ଭୁୁବନେଶ୍ୱର: ଶ୍ରୀକ୍ଷେତ୍ରର ସୌନ୍ଦର୍ଯ୍ୟକରଣ ପାଇଁ ନିର୍ମାଣ ହେବାକୁ ଥିବା ଐତିହ୍ୟ କରିଡ଼ର ଯୋଗୁଁ ପ୍ରଭାବିତ ହେବନାହିଁ ଶ୍ରୀମନ୍ଦିର ପରମ୍ପରା । ଶ୍ରୀମନ୍ଦିର ନୀତିକାନ୍ତି ଯେମିତି ଚାଲୁଛି ସେମିତି ଚାଲିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତଥା ପୂର୍ତ୍ତସଚିବ ଡ. କ୍ରିଷନ୍ କୁମାର ଆଜି ଏହା ସ୍ପଷ୍ଟ କରିଛନ୍ତି ।
ମୁଖ୍ୟ ପ୍ରଶାସକ କହିଛନ୍ତି, ଐତିହ୍ୟ କରିଡ଼ର ନିର୍ମାଣ ଯୋଗୁଁ ସେବାୟତଙ୍କ ଅନ୍ତିମ ସତ୍କାର ପରମ୍ପରା ପାଳନ ହେବାରେ କୌଣସି ଅସୁବିଧା ହେବ ନାହିଁ । ସେହିପରି ଦାରୁ ପହଣ୍ଡି ଓ ଚଳନ୍ତି ପହଣ୍ଡି ପୂର୍ବପରି ବଳବତ୍ତର ରହିବ । କରିଡ଼ରରେ ଦୈନିକ ୫ ହଜାର ବ୍ୟକ୍ତି ମହାପ୍ରସାଦ ସେବନ କରିବାର ବ୍ୟବସ୍ଥା କରାଯିବ । ଏଥିନିମନ୍ତେ ରାଜ୍ୟ ସରକାରଙ୍କର ବିଶେଷ ଆଗ୍ରହ ଥିବା ସେ ଜଣାଇଛନ୍ତି ।








