Thursday, April 30, 2026 06:40 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କେସ୍ ନଂ ୬୧ ସୁପର ସ୍ପ୍ରେଡର୍ !

by Our Correspondent
28 Apr, 2020- 07:44 PM
in Latest News, News
1 min read
0
କେସ୍ ନଂ ୬୧ ସୁପର ସ୍ପ୍ରେଡର୍ !
ଭୁୁବନେଶ୍ୱର: ଭୁବନେଶ୍ୱରର ବମିଖାଲ, ସୂର୍ଯ୍ୟନଗର ପରେ ବାଲେଶ୍ୱରରେ କରୋନା ସୁପର୍ ସ୍ପ୍ରେଡର୍ ଙ୍କ ତଥ୍ୟ ସାମନାକୁ ଆସିଛି । ସେ ହେଉଛନ୍ତି କେସ୍ ନଂ ୬୧ । ବାଲେଶ୍ୱର ଟାଉନ୍ ଅନ୍ତର୍ଗତ ନେଳିଆବାଗର ଏହି ୫୮ ବର୍ଷର ବ୍ୟକ୍ତିଜଣଙ୍କ ନିଜକୁ ମିଶାଇ ୧୩ ଜଣଙ୍କୁ ଆକ୍ରାନ୍ତରେ ପକାଇଲେଣି । ତାଙ୍କଠାରୁ ନିଜ ପରିବାର ଛଡ଼ା ପଡୋଶୀ ଘରର ଲୋକଙ୍କୁ ଡେଇଁଛି କରୋନା । ଆଜି ରାଜ୍ୟ ସରକାର ଦେଇଥିବା ୧୦୪ ରୁ ୧୦୮ ନଂ ଆକ୍ରାନ୍ତଙ୍କ ତଥ୍ୟରୁ ଏହା ଜଣାପଡ଼ିଛି । ଖାଲି ଘର ପାଖର ପଡୋଶୀ ନୁହଁନ୍ତି, ପଡୋଶୀଙ୍କ ପଡୋଶୀ ମଧ୍ୟ ସଂକ୍ରମିତ ହୋଇଛନ୍ତି । ୭୯ ନଂ ଆକ୍ରାନ୍ତଙ୍କଠାରୁୁ ସଂକ୍ରମିତ ହୋଇଛନ୍ତି ୧୦୮ ନଂ ଆକ୍ରାନ୍ତ ।
ସୂଚନାଥାଉକି, ୬୧ ନଂ ଏହି ଆକ୍ରାନ୍ତଙ୍କର ଝାଡ଼ଖଣ୍ଡ ଟ୍ରାଭେଲ୍ ହିଷ୍ଟ୍ରି ଥିଲା । ଝାଡ଼ଖଣ୍ଡରୁ ଫେରି ଅସୁସ୍ଥ ଅନୁଭବ କରିବାରୁ ବାଲେଶ୍ୱରରୁ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲ୍ କୁ ୭ ଥର ଯାଇଥିଲେ । ଏପ୍ରିଲ୍ ୧୮ ରେ ପଜିଟିଭ୍ ଚିହ୍ନଟ ହୋଇ କିମସ୍ କୋଭିଡ୍ ହସ୍ପିଟାଲ୍ ରେ ଚିକିତ୍ସତ ହେଉଛନ୍ତି ।
ପୂର୍ବରୁ ଭୁବନେଶ୍ୱର ବମିଖାଲର ତିନି ଭାଇ ୧୮ ଜଣଙ୍କୁ ସଂକ୍ରମିତ କରିଥିଲେ । ସୂର୍ଯ୍ୟନଗରର ଦଳବେହେରା ପରିବାରର ମୁଖିଆଙ୍କଠାରୁ ୭ ଜଣ ସଂକ୍ରମିତ ହୋଇଥିଲେ । ସୁନ୍ଦରଗଡ଼ର ୫୧ ନଂ ଆକ୍ରାନ୍ତଙ୍କ ଲିଙ୍କ୍ ରେ ୯ ଜଣ ସଂକ୍ରମିତ ହେଲେଣି ।
କେସ୍ ନଂ ୧୦୪-୧୦୮ ତଥ୍ୟ
କେସ୍ ନଂ-୧୦୪: ୨୨ ବର୍ଷର ମହିଳାଙ୍କ ଘର ବାଲେଶ୍ୱର ନେଳିଆବାଗରେ । ୬୧ ନଂ ଆକ୍ରାନ୍ତଙ୍କର ପାଖ ପଡୋଶୀ । ମାର୍ଚ୍ଚ ୨୨ରୁ ଏପ୍ରିଲ୍ ୧୮ ଯାଏଁ ଲକ୍ ଡାଉନ୍ ରେ ଘରୁ ବାହାରିନାହାନ୍ତି । ନିଜ ଅଞ୍ଚଳ କଣ୍ଟେନମେଣ୍ଟ ଏରିଆ ଘୋଷଣା ହେବା ପରେ ଏପ୍ରିଲ୍ ୧୯ରୁ ୨୬ ଯାଏଁ ଘରେ ଥିଲେ । କରୋନାର ଲକ୍ଷଣ ନ ଥିଲା । ସର୍ଭିଲାନ୍ସରେ ସାମ୍ପଲ୍ ଟେଷ୍ଟ ୨୬ ତାରିଖରେ ହେବାରୁ ପଜିଟିଭ୍ ବାହାରିଲା । କଟକ ଅଶ୍ୱିନୀ କୋଭିଡ୍ ହସ୍ପିଟାଲ୍ ରେ ଚିକିତ୍ସାଧୀନ ।
କେସ୍ ନଂ-୧୦୫: ୫୫ ବର୍ଷର ମହିଳାଙ୍କ ଘର ବି ବାଲେଶ୍ୱରର ନେଳିଆବାଗରେ । ୬୧ ନଂ ଆକ୍ରାନ୍ତଙ୍କର ପାଖ ପଡୋଶୀ । ମାର୍ଚ୍ଚ ୨୨ରୁ ଏପ୍ରିଲ୍ ୨୬ ତାରିଖ ଯାଏଁ ଘରେ ଥିଲେ । ଲକ୍ଷଣ ନ ଥିଲା । ଏପ୍ରିଲ୍ ୨୬ରେ ସାମ୍ପଲ୍ ଟେଷ୍ଟ ପଜିଟିଭ୍ ବାହାରିଲା । ଏବେ ଅଶ୍ୱିନୀ କୋଭିଡ୍ ହସ୍ପିଟାଲ୍ ରେ ।
କେସ୍ ନଂ-୧୦୬: ୨୩ ବର୍ଷର ମହିଳା । ବାଲେଶ୍ୱର ସେଇ ନେଳିଆବାଗର ୬୧ ନଂ ଆକ୍ରାନ୍ତଙ୍କ ପାଖ ପଡୋଶୀ । ମାର୍ଚ୍ଚ ୨୨ରୁ ଏପ୍ରିଲ୍ ୨୬ ଯାଏଁ ଘରେ ଥିଲେ । ଲକ୍ଷଣ ନ ଥିଲା । ମାତ୍ର ସାମ୍ପଲ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ବାହାରିଲା । ଅଶ୍ୱିନୀ କୋଭିଡ୍ ହସ୍ପିଟାଲ୍ ରେ ଚିକିତ୍ସତ ।
କେସ୍ ନଂ-୧୦୭: ୨୭ ବର୍ଷୀୟ ଏହି ଯୁବକ ବି ୬୧ ନଂ ଆକ୍ରାନ୍ତଙ୍କ ପାଖ ପଡୋଶୀ । ମାର୍ଚ୍ଚ ୨୨ରୁ ଏପ୍ରିଲ୍ ୨୬ ପର୍ଯ୍ୟନ୍ତ ଘରେ ଥିଲେ । ଲକ୍ଷଣ ନ ଥିଲା । ସାମ୍ପଲ୍ ଟେଷ୍ଟରେ ପଜିଟିଭ୍ ବାହାରିଲା । ଅଶ୍ୱିନୀ କୋଭିଡ୍ ହସ୍ପିଟାଲ୍ ରେ ଚିକିତ୍ସିତ ।
କେସ୍ ନଂ-୧୦୮: ୨୯ ବର୍ଷର ମହିଳାଙ୍କ ଘର ସେଇ ନେଳିଆବାଗରେ । ୭୯ ନଂ ଆକ୍ରାନ୍ତଙ୍କର ଇଏ ପାଖ ପଡୋଶୀଙ୍କ ପଡୋଶୀ । ମାର୍ଚ୍ଚ ୨୨ରୁ ଏପ୍ରିଲ୍ ୨୬ ପର୍ଯ୍ୟନ୍ତ ଘରୁ କୁଆଡେ ଯାଇନାହାନ୍ତି କି ଲକ୍ଷଣ ଦେଖାଯାଇ ନାହିଁ । ଏପ୍ରିଲ୍ ୨୬ ରେ ସାମ୍ପଲ୍ ଟେଷ୍ଟରୁ ରିପୋର୍ଟ ପଜିଟିଭ୍ ବାହାରିଲା । ଅଶ୍ୱିନୀ ହସ୍ପିଟାଲ୍ ରେ ଚିକିିତ୍ସିତ ହେଉଛନ୍ତି ।
Previous Post

ଆଉ ୭ କରୋନା ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୧୧୮

Next Post

ବାଟରେ ଯମଯନ୍ତ୍ରଣା ଭୋଗୁଛନ୍ତି ସୁରତ ଫେରନ୍ତା

Next Post
ବାଟରେ ଯମଯନ୍ତ୍ରଣା ଭୋଗୁଛନ୍ତି ସୁରତ ଫେରନ୍ତା

ବାଟରେ ଯମଯନ୍ତ୍ରଣା ଭୋଗୁଛନ୍ତି ସୁରତ ଫେରନ୍ତା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA