Friday, August 21, 2026 03:27 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଶ୍ରୀମନ୍ଦିରରେ ‘କରୋନା’ କଟକଣା: ଫର୍ମ ପୂରଣ କରି ଭକ୍ତ ଯିବେ, ଅରୁଣ ସ୍ତମ୍ଭ ଛୁଇଁବେନି

by Our Correspondent
15 Mar, 2020- 03:52 PM
in Latest News, News
1 min read
0
ଶ୍ରୀମନ୍ଦିରରେ ‘କରୋନା’ କଟକଣା: ଫର୍ମ ପୂରଣ କରି ଭକ୍ତ ଯିବେ, ଅରୁଣ ସ୍ତମ୍ଭ ଛୁଇଁବେନି

– ଫର୍ମ ପୂରଣ କରି ଶ୍ରୀମନ୍ଦିର ଯିବେ ଭକ୍ତ
– ଅରୁଣ ସ୍ତମ୍ଭ, ଗରୁଡ଼ ସ୍ତମ୍ଭ ଛୁଇଁବେନି
– ଆନନ୍ଦବଜାରରେ ବସି ମହାପ୍ରସାଦ ସେବନ ମନା
– ମାସ୍କ ପିନ୍ଧିବେ ସେବାୟତ,ପୂଜାପଣ୍ଡା

ପୁରୀ: ‘କରୋନା’ ସତର୍କତା ଭାବେ ଶ୍ରୀମନ୍ଦିରରେ ବ୍ୟାପକ କଟକଣା ଜାରି ହୋଇଛି । ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରବେଶ ପୂର୍ବରୁ ସେମାନଙ୍କର ସବିଶେଷ ତଥ୍ୟ ଲିଖିତ ଭାବେ ଜଣାଇବାକୁ ପଡ଼ିବ । ଅରୁଣ ସ୍ତମ୍ଭ, ଗରୁଡ଼ ସ୍ତମ୍ଭ ଛୁଇଁପାରିବେ ନାହିଁ । ଆନନ୍ଦ ବଜାରରେ ବସି ମହାପ୍ରସାଦ ସେବନ କରିପାରିବେ ନାହିଁ । ସେବାୟତ ଓ ପୂଜାପଣ୍ଡା ମାନେ ମାସ୍କ ପିନ୍ଧିବେ ।
‘କରୋନା’ ମୁକାବିଲା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାରଙ୍କ ଅଧ୍ୟକ୍ଷତାରେ ଛତିଶ ନିଯୋଗ ବୈଠକର ଏକ ଜରୁରୀ ବୈଠକରେ ଆଜି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରୀମନ୍ଦିରକୁ ପ୍ରତିଦିନ ହଜାର ହଜାର ଭକ୍ତ ଆସୁଥିବାରୁ ସମ୍ଭାବ୍ୟ ବିପଦକୁ ଟାଳିବା ପାଇଁ ସବୁପ୍ରକାର ପ୍ରସ୍ତୁତି କରାଯାଇଛି । ଶ୍ରୀମନ୍ଦିର ପୁଲିସ, କର୍ମଚାରୀଙ୍କଠାରୁ ଆରମ୍ଭ କରି ସେବାୟତ ଓ ପୂଜା ପଣ୍ଡାମାନେ ବିନା ମାସ୍କରେ ଶ୍ରୀମନ୍ଦିର ପଶିବାକୁ ବାରଣ କରାଯାଇଛି । ସେବାୟତ ଓ ପୂଜାପଣ୍ଡାମାନେ ପୂଜାର୍ଚ୍ଚନା ବେଳେ ମଧ୍ୟ ମୁହଁରୁ ମାସ୍କ କାଢ଼ିବେ ନାହିଁ ।
ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି ରୋକିବା ପାଇଁ ମହାପ୍ରଭୁଙ୍କ କିଛି ନୀତିକାନ୍ତି କାଟଛାଣ୍ଟ କରାଯାଇଛି । କୌଣସି ଜାଗାରେ ଗହଳି ହେବାକୁ ଦିଆଯିବ ନାହିଁ । ଭକ୍ତମାନଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶକୁ ନାଁ କରାଯାଇ ନ ଥିଲେ ମଧ୍ୟ ‘କରୋନା’ ଭାଇରସ୍ ର କୌଣସି ଲକ୍ଷଣ ସେମାନଙ୍କ ପାଖରେ ନାହିଁ ବୋଲି ସୁନିଶ୍ଚିତ କଲା ପରେ ଯାଇ ପ୍ରବେଶ ଅନୁମତି ଦିଆଯିବ । ଏଥିପାଇଁ ଶ୍ରୀମନ୍ଦିର ପ୍ରବେଶ ପୂର୍ବରୁ ନିର୍ଦ୍ଧାରିତ ଫର୍ମ ପୂରଣ କରିବାକୁ ପଡ଼ିବ । ଏହି ଫର୍ମ ଶ୍ରୀମନ୍ଦିର ବାହାରେ ଥିବା ହେଲପ୍ ଡେସ୍କରୁ ମିିଳିବ ।
ଭକ୍ତମାନେ ଶ୍ରୀମନ୍ଦିର ଭିତରେ ମଧ୍ୟ ଧାଡ଼ିରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ଏବଂ ଧାଡ଼ିରେ ଫେରିବେ । ଭିତରେ ଜନଗହଳିକୁ ରୋକିବା ପାଇଁ ଏହି ବ୍ୟବସ୍ଥା କରାଯାଇଥିବା ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ଭକ୍ତଙ୍କ ପାଇଁ ଅରୁଣ ସ୍ତମ୍ଭ ଏବଂ ଗରୁଡ଼ ସ୍ତମ୍ଭକୁ ଛୁଇଁବା ଉପରେ କଟକଣା ଜାରି ହୋଇଛି । ଯେଭଳି ଭକ୍ତମାନେ ପାଖକୁ ଯାଇ ନ ପାରିବେ ସେଥିପାଇଁ ଅରୁଣ ସମ୍ଭ ଓ ଗରୁଡ଼ ସ୍ତମ୍ଭ ଚାରିପଟକୁ ଦଉଡ଼ି ଦ୍ୱାରା ଘେରାଯାଇଛି । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ମହାପ୍ରସାଦ ସେବନରେ କଟକଣା ଲଗାଯାଇଛି । ଭକ୍ତମାନେ ମହାପ୍ରସାଦକୁ ଆନନ୍ଦବଜାରରେ ବସି ଖାଇପାରିବେ ନାହିଁ । ତେବେ ମହାପ୍ରସାଦ ଘରକୁ ଆଣିବାରେ ଅସୁବିଧା ନାହିଁ ।
ଏହି କଟକଣା ଏପ୍ରିଲ୍ ୧୫ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଡ. କ୍ରିଷନ୍ କୁମାର ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ପୁରୀ ସମୁଦ୍ରକୂଳରେ ଲୋକଙ୍କ ଭିଡ଼ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ବନ୍ଦ ହେଲା କୋଣାର୍କ ସୂର୍ଯ୍ୟମନ୍ଦିର, ଧଉଳି

‘କରୋନା’ ସତର୍କତାମୂଳକ ପଦକ୍ଷେପସ୍ୱରୂପ କୋଣାର୍କ ସୂର୍ଯ୍ୟମନ୍ଦିରକୁ ୭ ଦିନ ପାଇଁ ବନ୍ଦ କରିଦିଆଯାଇଛି । ସେହିଭଳି ଶାନ୍ତିସ୍ତୁପ ଧଉଳିକୁ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ କରାଯାଇଛି ।
Previous Post

‘କରୋନା’ ରେ ରାଜନୀତି ତାତି

Next Post

ଚିକେନ୍, ଅଣ୍ଡାରେ ‘କରୋନା’ ଭୟ ନାହିଁ; ଆରାମ୍ ରେ ଖାଆନ୍ତୁ

Next Post
ଚିକେନ୍, ଅଣ୍ଡାରେ ‘କରୋନା’ ଭୟ ନାହିଁ; ଆରାମ୍ ରେ ଖାଆନ୍ତୁ

ଚିକେନ୍, ଅଣ୍ଡାରେ ‘କରୋନା’ ଭୟ ନାହିଁ; ଆରାମ୍ ରେ ଖାଆନ୍ତୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA