ଭୁବନେଶ୍ୱର: ବର୍ତ୍ତମାନ ସମୟରେ ସମଗ୍ର ବିଶ୍ୱ ପାଇଁ ବଡ଼ ଚାଲେଞ୍ଜ ହୋଇଛି କୋଭିଡ୍ ୧୯ । ବିଶ୍ୱ ମହାମାରୀ ଭାବେ ଉଭା ହୋଇଥିବା ଏହି ଭୂତାଣରୁ ମାନବସମାଜକୁ ରକ୍ଷା କରିବା ପାଇଁ ସବୁସ୍ତରରେ ଅସାଧାରଣ ଉଦ୍ୟମ ଆରମ୍ଭ ହୋଇଛି । ଜନସାଧାରଣଙ୍କ ଦୈନନ୍ଦିନ କାର୍ଯ୍ୟ ପାଇଁ ଆବଶ୍ୟକ ଅର୍ଥର ଘୋର ସଙ୍କଟ ହେବାକୁ ଯାଉଥିବା ବେଳେ ଏହାର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଣ୍ଟା ଭିଡ଼ିଛନ୍ତି ।
ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି(କୋଭିଡ୍-୧୯ ଫଣ୍ଡ୍) କୁ ମୁଖ୍ୟମନ୍ତ୍ରୀ ଆଜି ତାଙ୍କର ତିନି ମାସର ଦରମା ଦାନ ଟଙ୍କା କରିଛନ୍ତି । ମାନବ ସମାଜ ପାଇଁ ଏହି ମହାନ୍ କାର୍ଯ୍ୟରେ ସହଯୋଗପୂର୍ବକ କୋଭିଡ୍ ୧୯ ଫଣ୍ଡ୍ କୁ ସ୍ୱଇଚ୍ଛାରେ ଦାନ କରିବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅପିଲ୍ କରିଛନ୍ତି ।