Saturday, August 22, 2026 06:59 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦୁବାଇରେ ଫସିଥିବା ଯୁବକଙ୍କୁ ଉଦ୍ଧାର କଲା ‘ମୋ ପରିବାର’

by Our Correspondent
04 Feb, 2020- 11:07 PM
in Latest News, News
1 min read
0
ଦୁବାଇରେ ଫସିଥିବା ଯୁବକଙ୍କୁ ଉଦ୍ଧାର କଲା ‘ମୋ ପରିବାର’
ଭୁୁବନେଶ୍ୱର: ଦୁବାଇରେ ଫସି ରହିଥିବା ୪ ଓଡ଼ିଆଙ୍କୁ ଶେଷରେ ଓଡ଼ିଶା ଫେରାଇ ଅଣାଯାଇଛି । ‘ମୋ ପରିବାର’ ପକ୍ଷରୁ ଦୀର୍ଘ ୨ ମାସର ନିରନ୍ତର ଉଦ୍ୟମ ପରେ ସେମାନେ ଉଦ୍ଧାର ପାଇଛନ୍ତି । ଉଦ୍ଧାର ହୋଇଥିବା ଯୁବକମାନେ ହେଲେ ଯାଜପୁର ଜିଲ୍ଲା କୋଲନାଗିରି ଗ୍ରାମର ଦୀପକ କୁମାର ସେଠୀ, ସଞ୍ଜୟ କୁମାର ଜେନା, ବିଜୟ କୁମାର ସାହୁ ଓ ଅରେଇକଣା ଗ୍ରାମର ଚିିରଞ୍ଜିବୀ ଜେନା ।
‘ମୋ ପରିବାର’ ର ପ୍ରତ୍ୟକ୍ଷ ସହଯୋଗରେ ସେମାନେ ଦୁବାଇରୁ ଆସି ରାତି ୨ଟା ୧୫ ମିନିଟ୍ ରେ କୋଲକତା ଏୟାରପୋର୍ଟରେ ପହଞ୍ଚିଥିଲେ । ଓଡ଼ିଶା ସରକାରଙ୍କ ପକ୍ଷରୁ ଉତ୍କଳ ଭବନ ଅଧିକାରୀମାନେ ସେମାନଙ୍କୁ ଏୟାରପୋର୍ଟରୁ ପାଛୋଟି ନେଇ ଆତିଥ୍ୟେତା ଦେବା ପରେ ଟ୍ରେନ ଯୋଗେ ଭୁବନେଶ୍ୱର ପଠାଇଥିଲେ ।
ଭୁବନେଶ୍ୱରରେ ପହଞ୍ଚିବା ପରେ ‘ମୋ ପରିବାର’ ଆବାହକ ଅରୂପ ପଟ୍ଟନାୟକ, ସହ ଆବାହକ ତଥା ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ସଭ୍ୟ ତଥା ଭୁବନେଶ୍ୱର(ଉତ୍ତର) ବିଧାୟକ ସୁଶାନ୍ତ ରାଉତ, ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଡ. ଗୋପବନ୍ଧୁ ଦାସ, ବରିଷ୍ଠ ପ୍ରଶାସକ ରବୀନ୍ଦ୍ର ସେଠୀ, ‘ମୋ ପରିବାର’ ଉପଦେଷ୍ଟା ବିବେକାନନ୍ଦ ପଟ୍ଟନାୟକ ପ୍ରମୁଖ ସେମାନଙ୍କୁ ସ୍ୱାଗତ କରିଥିଲେ ।
ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲା ନାଥପୁର ଗ୍ରାମର ଦୁଇ ଭାଇ ଅଶୋକ କୁମାର ଜେନା ଓ ସୁବାସ କୁମାର ଜେନା ସ୍ଥାନୀୟ ଅଞ୍ଚଳର ଯୁବକମାନଙ୍କୁ ଚାକିରିର ପ୍ରଲୋଭନ ଦେଇ ନିୟମିତ ଭାବେ ଦୁବାଇକୁ ନେଉଥିଲେ । ସେହି ପ୍ରଲୋଭନରେ ପଡ଼ି ଉପରୋକ୍ତ ୪ ଯୁବକଙ୍କ ସମେତ ୭ ଜଣ ଦୁବାଇ ଯାଇ ଏକ କମ୍ପାନୀରେ କାମ କରିଥିଲେ ।
ସେଠାରେ କମ୍ପାନୀ ପକ୍ଷରୁ ସେମାନଙ୍କୁ ଅକଥନୀୟ ନିର୍ଯାତନା ଦିଆଗଲା । ପ୍ରତିବାଦ କରିବାରୁ ମିଥ୍ୟା କେସ୍ ରେ ଫସାଇ ଦିଆଗଲା । ସେଠାରୁ ମୁକୁଳି ଓଡ଼ିଶା ଫେରି ଆସିବାକୁ ଉଦ୍ୟମ କରି ବି ନିରାଶ ହୋଇଥିଲେ । ଏ ସମ୍ପର୍କରେ ସ୍ଥାନୀୟ ସାମ୍ବାଦିକ ତପନ ଭଂଜ ‘ମୋ ପରିବାର’ ର ସହ ଆବାହକ ତଥା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ନଜରକୁ ଆଣିଥିଲେ । ଆବାହକ ଅରୂପ ପଟ୍ଟନାୟକଙ୍କୁ ସେ ଅବଗତ କରିବା ପରେ ସେମାନଙ୍କ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା ।
