Monday, May 25, 2026 07:31 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଲୁଚି ଲୁଚି ଝିଲିକ୍ ଙ୍କୁ ବାହା ହୋଇଗଲେ ଡ୍ୟାନି

by Our Correspondent
12 Mar, 2020- 10:15 AM
in Latest News, News
1 min read
0
ଲୁଚି ଲୁଚି ଝିଲିକ୍ ଙ୍କୁ ବାହା ହୋଇଗଲେ ଡ୍ୟାନି
ଭୁବନେଶ୍ୱର: ଓଲିଉଡ୍ ର ନାମକରା ଅଭିନେତ୍ରୀ ବଙ୍ଗାଳୀ ଝିଅ ଝିଲିକ୍ ଭଟ୍ଟାଚାର୍ଯ୍ୟଙ୍କ ହାତ ଧରିଛନ୍ତି ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ(ଡ୍ୟାନି) । ବୁଧବାର ଦିନ ଏକ ତାରକା ହୋଟେଲ୍ ରେ ସେମାନଙ୍କର ବିବାହ ହୋଇଥିବା ଜଣାପଡ଼ିଛି । ବାହାରକୁ ଗୋପନ ରଖାଯାଇ କେବଳ ପରିବାରବର୍ଗ ଓ ଆତ୍ମୀୟସ୍ୱଜନଙ୍କ ଉପସ୍ଥିତିରେ ବିବାହ ସମ୍ପନ୍ନ ହୋଇଥିଲା ।
ସୋସିଆଲ୍ ମିଡ଼ିଆରେ ଏହାର ଫଟୋ ଭାଇରାଲ୍ ହୋଇଥିଲେ ମଧ୍ୟ ଡ୍ୟାନି ଙ୍କ ପକ୍ଷରୁ ଆଶ୍ଚର୍ଯ୍ୟଜନକ ଭାବେ ବିବାହକୁ ଏଯାଏଁ ସ୍ୱୀକାର କରାଯାଇନାହିଁ । ତେବେ ବିବାହର ଫଟୋକୁ ଆଜି ସକାଳୁ ନିଜ ଫେସବୁକ୍ ରେ ଛାଡ଼ିଛନ୍ତି ଝିଲିକ୍ । ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ସମସ୍ତଙ୍କର ଆଶିର୍ବାଦ ଲୋଡ଼ିଛନ୍ତି ।

ଝିଲିକ୍ ଙ୍କୁ ଡ୍ୟାନି ବିବାହ କରୁଥିବା ନେଇ ମାସକ ତଳୁ ଖବର ଆସିଥିଲା । ମାତ୍ର ଡ୍ୟାନି ରୋକଠୋକ୍ ଏହାକୁ ଅସ୍ୱୀକାର କରିଥିଲେ । ଏପରିକି ନିଜ ଦଳର ଖାସ୍ ବନ୍ଧୁ ଓ ସହଯୋଗୀମାନଙ୍କ ଆଗରେ ତାଙ୍କ ବିବାହ ଚର୍ଚ୍ଚାକୁ ମିଛ ଏବଂ ମନଗଢ଼ା କହିଥିଲେ । ଅନ୍ୟପକ୍ଷରେ ଡ୍ୟାନିଙ୍କ ସହ ବିବାହ ଚର୍ଚ୍ଚାକୁ ଅଭିନେତ୍ରୀ ଝିଲିକ୍ ଅସ୍ୱୀକାର ନ କରି ନିରବ ରହିବା ପରେ ସସପେନସ୍ ବଢ଼ିଥିଲା ।
ଏକ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, କାହାରିକୁ ସୁରାକ୍ ନ ଦେଇ ଡ୍ୟାନି- ଝିଲିକ୍ ଙ୍କ ପରିବାର ଏକ ହୋଟେଲ୍ ରେ ଗତକାଲି ଉଭୟଙ୍କ ବିବାହ କରାଇଥିଲେ । ଡ୍ୟାନିଙ୍କ ବାପା ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ ସେଠାରେ ଉପସ୍ଥିତ ରହି ବିବାହର ତଦାରଖ କରିଥିଲେ । ବିବାହ ଉତ୍ସବକୁ ଗୋପନୀୟ ରଖାଯାଇଥିଲେ ମଧ୍ୟ ଏହାର ଫଟୋ ସୋସିଆଲ୍ ମିଡ଼ିଆକୁ ଚାଲି ଆସିବା ପରେ ଘଟଣା ପ୍ରଘଟ ହୋଇଥିଲା । ବାହାଘରର ବିଭିନ୍ନ ଫଟୋ କାଲିଠାରୁ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଥିଲା ।

ଖାଲି ଫଟୋ ନୁହେଁ, ଉତ୍ସବର ଭିଡ଼ିଓ ମଧ୍ୟ ସୋସିଆଲ୍ ମିଡ଼ିଆରେ ଘୂରୁଛି । ସେଥିରେ ଅନ୍ୟମାନଙ୍କ ଗହଣରେ ଡ୍ୟାନି-ଝିଲିକ୍ ହିନ୍ଦୀ ଗୀତର ତାଳେ ତାଳେ ନାଚୁଥିବା ଦେଖିବାକୁ ମିଳୁଛି । ଡ୍ୟାନି-ଝିଲିକ୍ ଙ୍କର ଏହା ନିର୍ବନ୍ଧ ବୋଲି ତାଙ୍କର କିଛି ବନ୍ଧୁ ପ୍ରଥମେ ପ୍ରଚାର କରିଥିଲେ ମଧ୍ୟ ଝିଲିକ୍ ଙ୍କ ବେଶଭୂଷା ଏବଂ ମଥାର ସିନ୍ଦୁର ହିଁ ଉଭୟଙ୍କ ବିବାହକୁ ସ୍ପଷ୍ଟ କରୁଥିଲା । ଏହି ଫଟୋ ପଦାକୁ ଆସିଲା ପରେ ବି ଡ୍ୟାନି ବିବାହକୁ ଖୋଲାଖୋଲି ସ୍ୱୀକାର ନ କରିବା ସମସ୍ତଙ୍କୁ ଦ୍ୱନ୍ଦରେ ପକାଇଥିବା ବେଳେ ଝିଲିକ୍ ସେହି ଦ୍ୱନ୍ଦ ଦୂର କରିଛନ୍ତି ।
Previous Post

ରାଜନୀତିରେ ସିନ୍ଧିଆ ଚରିତ୍ର: ଜନସେବା ମିଛ, କ୍ଷମତା ପାଇଁ ସବୁ ନାଟ !

Next Post

ବିଧାନସଭାରେ ୟେସ୍ ବ୍ୟାଙ୍କ ଝଡ଼; ଦୋଷ ଠେଲିଦେଲେ ଅର୍ଥମନ୍ତ୍ରୀ

Next Post
ବିଧାନସଭାରେ ୟେସ୍ ବ୍ୟାଙ୍କ ଝଡ଼; ଦୋଷ ଠେଲିଦେଲେ ଅର୍ଥମନ୍ତ୍ରୀ

ବିଧାନସଭାରେ ୟେସ୍ ବ୍ୟାଙ୍କ ଝଡ଼; ଦୋଷ ଠେଲିଦେଲେ ଅର୍ଥମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA