ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ସ୍ତରରେ ଆଜି ବଡ଼ ଧରଣର ଅଦଳ ବଦଳ ହୋଇଛି । ତାଲିକାରେ ୧୭ ଜଣଙ୍କର ନାଁ ରହିଛି । ଉନ୍ନୟନ କମିଶନର ତଥା ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କୁ କେବିକେ ମୁଖ୍ୟ ପ୍ରଶାସକର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଦେଓରଂଜନ କୁମାର ସିଂଙ୍କୁ ଅତିରିକ୍ତ ଦାୟିତ୍ୱ ଭାବେ ବିଜ୍ଞାନ ଓ କାରିଗରୀ ବିଦ୍ୟା ବିଭାଗ ଦିଆଯାଇଛି । କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କୁ ସେସୁର ସିଇଓ ଭାବେ ନିଯୁକ୍ତି ଦିଆଯାଇଛି । ବିଶାଳ ଗଗନଙ୍କୁ ଜଳସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ କରାଯାଇଥିବା ବେଳେ ପୂର୍ତ୍ତ ବିଭାଗକୁ ସମ୍ପୂର୍ଣ୍ଣ ଭାବେ ଡ. କ୍ରିଷନ୍ କୁମାରଙ୍କ ଦାୟିତ୍ୱରେ ଛଡ଼ାଯାଇଛି । ଡ. କୁମାର ସମବାୟ ବିଭାଗ କମିଶନର ତଥା ସଚିବ ଦାୟିତ୍ୱ ସହ ପୂର୍ତ୍ତ ବିଭାଗର ଅତିରିକ୍ତ ଦାୟିତ୍ୱରେ ଥିଲେ ।
କାହାର କେଉଁ ବିଭାଗ
୧. ଅସିତ୍ ତ୍ରିପାଠୀ- କେବିକେ ମୁଖ୍ୟ ପ୍ରଶାସକ(ଅତିରିକ୍ତ ଦାୟିତ୍ୱ)
୨. ସୁଦର୍ଶନ ପାଲ ଠାକୁର- ଡିଜି, ଟ୍ରେନିଂ ଆଣ୍ଡ କୋଅର୍ଡିନେସନ୍, ଗୋପବନ୍ଧୁ ଏକାଡେମୀ ଅଫ ଆଡମିନିଷ୍ଟ୍ରେସନ୍
୩. ସି.ଜେ.ଭେନୁଗୋପାଳ- ରାଜସ୍ୱ ପର୍ଷଦ ସଭ୍ୟ,କଟକ
୪- ନୀତେନ୍ ଚନ୍ଦ୍ରା- ଓଏସଡ଼ି, ଜିଏ ଆଣ୍ଡ ପିଜି
୫- ଦେଓରଂଜନ କୁମାର ସିଂହ- ପ୍ରମୁଖ ସଚିବ, ବିଜ୍ଞାନ ଓ କାରିଗରୀ କୌଶଳ(ଅତିରିକ୍ତ ଦାୟିତ୍ୱ)
୬- ଶ୍ରୀମତୀ ରଂଜନା ଚୋପ୍ରା- ପ୍ରମୁଖ ସଚିବ, ଏସଟି ଆଣ୍ଡ ଏସସି ଡେଭେଲପମେଣ୍ଟ ଏବଂ ପଛୁଆବର୍ଗ କଲ୍ୟାଣ ବିଭାଗ
୭- ସୁଶୀଲ କୁମାର ଲୋହାନୀ- ବାଣିଜ୍ୟକର କମିଶନର,କଟକ(ଅତିରିକ୍ତ ଦାୟିତ୍ୱ)
୮- ବୀର ବିକ୍ରମ ଯାଦବ- ସମବାୟ କମିଶନର ଏବଂ ସଚିବ(ଅତିରିକ୍ତ ଦାୟିତ୍ୱ)
୯- ଅରୁଣ ବୋଥ୍ରା- ମୁଖ୍ୟ କାର୍ଯ୍ୟନିର୍ବାହୀ ଅଫିସର, ସେସୁ
୧୦- ଆର. ରଘୁପ୍ରସାଦ- କମିଶନର କମ୍ ସଚିବ, ମତ୍ସ୍ୟ ଏବଂ ପଶୁସମ୍ପଦ, ଓମଫେଡ଼ ଏମଡ଼ି(ଅତିରିକ୍ତ ଦାୟିତ୍ୱ)
୧୧- ବିଶାଲ ଗଗନ- ସ୍ୱତନ୍ତ୍ର ସଚିବ, ଜଳସମ୍ପଦ ବିଭାଗ
୧୨- ଭାସ୍କର ଜ୍ୟୋତି ଶର୍ମା- କମିଶନର କମ୍ ସଚିବ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ
୧୩- ଡ. କ୍ରିଷନ୍ କୁମାର- କମିଶନର କମ୍ ସଚିବ, ପୂର୍ତ୍ତ ବିଭାଗ
୧୪- ଶ୍ରୀମତୀ ଅର୍ଚ୍ଚନା ପଟ୍ଟନାୟକ- ସ୍ୱତନ୍ତ୍ର ସଚିବ, ଜଳସମ୍ପଦ ବିଭାଗ ଏବଂ ଉଠା ଜଳସେଚନ ନିଗମ ଏମଡ଼ି(ଅତିରିକ୍ତ ଦାୟିତ୍ୱ)
୧୫- ସଚିନ୍ ରାମଚନ୍ଦ୍ର ଯାଦବ- ନିର୍ଦ୍ଦେଶକ, ଏସଟି
୧୬- ମହମ୍ମଦ ସାଦିକ୍ ଆଲାମ- କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ସିଏମଜିଆଇ
୧୭- ସୁରେନ୍ଦ୍ର କୁମାର ମୀନା- ଡେପୁଟୀ ସେକ୍ରେଟାରୀ, ପୂର୍ତ୍ତ ବିଭାଗ(ଅତିରିକ୍ତ ଦାୟିତ୍ୱ)