ଶ୍ରୀ ପଟ୍ଟନାୟକଙ୍କ ଅନୁରୋଧକ୍ରମେ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପରାମର୍ଶଦାତା ଗୋପବନ୍ଧୁ ଦାସ ଏବଂ ‘ମୋ ପରିବାର’ ଆଇନ ପରାମର୍ଶଦାତା ଆଡଭୋକେଟ୍ ଅବନୀ ସାହୁ ଘଟଣାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିଥିଲେ । ଫସି ରହିଥିବା ପରିବାର ଲୋକଙ୍କ ସହ ଆଲୋଚନା କଲା ପରେ ଯାଜପୁର ଜିଲ୍ଲାର ବରୀ ଥାନାରେ ଏତଲା ଦିଆଯାଇଥିଲା । ଏତଲାକ୍ରମେ ପୁଲିସ ସଂପୃକ୍ତ ଏଜେଣ୍ଟଅଶୋକ ଜେନାଙ୍କୁ ଗତ ଡିସେମ୍ବର ୬ ତାରିଖରେ ଗିରଫ କରିଥିଲା ।
ସେପଟେ ଉକ୍ତ ଘଟଣା ସମ୍ପର୍କରେ ସ୍ୱତନ୍ତ୍ର ରେସିଡେଣ୍ଟ କମିଶନର ଶ୍ରୀ ରବିକାନ୍ତଙ୍କୁ ଯୋଗାଯୋଗ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସହିତ ସମନ୍ୱୟ ରକ୍ଷା କରି ରବିକାନ୍ତ ଘଟଣାର ଅନୁଧ୍ୟାନ କରୁଥିବା ବେଳେ ‘ମୋ ପରିବାର’ ଟିମ୍ ଅନ୍ୟ ସରକାରୀ ଏଜେନ୍ସୀ ଏବଂ ଚାନେଲ୍ ମାନଙ୍କ ସହିତ ସମ୍ପର୍କ ରକ୍ଷା କରି ଯୁବକମାନଙ୍କ ଉଦ୍ଧାର ନିମନ୍ତେ ଲାଗିଥିଲେ ।
ପୂର୍ବରୁ ୩ ଜଣଙ୍କୁ ଫେରାଇ ଅଣାଯାଇଥିବା ବେଳେ ଆଇନଗତ ଛନ୍ଦରେ ପଡ଼ିଥିବା ଅନ୍ୟ ୪ ଜଣଙ୍କ ମୁକ୍ତି ପାଇଁ ବିଳମ୍ବ ହୋଇଥିଲା । ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ଅବଗତ ହେଲା ପରେ ତାଙ୍କ ନିଦେ୍ର୍ଦଶରେ ଦୁବାଇସ୍ଥିତ ଦୂତାବାସ ତରଫରୁ ୪ ଜଣ ଯୁବକଙ୍କୁ ଆଇନ ସହାୟତା ଓ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରାଯାଇଥିଲା ।
ବିଦେଶରେ ଫସିଥିବା ସେମାନଙ୍କ ପୁଅକୁ ଉଦ୍ଧାର କରାଯାଇଥିବାରୁ ସଂପୃକ୍ତ ଯୁବକଙ୍କ ପରିବାରବର୍ଗଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ‘ମୋ ପରିବାର’ ର ଉଦ୍ୟମକୁ ଅଞ୍ଚଳରେ ଭୂରି ଭୂରି ପ୍ରଶଂସା କରାଯାଇଛି ।
Previous Post

ଅନୁଭବ ଦଳନରେ ଦଳୀୟ ବିଧାୟକ!

Next Post

କରିଡ଼ର ପାଇଁ ବଦଳିବନି ଶ୍ରୀମନ୍ଦିର ପରମ୍ପରା

Next Post
କରିଡ଼ର ପାଇଁ ବଦଳିବନି ଶ୍ରୀମନ୍ଦିର ପରମ୍ପରା

କରିଡ଼ର ପାଇଁ ବଦଳିବନି ଶ୍ରୀମନ୍ଦିର ପରମ୍ପରା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA