ଭୁବନେଶ୍ୱର: ଓଡ଼ିଶାରୁ ଆଉ ଜଣେ କରୋନା ପଜିଟିଭ୍ ଆଜି ଚିହ୍ନଟ ହୋଇଛନ୍ତି । ତାଙ୍କ ଘର କେନ୍ଦ୍ରାପଡ଼ାରେ । ୨୪ ବର୍ଷର ଏହି ଯୁବକଙ୍କର ଟ୍ରାଭେଲ୍ ହିଷ୍ଟ୍ରି ମଧ୍ୟ ଜଣାପଡ଼ିଛି । ଗତ ମାର୍ଚ୍ଚ ୨୪ ତାରିଖରେ ସେ ଦୁବାଇରୁ ଫେରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇଛି ।
ଆଜିର କେସ୍ କୁ ମିଶାଇ ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦ରେ ପହଞ୍ଚିଛି । ଦୁଇଜଣ ସୁସ୍ଥ ହୋଇ ଘରକୁ ଫେରିଥିବାରୁ ଆକ୍ଟିଭ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୋଇଛି ୩୮ ।
କେନ୍ଦ୍ରାପଡ଼ାରୁ ଚିହ୍ନଟ ଆକ୍ରାନ୍ତ ଯୁବକ ଦୁବାଇରୁ ଫେରି ସରକାରଙ୍କ ୱେବସାଇଟ୍ ରେ ପଂଜୀକୃତ କରି ହୋମ୍ କ୍ୱାରେଣ୍ଟାଇନ୍ ରେ ଥିଲେ ନା ନାହିଁ ଜଣାପଡ଼ିନାହିଁ । ସେ କେତେଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି ତାହାର ମଧ୍ୟ ସୂଚନା ମିଳିନାହିଁ ।