦିଗର ଖାନତଲାସ କରିଛି । ଏସିପି ରବି ଶତପଥୀ ଓ ଚନ୍ଦ୍ରଶେଖରପୁର ଥାନା ଇନସପେକ୍ଟର ଦୀପକ ମିଶ୍ରଙ୍କ ନେତୃତ୍ୱରେ କମିଶନରେଟ୍ ପୁଲିସର ସାଇବର୍ ସେଲ୍ ଏହି ଚଢ଼ାଉ କରିଛନ୍ତି । ଚଢ଼ାଉ ବେଳେ ୨୭ ଟି ସୋନି ସେଟ୍ ଅପ ବକ୍ସ ଓ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି । ସେଗୁଡ଼ିକର ଯାଞ୍ଚ ପାଇଁ ପୁଲିସ ନେଇଛି । 

ଦୁଇଦିନ ତଳେ ସୋନି ଟିଭି କର୍ତ୍ତୃପକ୍ଷ ଓରଟେଲ୍ ବିରୋଧରେ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଥିଲେ । ସୋନି କର୍ତ୍ତୃପକ୍ଷଙ୍କ ଅଭିଯୋଗ ଥିଲା, ଓରଟେଲ୍ ର ପ୍ରସାରଣ ଶାଖା ଓରଟେଲ୍ କେବୁଲ୍, ଓରଟେଲ୍ ବ୍ରଡବ୍ୟାଣ୍ଡ ବ୍ରଡକାଷ୍ଟ, ଓରଟେଲ୍ କେବୁଲ୍ ଟିଭି ଓ ଓରଟେଲ୍ ଡିଜିଟାଲ୍ ଟିଭିରେ ପ୍ରସାରିତ ହେଉଥିବା ସୋନିର ବିଭିନ୍ନ ଚାନେଲ୍ ର ପ୍ରସାରଣ ଚୁକ୍ତିର ମିଆଦ ଗତ ମାର୍ଚ୍ଚ ମାସରୁ ପୂରିଯାଇଛି । ମାତ୍ର ସୋନି ଟିଭିର ବିନା ଅନୁମତିରେ ତାହାର ସମସ୍ତ ଚାନେଲ୍ ର ପ୍ରସାରଣକୁ ଚୋରି କରି ଓରଟେଲ୍ ନିଜ ଗ୍ରାହକଙ୍କୁ ଦେଖାଉଛି । ଏହାଦ୍ୱାରା ସୋନିର ୨୦ କୋଟି ଟଙ୍କା କ୍ଷତି ହୋଇଛି । ମାର୍ଚ୍ଚ ମାସରେ ଚୁକ୍ତି ଶେଷ ହେବା ପରେ ସୋନି କର୍ତ୍ତୃପକ୍ଷ ଓରଟେଲ୍ କୁ ପୁନଃ ଚୁକ୍ତି କରିବା ପାଇଁ ଚିଠି ଲେଖିଥିଲେ । ପୁନଃ ଚୁକ୍ତି ସହ ଓରଟେଲ୍ ଉପରେ ଥିବା ସମସ୍ତ ଦେୟ ପୈଠ କରିବା ପାଇଁ ବାରମ୍ବାର ଚିଠି କରାଯାଇଥିଲେ ମଧ୍ୟ ଓରଟେଲ୍ କର୍ତ୍ତୃପକ୍ଷ ତାହାକୁ ଖାତିର କରିନାହାନ୍ତି । ଓଲଟି ସାଟେଲାଇଟ୍ ଚୋରି କରି ସୋନିର ବିଭିନ୍ନ ଚାନେଲ୍ ଦେଖାଇ ଚାଲିଛନ୍ତି ।
୧୪ ତାରିଖ ରାତିରେ ସୋନିର ଏକ ସ୍ୱତନ୍ତ୍ର ଟିମ୍ କୋଲକତାରୁ ଭୁବନେଶ୍ୱର ଆସି ଏହି ସମସ୍ତ ଅଭିଯୋଗର ପ୍ରମାଣପତ୍ର ସହ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସେହି ଆଧାରରେ ପୁଲିସ ଆଜି ଚଢ଼ାଉ କରିଛି । ତେବେ ପୁଲିସର ଏହି ଚଢ଼ାଉକୁ ଷଡ଼ଯନ୍ତ୍ରର ରୂପ ଦେଇଛନ୍ତି ବୈଜୟନ୍ତ ପଣ୍ଡାଙ୍କ ପତ୍ନୀ ଜାଗୀମଙ୍ଗତ ପଣ୍ଡା ପରିଚାଳନା ନିର୍ଦ୍ଦେଶିକା ଥିବା ଓରଟେଲ୍ କର୍ତ୍ତୃପକ୍ଷ । ସୋନି ଟିଭିର ଅଭିଯୋଗକୁ ମିଥ୍ୟା ବୋଲି ସେମାନେ କହିବା ସହ ଏ ମାମଲାରେ ରାଜ୍ୟ ସରକାରଙ୍କୁ ଯୋଡିବାକୁ ଉଦ୍ୟମ କରିଛନ୍ତି । ପୁଲିସକୁ ଲଗାଇ ଓରଟେଲ୍ ଅଫିସ ବନ୍ଦ କରିବାକୁ ଉଦ୍ୟମ ହେଉଥିବା ଅଭିଯୋଗ ବାଢ଼ିଛନ୍ତି ।
Previous Post

ଚୋରି କରି ଧରାପଡ଼ିଲା ଓରଟେଲ୍ !

Next Post

ସ୍କୁଲ ଖରାଛୁଟି ବଢ଼ିଲା

Next Post
ସ୍କୁଲ ଖରାଛୁଟି ବଢ଼ିଲା

ସ୍କୁଲ ଖରାଛୁଟି ବଢ଼ିଲା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA