Saturday, May 9, 2026 01:12 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କୁଆଡେ ଗଲେ ପୂର୍ଣ୍ଣ ପାଢ଼ୀ ?

by Our Correspondent
09 May, 2016- 11:23 AM
in Politics
1 min read
0
କୁଆଡେ ଗଲେ ପୂର୍ଣ୍ଣ ପାଢ଼ୀ ?

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ପୂର୍ଣ୍ଣଚନ୍ଦ୍ର ପାଢ଼ୀ କିଏ ? ବିଜେଡ଼ି କାର୍ଯ୍ୟାଳୟରେ କେବେଠୁଁ କାର୍ଯ୍ୟ କରୁଥିଲେ ? ପୁଣି ନବୀନ ନିବାସ ଆସିଲେ କେଉଁଠୁ ? ଏବେ ସେ କୁଆଡେ ଗଲେ ? ସେ କଳା କି ଗୋରା ? ଡେଙ୍ଗା କି ଗେଡା ? ଏହି ସବୁ ପ୍ରଶ୍ନର ଉତ୍ତର ଖୋଦ୍‌ ବିଜେଡ଼ି ନେତାଙ୍କ ପାଖରେ ନାହିଁ । ଏ ବିଷୟରେ ପଚାରିଲେ ସମସ୍ତେ ବାଲୁ ବାଲୁ ଚାହୁଁଛନ୍ତି । ପ୍ରସଙ୍ଗର ନେତୃତ୍ୱ ନେଉଥିବା ଜନୈକ ମନ୍ତ୍ରୀ କହୁଛନ୍ତି ନବୀନ ନିବାସରେ କାମ କରୁଥିବା ମିଟୁର ଭଲ ନାଁ ପୂର୍ଣ୍ଣଚନ୍ଦ୍ର ପାଢ଼ୀ । ହେଲେ ଏବେ ସେ ନବୀନ ନିବାସରେ ଅଛନ୍ତି ନା ନାହିଁ ? ତାଙ୍କୁ ଟିକେ ଦେଖେଇ ଦେବେ କି ବୋଲି ମନ୍ତ୍ରୀଙ୍କୁ ପଚାରିବାରୁ ସେ ମୁରୁକା ହସ ଦେଇ ବାଏ ବାଏ କରୁଛନ୍ତି । କିଛି ଦିନ ହେଲା ଗଣମାଧ୍ୟମର ଶିରୋନାମାରେ ଥିବା ଏହି ଚର୍ଚ୍ଚିତ ବ୍ୟକ୍ତିଙ୍କୁ ନେଇ ପାୱାର୍‌ କରିଡର ବିଜେଡ଼ି ନେତାମାନଙ୍କର ଏଭଳି ରହସ୍ୟଜନକ ଢ଼ଙ୍ଗଢ଼ାଙ୍ଗ ସମସ୍ତଙ୍କୁ ବିସ୍ମିତ କରିଛି । ଚିହ୍ନବର୍ଣ୍ଣ ନ ଥିବା ଏହି ପୂର୍ଣ୍ଣ ପାଢ଼ୀଙ୍କୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ପ୍ରକାଶ ପାଇଛି ।

ବିଜେଡ଼ି ବ୍ୟାଙ୍କ ଆକାଉଣ୍ଟକୁ କୁଆଡେ ହ୍ୟାଣ୍ଡଲ୍‌ କରୁଥିଲେ ଏହି ପୂର୍ଣ୍ଣଚନ୍ଦ୍ର ପାଢ଼ୀ । ବିଭିନ୍ନ ସମୟରେ ଚେକ୍‌ ଓ ଟଙ୍କା ଡିପୋଜିଟ୍‌ କରୁଥିଲେ । ବିଜେଡ଼ିର ଦାବି, ସଭ୍ୟଚାନ୍ଦାଠାରୁ ଆରମ୍ଭ କରି ବିଭିନ୍ନ ସୂତ୍ରରୁ ଦଳୀୟ ପାଣ୍ଠିକୁ ଆସୁଥିବା ଚେକ୍‌, ଟଙ୍କାକୁ ଏହି ପୂର୍ଣ୍ଣ ପାଢ଼ୀ ଡିପୋଜିଟ୍‌ କରୁଥିଲେ । ହଜାରେ କି ଲକ୍ଷ ନୁହେଁ କୋଟି କୋଟି ଟଙ୍କା ତାଙ୍କ ହାତରେ ଧରାଇ ଦେଉଥିଲା ବିଜେଡ଼ି । ଏମିତିକି ଗୋଟିଏ ଦିନରେ ୮ କୋଟି ଟଙ୍କାର ଚେକ୍‌ ଧରାଇଥିଲା । ବିରୋଧୀ ଦଳ ନେତାଙ୍କ ଦ୍ୱାରା ବିଜେଡ଼ି ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କିତ ପ୍ରଶ୍ନବାଣ ପରେ ପୂର୍ଣ୍ଣ ପାଢ଼ୀଙ୍କ ନାଁ ସାମନାକୁ ଆସିଛି । ଆଉ ତରବରିଆ ଜବାବରେ ବିଜେଡ଼ି ଏହି ପୂର୍ଣ୍ଣ ପାଢ଼ୀଙ୍କୁ ନିଜର କରିଦେଇଛି । ବିଜେଡ଼ି କାର୍ଯ୍ୟାଳୟରେ ସେ କାମ କରୁଛନ୍ତି । ତାଙ୍କ ବାପାଙ୍କ ନାଁ ସ୍ୱର୍ଗତ କପିଳ ପାଢ଼ୀ । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଅନ୍ତର୍ଗତ ରଥସାହିରେ ତାଙ୍କର ଘର କହି ବିଜେଡ଼ି ନେତୃତ୍ୱ ସମସ୍ତଙ୍କୁ ସନ୍ଦେହମୁକ୍ତ କରିବାକୁ ଉଦ୍ୟମ କରିଛନ୍ତି ।

ତେବେ ବିଜେଡ଼ି ନେତୃତ୍ୱ ଦାବି କରୁଥିବା ଏହି ପୂର୍ଣ୍ଣ ପାଢ଼ୀଙ୍କ ସମ୍ପର୍କରେ ଦଳର ନେତା ଓ କର୍ମୀମାନେ ଅଜ୍ଞ । କିଏ ସେହି ଲୋକ ବୋଲି ପରଷ୍ପର ଭିତରେ ପଚରା ପଚରି ହଉଛନ୍ତି । ବିଜେଡ଼ି କାର୍ଯ୍ୟାଳୟ ସହ ଜଡ଼ିତ ଜଣେ ବରିଷ୍ଠ କର୍ମୀ କହିଛନ୍ତି, ୨୦୧୪ ପର୍ଯ୍ୟନ୍ତ ସେଭଳି କେଉଁ ବ୍ୟକ୍ତିକୁ ସଶରୀରେ ଆମେ ଦେଖିନାହୁଁ କି ନାଁ ଶୁଣିନାହୁଁ । ସେ କୋଟି କୋଟି ଟଙ୍କାର ଦଳୀୟ ଆକାଉଣ୍ଟ ଡିଲ୍‌ କରୁଥିବା ଏବେ ଆମେ ଶୁଣୁଛୁ । ଦଳରେ ଟ୍ରେଜେରର୍‌ଙ୍କଠାରୁ ଆରମ୍ଭ କରି ପଦପଦବୀଧାରୀ ବିଶ୍ୱସ୍ତ ଓ ଅଭିଜ୍ଞ ନେତା/କର୍ମୀ ଥିଲା ବେଳେ ପୂର୍ଣ୍ଣ ପାଢ଼ୀଙ୍କ ଭଳି ଅନାମଧେୟ ବ୍ୟକ୍ତି ଦଳୀୟ ଆକାଉଣ୍ଟ ଡିଲ୍‌ କରୁଥିବା ଖୋଦ୍‌ ଦଳୀୟ କର୍ମୀମହଲର ବିଶ୍ୱାସ ପାଉନି । ସେଭଳି ବ୍ୟକ୍ତି ନବୀନ ନିବାସରେ ଅଛନ୍ତି ନା ନାହିଁ ସେମାନେ ଅବଜ୍ଞ । ଏହା କେଉଁ କଳ୍ପନାର ପୂର୍ଣ୍ଣ ପାଢ଼ୀ ନା ବାସ୍ତବର ପୂର୍ଣ୍ଣ ପାଢ଼ୀ ତାକୁ ନେଇ ବିଜେଡ଼ି କର୍ମୀମହଲ ବି ଦ୍ୱନ୍ଦରେ ।

ସେପଟେ ଚିଟ୍‌ଫଣ୍ଡ ଅଭିଯୁକ୍ତ ଶ୍ରୀକୃଷ୍ଣ ପାଢ଼ୀଙ୍କ ପିତା ପୂର୍ଣ୍ଣଚନ୍ଦ୍ର ପାଢ଼ୀଙ୍କୁ ପୃଥକ୍‌ ଦର୍ଶାଇ ନିଜସ୍ୱ ଘୋଷିତ ପୂର୍ଣ୍ଣ ପାଢ଼ୀ ନାଁ ନେଇ ବିଜେଡ଼ି ବାହାସ୍ଫୋଟ ମାରୁଛି । ମାତ୍ର ସେ କିଏ ଏବଂ କେଉଁଠି ଅଛନ୍ତି କାହାରି ପାଖରେ ଜବାବ ନାହିଁ । ଦୁର୍ଭାଗ୍ୟ, ସେହି ଠିକଣାର ସତ୍ୟାସତ୍ୟ ଜାଣିବା ପାଇଁ ଏ ପର୍ଯ୍ୟନ୍ତ ମିଡ଼ିଆ ବି ଆଗ୍ରହ ପ୍ରକାଶ କରିନି କିମ୍ବା କୌଣସି କାରଣରୁ ତାହା ଅପହଞ୍ଚ ହୋଇପଡ଼ିଛି । ହୁଏତ ସେହି ଗାଁକୁ ଗଲେ ପୂର୍ଣ୍ଣ ପାଢ଼ୀଙ୍କ ଠିକଣାର ସତ୍ୟାସତ୍ୟ ଠାବ କରାଯାଇ ତାଙ୍କର ଇତିହାସ ଖୋଳତାଡ଼ ହୋଇପାରନ୍ତା । ଆଉ ବିଜେଡ଼ି ସତ କହୁଛି ନା ମିଛ କହୁଛି ଧରାପଡ଼ିଯାଆନ୍ତା । ଏ ଦିଗରେ ଆମଭଳି ଗଣମାଧ୍ୟମର ଦୁର୍ବଳତା ବି ଲୁଚି ନାହିଁ ।

ଏଠି ପ୍ରଶ୍ନ, ସତ ପ୍ରକାଶ କରିବାରେ ବିଜେଡ଼ିର ଯଦି କୁଣ୍ଠା ନାହିଁ ତେବେ ପୂର୍ଣ୍ଣ ପାଢ଼ୀଙ୍କୁ ସାମନାକୁ ଆଣିବାରେ ଅସୁବିଧା କେଉଁଠି ? ବିଜେଡ଼ି ନେତୃତ୍ୱର ବିଶ୍ୱାସଭାଜନ ହୋଇ ଯଦି ସେ ଦଳୀୟ ଆକାଉଣ୍ଟ ଡିଲ୍‌ କରୁଥିଲେ ତେବେ ସେଥିରେ ଦୋଷ କାହିଁକି ହେବ ? ଆଉ ଯଦି ତାହା ଠିକ୍‌ ହୋଇ ନ ଥାଏ ଏବଂ ଭୂତ ପୂର୍ଣ୍ଣ ପାଢ଼ୀକୁ ଧରି ବିଜେଡ଼ି ନିଜ କେଳେଙ୍କାରୀ ଘୋଡାଇବାକୁ ନାଟକବାଜି କରୁଛି ତେବେ ତାହା ବିପଦଜନକ । ସତସାହାସ ଓ ସତ୍ୟପଥରେ ଥିଲେ ବିଜେଡ଼ି ପୂର୍ଣ୍ଣ ପାଢ଼ୀଙ୍କୁ ସାମନାକୁ ଆଣୁ । ତାଙ୍କ ନାଁ ନେଇ ଲୁଚୁକାଳି ନ ଖେଳୁ । ନଚେତ୍‌ ପୂର୍ଣ୍ଣ ପାଢ଼ୀର ଭୂତ ଦଳକୁ କ୍ଷତାକ୍ତ କରିବାଟା ଥୟ ।

Previous Post

ଡରରେ ବାଉଳା ବିଜେଡ଼ି

Next Post

ପ୍ରଶାନ୍ତ କିଶୋରଙ୍କ ଭୂମିକାରେ ବାଗ୍‌ଚୀ

Next Post
ପ୍ରଶାନ୍ତ କିଶୋରଙ୍କ ଭୂମିକାରେ ବାଗ୍‌ଚୀ

ପ୍ରଶାନ୍ତ କିଶୋରଙ୍କ ଭୂମିକାରେ ବାଗ୍‌ଚୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA