Monday, May 25, 2026 01:10 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘କରୋନା’ ମୁକାବିଲା ପାଇଁ ଯୁଦ୍ଧକାଳୀନ ପ୍ରସ୍ତୁତି

by Our Correspondent
13 Mar, 2020- 05:22 PM
in Latest News, News
1 min read
0
‘କରୋନା’ ମୁକାବିଲା ପାଇଁ ଯୁଦ୍ଧକାଳୀନ ପ୍ରସ୍ତୁତି

– ‘କରୋନା’କୁ ରାଜ୍ୟ “ବିପର୍ଯ୍ୟୟ” ଘୋଷଣା
– ମୁକାବିଲା ପାଇଁ ୨୦୦ କୋଟି ଅର୍ଥ ବ୍ୟବସ୍ଥା
– ଶିକ୍ଷାନୁଷ୍ଠାନ, ସିନେମାହଲ୍, ବିଧାନସଭା ବନ୍ଦ
– ସତର୍କ ରୁହ, ଆତଙ୍କିତ ହୁଅନି: ମୁଖ୍ୟମନ୍ତ୍ରୀ

ଭୁୁବନେଶ୍ୱର: ୧୩୪ଟି ଦେଶକୁ ବ୍ୟାପି ଯାଇଥିବା ମାରାତ୍ମକ ‘କରୋନା’ ର ମୁକାବିଲା ପାଇଁ ଓଡ଼ିଶା ସରକାର ଜରୁରୀକାଳୀନ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ‘କରୋନା’କୁ ରାଜ୍ୟ “ବିପର୍ଯ୍ୟୟ” ଭାବେ ଘୋଷଣା କରି ଏହାର ମୁକାବିଲା ପାଇଁ ୨୦୦ କୋଟି ଟଙ୍କା ବ୍ୟବସ୍ଥା କରିଛନ୍ତି । ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ, ସିନେମାହଲ୍, ସୁଇମିଂ ପୁଲ୍ ଏବଂ ଜିମ୍ ଗୁଡ଼ିକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି । ତେବେ ସ୍କୁଲ, କଲେଜର ପରୀକ୍ଷା ଯଥାବିଧି ଚାଲିବ । ନିହାତି ଆବଶ୍ୟକ ନ ଥିବା ସେମିନାର୍, ୱାର୍କସପ୍, କନଫରେନସ୍ ଗୁଡ଼ିକୁ ବାତିଲ କରାଯାଇଛି । ସେହିଭଳି ସାମାଜିକ ଉତ୍ସବ ଏବଂ ଗହଳି ଉପରେ ମଧ୍ୟ କଟକଣା ଲଗାଯାଇଛି । ଧାର୍ମିକ ଉତ୍ସବ, ବିବାହ ଭୋଜି ଆସର, ମଉଜ ପାର୍ଟି ଆଦି ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ଆଣିବାକୁ ପଡ଼ିବ ।
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଏବଂ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ପ୍ରକୋଷ୍ଠଗୁଡ଼ିକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି । ଏହି ସମୟ ମଧ୍ୟରେ ଅନଲାଇନ୍ ଯୋଗେ ଜନସାଧାରଣ ଅଭିଯୋଗ ଦାଖଲ କରିପାରିବେ ବୋଲି କୁହାଯାଇଛି ।
ସେପଟେ ବିଧାନସଭାକୁ ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏ ନେଇ ପ୍ରସ୍ତାବ ଆଗତ କରିଥିଲେ । ବିଧାନସଭା ବନ୍ଦ/ସ୍ଥଗିତ ପ୍ରସ୍ତାବକୁ ବିଜେପି ପକ୍ଷରୁ ବିରୋଧ କରାଯାଇଥିଲେ ମଧ୍ୟ କଂଗ୍ରେସ ପ୍ରସ୍ତାବକୁ ସମର୍ଥନ କରିଥିଲା । ବିଶ୍ୱରେ କରୋନା ଆତଙ୍କ ଖେଳିଥିବା ବେଳେ ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପସ୍ୱରୂପ ବିଧାନସଭାକୁ ସ୍ଥଗିତ ରଖିବାର ନିଷ୍ପତ୍ତିକୁ କଂଗ୍ରେସ ବିଧାୟକମାନେ ସମର୍ଥନ କରିଥିଲେ । ଏହାଦ୍ୱାରା ଓଡ଼ିଶା ଅନ୍ୟ ରାଜ୍ୟମାନଙ୍କ ପାଇଁ ଉଦାହରଣ ହେବ ବୋଲି ବିଧାୟକ ଦଳ ନେତା ନରସିଂହ ମିଶ୍ର ମତ ଦେଇଥିଲେ ।
ପୂର୍ବରୁ ଆଜି ସକାଳ ୧୦ଟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ସ୍ୱତନ୍ତ୍ର ଭାବେ ‘କରୋନା’ ମୁକାବିଲା ପାଇଁ ଅନେକଗୁଡ଼ାଏ ନିଷ୍ପତ୍ତି ନିଆଯାଇଥିଲା । ମୁଖ୍ୟମନ୍ତ୍ରୀ ନିଜେ ଏହାକୁ ଗମ୍ଭୀରତାର ସହ ନେଇ ସବୁ ବିଭାଗକୁ ସତର୍କ କରାଇଥିଲେ । କ୍ୟାବିନେଟ୍ ବୈଠକର ନିଷ୍ପତ୍ତିକୁ ବିଧାନସଭାରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ।
କ୍ୟାବିନେଟ୍ ନେଇଥିବା ନିଷ୍ପତ୍ତି ମଧ୍ୟରେ ରହିଛି
(୧) ବିପର୍ଯ୍ୟୟ ପରିଚାଳନା ଆଇନ,୨୦୦୫ ପ୍ରାବଧାନ ଅନୁଯାୟୀ କରୋନାକୁ ରାଜ୍ୟ ପାଇଁ ଏକ ‘ବିପର୍ଯ୍ୟୟ’ ଭାବେ ଘୋଷଣା ।
(୨) ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ନିର୍ଦ୍ଦେଶାଳୟ ସମେତ ଜିଲ୍ଲାପାଳ ଏବଂ ମ୍ୟୁନିସିପାଲ୍ କମିଶନରମାନଙ୍କୁ ଜରୁରୀକାଳୀନ ଅତ୍ୟାବଶ୍ୟକ ଔଷଧ ସଂଗ୍ରହଠାରୁ ଆରମ୍ଭ କରି ଆବଶ୍ୟକ ସେବା ଯୋଗାଇଦେବାକୁ ନିର୍ଦ୍ଦେଶ ।
(୩) କରୋନା ଜୀବାଣୁ ସଂକ୍ରମଣର ପ୍ରତିଷେଧକ ବ୍ୟବସ୍ଥାସ୍ୱରୂପ ସଭା, ସମିତି, ଗହଳିଚହଳି ଉପରେ କଟକଣା ଜାରି ପାଇଁ ସଂପୃକ୍ତ ଅଧିକାରୀମାନଙ୍କୁ କ୍ଷମତା ।
(୪) ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ । ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବମାନଙ୍କୁ ନେଇ ଅନ୍ୟ ଏକ କମିଟି ଗଠନ କରାଯିବ । ପରିସ୍ଥିତିର ଆକଳନ କରିବା ସହ ସବୁ ପ୍ରକାର ପ୍ରତିଷେଧକମୂଳକ ବ୍ୟବସ୍ଥା ପାଇଁ କମିଟି କାର୍ଯ୍ୟ କରିବ ।
(୫) କୋଭିଡ-୧୯ ଓଡ଼ିଶା ରେଗୁଲେସନ୍, ୨୦୨୦ କୁ ଅନୁମୋଦନ ।
(୬) କରୋନାର ମୁକାବିଲା ପାଇଁ ୨୦୦ କୋଟି ଟଙ୍କାର ପାଣ୍ଠି ବ୍ୟବସ୍ଥା ।
ମୁଖ୍ୟମନ୍ତ୍ରୀ ତାଙ୍କ ବିବୃତିରେ ବିଶ୍ୱବ୍ୟାପୀ କରୋନାର ଭୟାବହତା ଉଲ୍ଲେଖ କରିଥିଲେ । କରୋନାକୁ ନେଇ ସୃଷ୍ଟି ହୋଇଥିବା ଅସାଧାରଣ ପରିସ୍ଥିତିର ମୁକାବିଲା ପାଇଁ ଅସାଧାରଣ ଉଦ୍ୟମ ଲୋଡ଼ା । କେବଳ ସରକାରୀ କି ବ୍ୟକ୍ତିଗତସ୍ତରରେ ଏହା ସମ୍ଭବ ନୁହେଁ । ପରିସ୍ଥିତିର ମୁକାବିଲା ପାଇଁ ପ୍ରତ୍ୟେକ ଜନସାଧାରଣ ସଜାଗ ଏବଂ ଦାୟିତ୍ୱବାନ ହେବା ଆବଶ୍ୟକ । ପ୍ରତିଷେଧକ ଟୀକା ଏବଂ ଚିକିତ୍ସାର ଅନୁପସ୍ଥିତିରେ ଆମ ସମସ୍ତଙ୍କର ସମ୍ମିଳିତ ଦାୟିତ୍ୱ ହିଁ ଏହି ରୋଗରୁ ରକ୍ଷା ପାଇବାର ଏକମାତ୍ର ଆଶା ବୋଲି ମୁଖ୍ୟମନ୍ତ୍ରୀ ଆବେଗପୂର୍ଣ୍ଣ ଆବେଦନ କରିଥିଲେ ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନା ଭାଇରସ୍ କୁ ବିଶ୍ୱ ମହାମାରୀ ଘୋଷଣା କରିଛନ୍ତି । ଏଭଳି ସ୍ଥିତିରେ ଆମକୁ ଧ୍ୟୈର୍ଯ୍ୟହରା ନ ହୋଇ ପ୍ରସ୍ତୁତ ରହିବାକୁ ପଡ଼ିବ । ସେଥିପାଇଁ ଗୁଜବରେ ବିଶ୍ୱାସ ଏବଂ ଆତଙ୍କିତ ନ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ବିଧାୟକମାନେ ନିଜର ଯତ୍ନ ନେବା ସହ ନିଜର ନିର୍ବାଚନମଣ୍ଡଳୀ ଲୋକଙ୍କୁ ସଚେତନ କରାଇ କରୋନା ବିପଦରୁ ଦୂରରେ ରଖିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ସମସ୍ତଙ୍କ ସହଯୋଗରେ ଓଡ଼ିଶା ଏହି କରୋନାର ମୁକାବିଲା ଦିଗରେ ନିଶ୍ଚିତ ସଫଳ ହେବ ବୋଲି ଆଶା ରଖିଥିଲେ ମୁଖ୍ୟମନ୍ତ୍ରୀ ।
Previous Post

ବିଧାନସଭାରେ ୟେସ୍ ବ୍ୟାଙ୍କ ଝଡ଼; ଦୋଷ ଠେଲିଦେଲେ ଅର୍ଥମନ୍ତ୍ରୀ

Next Post

ୟେସ୍ ବ୍ୟାଙ୍କରେ ସମସ୍ତେ ସୁରକ୍ଷିତ, ବୁଡ଼ିବନି ଟଙ୍କା; ୧୮ରୁ ହଟିବ କଟକଣା

Next Post
ୟେସ୍ ବ୍ୟାଙ୍କରେ ସମସ୍ତେ ସୁରକ୍ଷିତ, ବୁଡ଼ିବନି ଟଙ୍କା; ୧୮ରୁ ହଟିବ କଟକଣା

ୟେସ୍ ବ୍ୟାଙ୍କରେ ସମସ୍ତେ ସୁରକ୍ଷିତ, ବୁଡ଼ିବନି ଟଙ୍କା; ୧୮ରୁ ହଟିବ କଟକଣା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA