Monday, May 25, 2026 12:17 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଧାନସଭାରେ ୟେସ୍ ବ୍ୟାଙ୍କ ଝଡ଼; ଦୋଷ ଠେଲିଦେଲେ ଅର୍ଥମନ୍ତ୍ରୀ

by Our Correspondent
12 Mar, 2020- 07:02 PM
in Latest News, News
1 min read
0
ବିଧାନସଭାରେ ୟେସ୍ ବ୍ୟାଙ୍କ ଝଡ଼; ଦୋଷ ଠେଲିଦେଲେ ଅର୍ଥମନ୍ତ୍ରୀ
ଭୁବନେଶ୍ୱର: ୟେସ୍ ବ୍ୟାଙ୍କ ଦେବାଳିଆ ହୋଇଥିବା ୪ ମାସ ଆଗରୁ ଜାଣି ମଧ୍ୟ ମହାପ୍ରଭୁଙ୍କ ୫୪୫ କୋଟି ଜମା ରଖିବା ପଛର ଉଦ୍ଦେଶ୍ୟ କ’ଣ? ୟେସ୍ ବ୍ୟାଙ୍କରେ ଜମା ଥିବା ତିରୁପତି ମନ୍ଦିରର ୧୩୦୦ କୋଟି ଟଙ୍କାକୁ ମନ୍ଦିର ଟ୍ରଷ୍ଟ ଉଠାଇ ନେଇଥିବା ବେଳେ ଶ୍ରୀମନ୍ଦିର କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗିଲାନି କେମିତି? ୟେସ୍ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ଜମା ପାଇଁ ଶ୍ରୀମନ୍ଦିର ପରିଚାଳନା ସଦସ୍ୟ ତଥା ଚାଟାର୍ଡ ଆକାଉଣ୍ଟାଣ୍ଟ ବିଜୟ ସାହୁ ମନାଇଥିଲେ କି? ୟେସ୍ ବ୍ୟାଙ୍କ କମିଶନି ଟଙ୍କାରେ ତତ୍କାଳୀନ ଶ୍ରୀମନ୍ଦିର ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଏବଂ ବିଜୟ ସାହୁ ୟୁରୋପ ବୁଲିଯିବା ସତ କି?
ୟେସ୍ ବ୍ୟାଙ୍କରେ ମହାପ୍ରଭୁଙ୍କ ୫୪୫ କୋଟି ଜମାରାଶି ବୁଡ଼ିଯିବାର ଆଶଙ୍କା ଉଠିବା ଦିନୁ ବିରୋଧୀ ଦଳଗୁଡ଼ିକ ଏହିସବୁ ପ୍ରଶ୍ନ ଉଠାଇ ସରକାରଙ୍କୁ ଘେରୁଛନ୍ତି । ଆଜି ବିଧାନସଭାରେ ଏ ସମ୍ପର୍କିତ ମୁଲତବୀ ପ୍ରସ୍ତାବ ଆଲୋଚନା କାଳରେ ମଧ୍ୟ ଏହି ପ୍ରଶ୍ନ ଉଠାଇ ସରକାରଙ୍କଠାରୁ ଜବାବ ମାଗିଥିଲେ ବିରୋଧୀ ଦଳ । ମାତ୍ର ମୁଲତବୀ ଆଲୋଚନାର ଉତ୍ତରରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ପ୍ରଶ୍ନଗୁଡ଼ିକୁ ଆଡ଼େଇ ଦେଇଛନ୍ତି । ଏହି ଅଭିଯୋଗର କୌଣସି ଭିତ୍ତି ନାହିଁ ବୋଲି ଇଙ୍ଗିତରେ ଜଣାଇଛନ୍ତି ।
ଅର୍ଥମନ୍ତ୍ରୀ ସଫେଇ ଦେଇଛନ୍ତି, ୟେସ୍ ବ୍ୟାଙ୍କରେ ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କା ଜମାରେ ରାଜ୍ୟ ସରକାରଙ୍କ ଭୂମିକା ନାହିଁ । ଶ୍ରୀମନ୍ଦିର ଟଙ୍କା କେଉଁଠି ରହିବ ସେ ସମ୍ପର୍କରେ ମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନିଅନ୍ତି । ସେଥିରେ ରାଜ୍ୟ ସରକାର ହସ୍ତକ୍ଷେପ କରନ୍ତି ନାହିଁ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସବୁପ୍ରକାର ସ୍ୱଚ୍ଛତା ଅବଲମ୍ବନ କରାଯାଇ ମହାପ୍ରଭୁଙ୍କ ଟଙ୍କା ଜମା ପାଇଁ ବ୍ୟାଙ୍କଗୁଡ଼ିକଠାରୁ ପ୍ରସ୍ତାବ ମଗାଯାଇଥିଲା । ୟେସ୍ ବ୍ୟାଙ୍କ ସର୍ବାଧିକ ୮.୬୧ ପ୍ରତିଶତ ସୁଧ ଦେବାକୁ ରାଜି ହେବାରୁ ତାହାକୁ ଚୟନ କରାଯାଇଥିଲା ।
ଚଳିତ ମାର୍ଚ୍ଚ ୫ ପର୍ଯ୍ୟନ୍ତ ୟେସ୍ ବ୍ୟାଙ୍କ ସହ କାରବାର ନ କରିବାକୁ କେନ୍ଦ୍ର ସରକାର କିମ୍ବା ଆରବିଆଇ ପକ୍ଷରୁ କୌଣସି ସୂଚନା ନ ଥିଲା । ସୂଚନା ପାଇବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆରବିଆଇ ଆଞ୍ଚଳିକ ନିଦେ୍ର୍ଦଶକଙ୍କୁ ଚିଠି ଲେଖାଯାଇ ଉକ୍ତ ଟଙ୍କାକୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ଟ୍ରାନସଫର୍ କରିବାକୁ ଅନୁରୋଧ କରାଯାଇଛି ।
ୟେସ୍ ବ୍ୟାଙ୍କ ସହ କାରବାରକୁ ନେଇ ବିରୋଧୀ ଦଳ ଉଠାଇଥିବା ପ୍ରଶ୍ନର ଜବାବ ଦେଇ ଅର୍ଥମନ୍ତ୍ରୀ କହିଥିଲେ, ବ୍ୟାଙ୍କିଙ୍ଗ୍ କାରବାରରେ ରାଜ୍ୟ ସରକାରଙ୍କର କୌଣସି ଭୂମିକା ନାହିଁ । ଏହା କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ । ବ୍ୟାଙ୍କ ସ୍ଥିତି ଦେଖି ଜମା କରିବାକୁ ଆମେ ଯେବେ କହିଛୁ, ଆରବିଆଇ ଆମକୁ ଆକଟ କରିଛି । ବ୍ୟାଙ୍କର ଦେବାଳିଆ ସ୍ଥିତି ଜଣାପଡ଼ିବା ପରେ ଆମେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛୁ । ଆରବିଆଇ ଗଭର୍ଣ୍ଣରଙ୍କୁ ମୁଖ୍ୟ ଶାସନ ସଚିବ ଚିଠି ଲେଖିଥିବା ବେଳେ ସେ ନିଜେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ମହାପ୍ରଭୁଙ୍କ ଟଙ୍କା ସୁରକ୍ଷିତ ଏବଂ ତାକୁ ପାଇବାରେ କୌଣସି ଅସୁବିଧା ନାହିଁ ବୋଲି ଉଭୟ ପକ୍ଷରୁ ଆଶ୍ୱାସନା ମିଳିଛି ।
ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କିମ୍ବା ରାଜନୀତି ନ କରି ମହାପ୍ରଭୁଙ୍କ ଟଙ୍କା ଫେରିପାଇବାକୁ ସମସ୍ତେ ଉଦ୍ୟମ କରିବାର ଆବଶ୍ୟକତା ରହିଛି ବୋଲି ଅର୍ଥମନ୍ତ୍ରୀ କହିବା ସହ ସମସ୍ତଙ୍କ ସହଯୋଗ ଲୋଡିଥିଲେ ।
ମୁଲତବୀ ଆଲୋଚନା ଆରମ୍ଭ କରି ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ୟେସ୍ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ଜମାକୁ ନେଇ ସରକାରଙ୍କୁ ପ୍ରଶ୍ନବାଣରେ ଘେରିଥିଲେ । ୟେସ୍ ବ୍ୟାଙ୍କର ଦେବାଳିଆ ଅବସ୍ଥା ଜାଣି ବି କେଉଁ ପରିସ୍ଥିତିରେ ସେଠାରେ ଟଙ୍କା ଜମା କରାଗଲା? ଏହି କାରବାରରେ ଚାଟାର୍ଡ ଆକାଉଣ୍ଟାଣ୍ଟ ବିଜୟ ସାହୁ କଳାପାହାଡ଼ ଭୂମିକା ନେଇଛନ୍ତି କି? ପ୍ରଦୀପ୍ତ ମହାପାତ୍ର- ବିଜୟ ସାହୁ ୟୁରୋପ ଗସ୍ତରେ ଯାଇଥିଲେ କି? ଗୃହ କମିଟି ଗଠନ କରାଯାଇ ଏହି ସମସ୍ତଙ୍କ ଘଟଣାର ପର୍ଦ୍ଦାଫାସ କରାଯାଉ ବୋଲି ସେ ଦାବି କରିଥିଲେ । ଏଥିସହ ସିବିଆଇ ଏବଂ ଇଓଡବ୍ଲୁ ତଦନ୍ତ ଦାବି କରିଥିଲେ । ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ କହିଥିଲେ, ୟେସ୍ ବ୍ୟାଙ୍କ କାରବାରରେ ୩ କୋଟି ଟଙ୍କା କିକବ୍ୟାଙ୍କ ହୋଇଛି ।ୠୃହ କମିଟି ଗଠନ କରାଯାଇ ଏହାର ତଦନ୍ତ କରାଯାଉ । ଖାଲି ଶ୍ରୀମନ୍ଦିର ଟଙ୍କା ନୁହେଁ, ଜିଲ୍ଲାୱାରୀ ସରକାରୀ ବିଭାଗର କେତେ ଟଙ୍କା ଏହି ବ୍ୟାଙ୍କରେ ଜମା ହୋଇଛି ସରକାର ତାହାର ତାଲିକା ଦେବାକୁ ଦାବି କରିଥିଲେ ।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ଶ୍ରୀମନ୍ଦିର ଟଙ୍କା ସାଧାରଣତଃ ଦୁଇପ୍ରକାର ଫଣ୍ଡ୍ ଯଥା ଟେମ୍ପଲ୍ ଫଣ୍ଡ୍ ଏବଂ ଫାଉଣ୍ଡେସନ୍ ଫଣ୍ଡ୍ ରହିଥାଏ । ଫାଉଣ୍ଡେସନ୍ ଫଣ୍ଡର ଅଧ୍ୟକ୍ଷ ହେଉଛନ୍ତି ମୁଖ୍ୟମନ୍ତ୍ରୀ । ଯଦି ଫାଉଣ୍ଡେସନ୍ ଫଣ୍ଡରେ ଟଙ୍କା ରହିଥିବ ତେବେ ଏହାର ଅପବ୍ୟବହାର ପାଇଁ ମୁଖ୍ୟମନ୍ତ୍ରୀ ନିଶ୍ଚିତ ଦାୟୀ ରହିବେ । ଯଦି ସେଭଳି କିଛି ହୋଇନାହିଁ ତେବେ ମୁଖ୍ୟମନ୍ତ୍ରୀ ପାଟି ଖୋଲନ୍ତୁ । ଟଙ୍କା କାହିଁକି ଜାତୀୟକରଣ ବ୍ୟାଙ୍କରେ ରଖାଯାଇନାହିଁ ତାହା ଉପରେ ମୁଁ ପ୍ରଶ୍ନ ପଚାରିବିନି । ତେବେ ଜମାଟଙ୍କା ସୁରକ୍ଷିତ ବୋଲି ମୁଖ୍ୟମନ୍ତ୍ରୀ ଗୃହରେ ହେଉ କି ଗୃହ ବାହାରେ ହେଉ ଆଶ୍ୱସ୍ତ କରନ୍ତୁ ।
ୟେସ୍ ବ୍ୟାଙ୍କ କାରବାରକୁ ନେଇ ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ସରକାରଙ୍କୁ ସମାଦ ଦାୟୀ କରିଥିଲେ ନରସିଂହ । ତେବେ ସେ ଯାହା ହେଉ, ୟେସ୍ ବ୍ୟାଙ୍କରେ ଯେ ଫ୍ରଡ୍ ହୋଇଛି ସେଥିରେ ସନେ୍ଦହ ନାହିଁ ବୋଲି ନରସିଂହ କହିଥିଲେ । ତିରୁପତି ମନ୍ଦିର କର୍ତ୍ତୃପକ୍ଷ ୧୩୦୦ କୋଟି ଟଙ୍କା ଉଠାଇ ନେବା କଥା ଓଡ଼ିଶା ସରକାର ଜାଣିପାରିଲେନି ନା ଜାଣିଶୁଣି ନିରବ ରହିଲେ? ୟେସ୍ ବ୍ୟାଙ୍କକୁ ଜାଣିଶୁଣି ଫାଇଦା ଦିଆଯାଇଥିବା ନିଶ୍ଚିତ ଜଣାପଡୁଥିବାରୁ ଗୃହ କମିଟି ଦ୍ୱାରା ଏହାର ତଦନ୍ତ କରିବାକୁ ସେ ଦାବି କରିଥିଲେ ।
ସରକାରୀ ଦଳ ପକ୍ଷରୁ ଅମର ଶତପଥୀ, ଅତନୁ ସବ୍ୟସାଚୀ ନାୟକ, ଅଶ୍ୱିନୀ ପାତ୍ର, ପ୍ରଫୁଲ୍ଲ ସାମଲ ଆଲୋଚନାରେ ଭାଗନେଇ ଜଗନ୍ନାଥଙ୍କ ଟଙ୍କାକୁ ନେଇ ରାଜନୀତି ନ କରିବାକୁ ଅନୁରୋଧ କରିଥିଲେ । ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି ବୋଲି ସେମାନେ କହିଥିଲେ ।
ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ତାଙ୍କ ଭାଷଣରେ ଚାଟାର୍ଡ ଆକାଉଣ୍ଟାଣ୍ଟ ବିଜୟ ସାହୁ ଏତେ ପାୱାରଫୁଲ୍ କାହିଁକି ବୋଲି ପ୍ରଶ୍ନ କରି ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଙ୍କ ନାଁକୁ ଯୋଡି ବ୍ୟକ୍ତିଗତ ମନ୍ତବ୍ୟ ଦେଇଥିଲେ । ଶାସକ ଦଳର ସଦସ୍ୟ ଅତନୁ ସବ୍ୟସାଚୀ ନାୟକ ଏହି ମନ୍ତବ୍ୟ ଉପରେ ଆପତ୍ତି ଉଠାଇ କହିଥିଲେ ଯେ ଗୃହ ବାହାରର କୌଣସି ବ୍ୟକ୍ତିଙ୍କ ବ୍ୟକ୍ତିଗତ ବ୍ୟାପାର ଉପରେ ଗୃହରେ ଆଲୋଚନା କରିବା ଆଦୌ ଗ୍ରହଣୀୟ ନୁହେଁ । ଶ୍ରୀ ମାଝୀଙ୍କ ଏହି ମନ୍ତବ୍ୟକୁ ଗୃହ ବିବରଣୀରୁ ବାଦ୍ ଦେବାକୁ ସେ ଦାବି କରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ କିଛି ସମୟ ପାଇଁ କଥା କଟାକଟି ହୋଇଥିଲା ।
ମୁଲତବୀ ଆଲୋଚନା ଶେଷରେ ଅର୍ଥମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ କଂଗ୍ରେସ ବିଧାୟକମାନେ କକ୍ଷତ୍ୟାଗ କରିଥିଲେ ।
Previous Post

ଲୁଚି ଲୁଚି ଝିଲିକ୍ ଙ୍କୁ ବାହା ହୋଇଗଲେ ଡ୍ୟାନି

Next Post

‘କରୋନା’ ମୁକାବିଲା ପାଇଁ ଯୁଦ୍ଧକାଳୀନ ପ୍ରସ୍ତୁତି

Next Post
‘କରୋନା’ ମୁକାବିଲା ପାଇଁ ଯୁଦ୍ଧକାଳୀନ ପ୍ରସ୍ତୁତି

‘କରୋନା’ ମୁକାବିଲା ପାଇଁ ଯୁଦ୍ଧକାଳୀନ ପ୍ରସ୍ତୁତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA