Monday, May 25, 2026 02:53 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘କରୋନା’ ରେ ରାଜନୀତି ତାତି

by Our Correspondent
14 Mar, 2020- 08:00 PM
in Latest News, News, Politics
1 min read
0
‘କରୋନା’ ରେ ରାଜନୀତି ତାତି

ଭୁବନେଶ୍ୱର: ‘କରୋନା’ ଭୟାବହତାରେ ଏବେ ସାରା ବିଶ୍ୱ ଥରହର । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ‘କରୋନା’ କୁ ବିଶ୍ୱ ମହାମାରୀ ଘୋଷଣା କରିଛନ୍ତି । ଭାରତରେ ‘କରୋନା’ ରେ ୨ ବ୍ୟକ୍ତିଙ୍କ ମୃତ୍ୟୁ ସହ ସଂକ୍ରମିତଙ୍କ ସଂଖ୍ୟା ୮୪ ଛୁଇଁଲାଣି । କେନ୍ଦ୍ର ସରକାର ଏହାକୁ ବିପର୍ଯ୍ୟୟ ଘୋଷଣା କରି ବ୍ୟାପକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରୁଛନ୍ତି । ଓଡ଼ିଶା ସରକାର ‘କରୋନା’ କୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରି ଏଥିରୁ ରକ୍ଷା ପାଇବା ପାଇଁ ବ୍ୟାପକ ଅଭିଯାନ ଆରମ୍ଭ କରିଛନ୍ତି । ସ୍କୁଲ, କଲେଜ, ସୁଇମିଂ ପୁଲ୍, ଜିମ୍, ଜନଗହଳି ସମେତ ବିଧାନସଭାକୁ ବି ବନ୍ଦ କରିଛନ୍ତି । ତେବେ ବିଧାନସଭା ବନ୍ଦ ନିଷ୍ପତ୍ତିକୁ ବିଜେପି ଗ୍ରହଣ କରୁନି । ଏହାକୁ ସରକାରଙ୍କ ନଈ ନ ଦେଖୁଣୁ ଲଙ୍ଗଳା ବୋଲି ଆକ୍ଷେପ କରି ନିଷ୍ପତ୍ତି ପଛରେ ‘ୟେସ୍ ବ୍ୟାଙ୍କ’ କେଁ ଦେଖଇଛନ୍ତି । ୟେସ୍ ବ୍ୟାଙ୍କ ଅଡୁଆରୁ ମୁକୁଳିବା ପାଇଁ ‘କରୋନା’ କୁ ଢ଼ାଲ କରାଯାଇଥିବା ବିଜେପି ଅଭିଯୋଗ କରିଛି ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ଉପନେତା ବିଷ୍ଣୁ ସେଠୀ, ମୁଖ୍ୟ ସଚେତକ ମୋହନ ମାଝୀ ବିଧାନସଭାରେ ଉଠାଇଥିବା ‘ୟେସ୍ ବ୍ୟାଙ୍କ’ ପ୍ରସଙ୍ଗକୁ ପୁଣି ଥରେ ଦୋହରାଇଥିଲେ । ମହାପ୍ରଭୁଙ୍କ ୫୪୫ କୋଟି ଜମା ପଛରେ କିକ୍ ବ୍ୟାକ୍ ହୋଇଛି ଏବଂ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ୟେସ୍ ବ୍ୟାଙ୍କ ଅଡୁଆରୁ ମୁକୁଳିବା ପାଇଁ ସରକାର ‘କରୋନା’ କୁ ଢ଼ାଲ କରି ପଳାୟନପନ୍ଥୀ ସାଜିଥିବା ବର୍ଷିଥିଲେ ।

ତେବେ ବିଜେପିର ଅଭିଯୋଗ ଉପରେ ବିଜେଡ଼ି ଆକ୍ରମଣାତ୍ମକ ହୋଇଛି । ଦଳର ସାଧାରଣ ସମ୍ପାଦକ ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ସାଂସଦ ତଥା ଦଳର ମୁଖପାତ୍ର ଡ. ସସ୍ମିତ୍ ପାତ୍ର ଏବଂ ମିଶନ ଶକ୍ତି ଉପଦେଷ୍ଟା ଶ୍ରୀମତୀ ଲୋପାମୁଦ୍ରା ବକ୍ସିପାତ୍ର ବିଜେପି ବିଧାୟକଙ୍କର ଏହା ହୀନ ରାଜନୀତି ବୋଲି କହିଛନ୍ତି ।
କରୋନା ଏକ ଆନ୍ତର୍ଜାତିକ ବିପର୍ଯ୍ୟୟ ଭାବେ ଉଭା ହୋଇଛି । ଅଧିକାଂଶ ରାଜ୍ୟ ଏହାକୁ ବିପର୍ଯ୍ୟୟ ଭାବେ ଘୋଷଣା କରିବା ସହିତ କେନ୍ଦ୍ର ସରକାର ଗୁରୁତ୍ୱର ସହ ନେଇ ମୁକାବିଲାମୂଳକ ପଦକ୍ଷେପ ନେଉଛନ୍ତି । ଓଡ଼ିଶା ସରକାର ମଧ୍ୟ ଅନୁରୂପ ପଦକ୍ଷେପ ନେଉଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ କରୋନା ମୁକାବିଲା ପାଇଁ ୨୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ରାଜ୍ୟ ବିଜେପି ଓଡ଼ିଶା ସରକାରଙ୍କୁ ସମାଲୋଚନା କରିବା ପୂର୍ବରୁ ଦେଶର ଅନ୍ୟ ବିଜେପି ଶାସିତ ରାଜ୍ୟ ଯଥା ହରିଆନା, ଉତ୍ତରପ୍ରଦେଶ କିଭଳି ଅନୁରୂପ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ଜାଣିବା ଦରକାର ବୋଲି ବିଜେଡ଼ି ନେତା ପରାମର୍ଶ ଦେଇଥିଲେ ।
ୟେସ୍ ବ୍ୟାଙ୍କ ପ୍ରସଙ୍ଗରେ କହିଥିଲେ, ଶ୍ରୀଜଗନ୍ନାଥ ମନ୍ଦିର ଅର୍ଥ ସମ୍ପୂର୍ଣ୍ଣ ସୁରକ୍ଷିତ । ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେବା ସହ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନିର୍ଭର ପ୍ରତିଶ୍ରୁତି ପାଇଛନ୍ତି । ୟେସ୍ ବ୍ୟାଙ୍କରେ ମହାପ୍ରଭୁଙ୍କ ଜମାଟଙ୍କାକୁ ନେଇ ବିଧାନସଭାରେ ମୁଲତବୀ ପ୍ରସ୍ତାବ ଉପରେ ସବୁକଥା ଆଲୋଚନା ହୋଇଛି । ତଦନୁଯାୟୀ କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କୁ ଦାବିପତ୍ର ପ୍ରଦାନ ଲାଗି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସମସ୍ତ ରାଜନୈତିକ ଦଳର ୧୨ ଜଣ ସଦସ୍ୟଙ୍କୁ ନେଇ ଗୃହ କମିଟି ଗଠନ ହୋଇଛି । ଏଭଳି ସ୍ଥିତିରେ ବିଜେପିର ଆରୋପ ଲୋକହସା ଏବଂ ଶସ୍ତା ରାଜନୀତି ଛଡ଼ା କିଛି ନୁହେଁ ବୋଲି ଶ୍ରୀ ଦାସବର୍ମା କହିଥିଲେ ।
ବିଧାନସଭା ବନ୍ଦକୁ ନେଇ ବିଜେପି ଆଣୁଥିବା ଅଭିଯୋଗର ଗୁମର ବି ଖୋଲିଛନ୍ତି ଶ୍ରୀ ଦାସବର୍ମା । ବିଧାନସଭା ମୁଲତବୀ ପାଇଁ ବିରୋଧୀ ଦଳ ନେତାଙ୍କ ସହିତ ବିଜେପି ଓ ଅନ୍ୟ ସମସ୍ତ ରାଜନୈତିକ ଦଳର ମତାମତ ନିଆଯାଇଥିଲା । ସବୁ ଦଳକୁ ବିଶ୍ୱାସକୁ ନେଇ ସହମତିରେ ବିଧାନସଭା ମୁଲତବୀ କରାଯାଇଛି । ତେଣୁ ବିଜେପି ସଦସ୍ୟମାନେ ଏ ନେଇ ଲୋକଙ୍କୁ ବିଭ୍ରାନ୍ତ କରନ୍ତୁ ନାହିଁ ବୋଲି ସେ କହିଥିଲେ ।
ବର୍ତ୍ତମାନ କରୋନା ଆନ୍ତର୍ଜାତୀୟ ବିପର୍ଯ୍ୟୟ ହୋଇଥିବାରୁ ରାଜନୀତିରୁ ଉଦ୍ଧ୍ୱର୍କୁ ଆସି ଆମେ ସମସ୍ତେ ଏହାର ମୁକାବିଲା ଲାଗି ଆଗେଇ ଆସିବା ଉଚିତ ବୋଲି ବିଜେଡ଼ି ନେତାମାନେ ପରାମର୍ଶ ଦେଇଛନ୍ତି ।
Previous Post

ୟେସ୍ ବ୍ୟାଙ୍କରେ ସମସ୍ତେ ସୁରକ୍ଷିତ, ବୁଡ଼ିବନି ଟଙ୍କା; ୧୮ରୁ ହଟିବ କଟକଣା

Next Post

ଶ୍ରୀମନ୍ଦିରରେ ‘କରୋନା’ କଟକଣା: ଫର୍ମ ପୂରଣ କରି ଭକ୍ତ ଯିବେ, ଅରୁଣ ସ୍ତମ୍ଭ ଛୁଇଁବେନି

Next Post
ଶ୍ରୀମନ୍ଦିରରେ ‘କରୋନା’ କଟକଣା: ଫର୍ମ ପୂରଣ କରି ଭକ୍ତ ଯିବେ, ଅରୁଣ ସ୍ତମ୍ଭ ଛୁଇଁବେନି

ଶ୍ରୀମନ୍ଦିରରେ ‘କରୋନା’ କଟକଣା: ଫର୍ମ ପୂରଣ କରି ଭକ୍ତ ଯିବେ, ଅରୁଣ ସ୍ତମ୍ଭ ଛୁଇଁବେନି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA