Wednesday, April 29, 2026 05:32 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କାଶ୍ମୀରବାସୀଙ୍କୁ ଭରସା ଦେଲେ ମୋଦି

by Our Correspondent
08 Aug, 2019- 10:28 PM
in Latest News, National, News
1 min read
0
କାଶ୍ମୀରବାସୀଙ୍କୁ ଭରସା ଦେଲେ ମୋଦି
ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଧାରା ୩୭୦ ଉଚ୍ଛେଦର ମୁଖ୍ୟ ବିନ୍ଧାଣୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ । ଭାରତୀୟ ଗଣତନ୍ତ୍ର ଓ ସାମ୍ବିଧାନିକ ବ୍ୟବସ୍ଥାରେ ଜାମ୍ମୁ-କାଶ୍ମୀର ସମ୍ପୂର୍ଣ୍ଣ ସାମିଲ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ନିଜର ଖୁସି ଓ ବିଶ୍ୱାସ ବାଣ୍ଟିଛନ୍ତି । ଜାମ୍ମୁ, କାଶ୍ମୀର ଓ ଲଦାଖବାସୀ ବିକାଶର ଶୀର୍ଷ ଦେଖିବେ ବୋଲି ଭରସା ଦେଇଛନ୍ତି ମୋଦି । ଶିକ୍ଷା, ସ୍ୱାସ୍ଥ୍ୟ, କର୍ମନିଯୁକ୍ତିରେ ସ୍ଥାନୀୟ ବାସିନ୍ଦା ନୂଆ ସୋପାନ ଦେଖିବେ । ସେମାନଙ୍କ ଦ୍ୱାରା ମନୋନୀତ ସରକାର ରାଜ୍ୟର ବିକାଶକୁ ଆଗେଇ ନେବ । ସମ୍ବିଧାନରେ ପ୍ରଦତ୍ତ ମୌଳିକ ସୁବିଧାରୁ ଆଉ କେହି ବଞ୍ଚିତ ହେବେ ନାହିଁ । ଦୀର୍ଘ ୩୮ ମିନିଟ୍ ଧରି ଦେଶବାସୀଙ୍କୁ ତାଙ୍କ ଉଦବୋଧନରେ କାଶ୍ମୀର ବିକାଶର ଲମ୍ବା ଭରସା ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
ଧାରା ୩୭୦ ଓ ୩୫(ଏ) କାଶ୍ମୀରକୁ କିଭଳି ଧ୍ୱଂସମୁଖୀ କରିଥିଲା ତାହା ଅବତାରଣ କରିଥିଲେ ମୋଦି । କହିଥିଲେ, ଭାରତକୁ ନଷ୍ଟଭ୍ରଷ୍ଟ କରିବା ପାଇଁ ଏହା ପାକିସ୍ଥାନର ଅସ୍ତ୍ର ଥିଲା । ଆତଙ୍କବାଦ ଓ ଭ୍ରଷ୍ଟାଚାରକୁ ଭରପୂର ପ୍ରୋତ୍ସାହନ ଦେଉଥିଲା । କାଶ୍ମୀରରେ ଗତ ୩୦ ବର୍ଷ ଭିତରେ ୪୨ ହଜାର ନିରୀହ ଲୋକଙ୍କ ଜୀବନ ଯାଇଛି । ଭାରତର ପାର୍ଲିଆମେଣ୍ଟ ଲୋକଙ୍କ ମଙ୍ଗଳ ପାଇଁ ଆଇନ ତିଆରି କରେ । ମାତ୍ର ଏହି ଆଇନ ପାଇବାରୁ କାଶ୍ମୀରବାସୀ ବଞ୍ଚିତ ହେଉଥିଲେ । ଦେଶବାସୀଙ୍କ କଲ୍ୟାଣ ପାଇଁ ସମ୍ବିଧାନରେ ସବୁ ବ୍ୟବସ୍ଥା ରହିଛି । ମାତ୍ର ଭାବନ୍ତୁ, କାଶ୍ମୀରୀ ପିଲା ଶିକ୍ଷା ଅଧିକାରରୁ କାହିଁକି ବଞ୍ଚିତ ରହୁଥିଲା? ସଫେଇ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ଆଇନରୁ କାଶ୍ମୀରବାସୀ ବଞ୍ଚିତ ରହୁଥିଲା କାହିଁକି? ଦଳିତ ଅତ୍ୟାଚାର ରୋକିବାକୁ ଉଦ୍ଦିଷ୍ଟ କଠୋର ଆଇନରୁ ଜାମ୍ମୁ-କାଶ୍ମୀର କାହିଁକି ବଞ୍ଚିତ ରହୁଥିଲା? ଜାମ୍ମୁ-କାଶ୍ମୀର ପାଇଁ ସଂଖ୍ୟାଲଘୁ ଆକ୍ଟ କାହିଁକି ନ ଥିଲା? ଶ୍ରମିକଙ୍କ ପାଇଁ ସର୍ବନିମ୍ନ ମଜୁରୀ କାହିଁକି ନ ଥିଲା? ନିର୍ବାଚନରେ ସଂରକ୍ଷଣ ଲାଗୁ ନ ଥିଲା କାହିଁକି?
ପ୍ରଧାନମନ୍ତ୍ରୀ କହିଥିଲେ, କାଶ୍ମୀରର ସେହି କଳା ଦିନ ସରିଯାଇଛି । ନୂଆ ବ୍ୟବସ୍ଥାରେ ସେସବୁକୁ ପ୍ରାଥମିକତା ଦିଆଯିବ । ରାଜ୍ୟ ସରକାରୀ କର୍ମଚାରୀ ଓ ପୁଲିସକୁ କେନ୍ଦ୍ର ଶାସିତ ରାଜ୍ୟର ସବୁ ସୁବିଧା ମିଳିବ । ଚାକିରୀରେ ଖାଲି ଥିବା ପଦବୀଗୁଡ଼ିକର ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ସ୍ଥାନୀୟ ଯୁବକଙ୍କୁ କର୍ମନିଯୁକ୍ତି, ରୋଜଗାରର ସୁବିଧା ଦିଆଯିବ । ସେନା, ଅର୍ଦ୍ଧ ସାମରିକ ବାହିନୀରେ ସ୍ଥାନୀୟ ବାସିନ୍ଦାଙ୍କୁ ନିଯୁକ୍ତି ଦିଆଯିବ । ଭୋଟ ଅଧିକାର ସମସ୍ତଙ୍କୁ ଦିଆଯିବ । ଆପଣଙ୍କ ଜନପ୍ରତିନିଧି ଆପଣଙ୍କ ଦ୍ୱାରା ନିର୍ବାଚିତ ହେବେ । ନୂଆ ବ୍ୟବସ୍ଥାରେ ଜାମ୍ମୁ-କାଶ୍ମୀର ଆତଙ୍କବାଦ କବଳରୁ ମୁକ୍ତ ହେବ । ବିକାଶର ନୂଆ ଉଚ୍ଚାକୁ ପାର କରି ବିଶ୍ୱକୁ ଆକର୍ଷିତ କରିବ ।
ପ୍ରଧାନମନ୍ତ୍ରୀ ତାଙ୍କ ଉଦବୋଧନରେ କାଶ୍ମୀରକୁ ଭାରତର ଟୁରିଜିମ୍ କ୍ୟାପିଟାଲ୍ ଭାବେ ଗଢ଼ି ତୋଳିବାର ସ୍ୱପ୍ନ ଦେଇଥିଲେ । ଫିଲ୍ମ ସୁଟିଂ, ସ୍ପୋଟର୍ସ ପାଇଁ ଏହି ଇଲାକାର ଭରପୁର ଉପଯୋଗ ପାଇଁ ପରାମର୍ଶ ଦେଇଥିଲେ । କାଶ୍ମୀର ଯୁବକ ନୂଆ ଆଶା, ନୂଆ ଶକ୍ତି ଏବଂ ନୂଆ ସ୍ୱପ୍ନ ସହ ଆଗକୁ ବଢ଼ିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ କାଶ୍ମୀରୀବାସୀଙ୍କୁ ଇଦ୍ ଶୁଭେଚ୍ଛା ଜଣାଇଥିଲେ । ଆସନ୍ତୁ, ଆମେ ଭାରତୀୟ ମିଶି ଦୁନିଆକୁ ଆମ ମାଟିର ତାକତ୍ ଦେଖାଇବା । ନୂଆ କାଶ୍ମୀରୀ, ନୂଆ ଭାରତରେ ସାରା ବିଶ୍ୱ ଦେଖିବ ବିକାଶର ଚିତ୍ର । ଜାମ୍ମୁ-କାଶ୍ମୀରୀ ଆମ ଦେଶର ମୁକୁଟ ହେବ ବୋଲି ଭରସା ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି ।
Previous Post

ଆଇଏଏସ ଅଦଳବଦଳ: କେବିକେ ଅତିରିକ୍ତ ଦାୟିତ୍ୱରେ ଅସିତ୍ ତ୍ରିପାଠୀ, ପୂର୍ତ୍ତ ବିଭାଗ ସମ୍ପୂର୍ଣ୍ଣ ସମ୍ଭାଳିବେ କ୍ରିଷନ୍ କୁମାର

Next Post

ସ୍ୱାଧୀନତା ଦିବସ: କେଉଁ ମନ୍ତ୍ରୀ କେଉଁଠି କରିବେ ପତାକା ଉତ୍ତୋଳନ

Next Post
ସ୍ୱାଧୀନତା ଦିବସ: କେଉଁ ମନ୍ତ୍ରୀ କେଉଁଠି କରିବେ ପତାକା ଉତ୍ତୋଳନ

ସ୍ୱାଧୀନତା ଦିବସ: କେଉଁ ମନ୍ତ୍ରୀ କେଉଁଠି କରିବେ ପତାକା ଉତ୍ତୋଳନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA