Thursday, April 30, 2026 08:20 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବାଟରେ ଯମଯନ୍ତ୍ରଣା ଭୋଗୁଛନ୍ତି ସୁରତ ଫେରନ୍ତା

by Our Correspondent
28 Apr, 2020- 11:18 PM
in Latest News, News
1 min read
0
ବାଟରେ ଯମଯନ୍ତ୍ରଣା ଭୋଗୁଛନ୍ତି ସୁରତ ଫେରନ୍ତା

ଭୁବନେଶ୍ୱର: ଜଣକେ ସାଢ଼େ ତିନି ହଜାର ଟଙ୍କା ଚାନ୍ଦା ଅସୁଲ କରି ସୁରତରୁ ୪ଟି ବସ୍ ରେ ଗଂଜାମ ନିଜ ଗାଁକୁ ଫେରୁଛନ୍ତି ୨୨୮ ଶ୍ରମିକ । ଆସନ୍ତାକାଲି ଦିନ ପ୍ରାୟ ୧୨ଟା ବେଳକୁ ଗାଁରେ ପହଞ୍ଚିବେ । ଲକ୍ ଡାଉନ୍ ଯନ୍ତ୍ରଣାରୁ ତ୍ରାହି ପାଇବେ । ରୋଜଗାର ନ ହେଉ ପଛେ ବାପା,ମାଆ, ସ୍ତ୍ରୀ, ପିଲାଙ୍କ ମୁହଁ ଚାହିଁ ବଞ୍ଚିଯିବେ । ତେବେ ଏହି ଫେରନ୍ତା ଯାତ୍ରାରେ ଖୁସି ତ ଅଛି ହେଲେ ଖୁସିଠାରୁ ଦହଗଂଜ ଆହୁରି ବଳିଯାଇଛି । ଆଈ ମା’ ଠାରୁ ଶୁଣିଥିବା ନର୍କପୁରୀର ଯମଯନ୍ତ୍ରଣାଠାରୁ ଅଧିକ ହୋଇଛି ଗାଁକୁ ଫେରିବାର ଯନ୍ତ୍ରଣା ।

ଗତକାଲି ସଂଧ୍ୟାରେ ସୁରତ୍ ଛାଡ଼ିଥିବା ଏହି ଶ୍ରମିକମାନେ ଅଧାବାଟ ପାର୍ କଲେଣି । ତେବେ ସେମାନଙ୍କର ଯାତ୍ରା ସଂଘର୍ଷପୂର୍ଣ୍ଣ ଓ ଭାରି କଷ୍ଟଦାୟକ ହୋଇଛି । ବସ୍ ରେ ଆସୁଥିବା ଶେରଗଡ଼ ବ୍ଲକ୍ ଅନ୍ତର୍ଗତ ବରଗଡ଼ ଗାଁର ନୀଳାଚଳ ରାଉତଙ୍କ କହିବାନୁଯାୟୀ, କାଲି ସଂଧ୍ୟାରେ ସୁରତ୍ ଛାଡ଼ିଲା ବେଳେ ଯେତିକି ଖାଇଥିଲୁ ସେତିକି । ବାଟସାରା କେଉଁଠି ଖାଇବାକୁ ମିଳୁନି । ପିଇବାକୁ ପାଣି ବି ମିଳୁନି । ରାସ୍ତାର କିଛି ଜାଗାରେ ଗାଁ ନଳକୂଅରୁ ପାଣି ଆଣିବାକୁ ଚେଷ୍ଟା କରିଥିଲୁ । ମାତ୍ର ଗାଁ ଲୋକେ ଘଉଡାଇ ଦେଲେ । କରୋନା ଡରରେ ଲୋକେ ସବୁଠି ଛେଇ ଛେଇ ମାର୍ ମାର୍ କରୁଥିବାରୁ ବାହାରୁ ଜିନିଷ ଦେଖିଲେ ବି ଆଣି ପାରୁନାହୁଁ ।
ଖାଇବା, ପିଇବା କଥା ଛାଡ଼ନ୍ତୁ ଆଜ୍ଞା । ଲୋକଙ୍କ ଆକଟ ଏବଂ ପାଣି ଅଭାବ ଯୋଗୁଁ ଝାଡା, ପରିତ୍ସା ବି କରିପାରୁନାହୁଁ । ଗାଡ଼ି ରଖି ତଳକୁ ଓହ୍ଲାଇବା କଷ୍ଟକର ହେଉଛି । ଆଜି ସକାଳେ ଗୋଟେ ଜାଗାରେ ଚଢ଼ା ଦରରେ ପାଣି ବିକ୍ରୀ ହେଉଥିଲା । ୧୦ଟା ଖଣ୍ଡେ ବଟଲ୍ କିଣିଥିଲୁ । ସେଥିରେ ଦିନସାରା ଗଲାଣି । ଝାଡା ଯିବାକୁ ହେଲେ ସେହି କିଣା ବଟଲ୍ ରେ ପାଣି ସାରିବାକୁ ପଡୁଛି । ଅନ୍ୟ କିଛି ଉପାୟ ନାହିଁ ।
ଆଜ୍ଞା, କାହାରି ପାଖରେ ପଇସାପତ୍ର ନାହିଁ । କମ୍ପାନୀ ଉପରେ ଦେଢ଼ମାସର ପଇସା ବାକି ଅଛି । ଧାର ଉଧାର ମାଗିଯାଚି ବସ୍ ଖର୍ଚ୍ଚ ପାଇଁ ସାଢ଼େ ତିନି ହଜାର ଯୋଗାଡ଼ କରିଛୁ । ହାତଖର୍ଚ୍ଚ ପାଇଁ କାହା କାହା ପାଖରେ ବେଶୀ ହେଲେ ଶହେ ଦୁଇ ଶହ ଥିଲା । ପାଣି କିଣାରେ ସେ ପଇସା ବି ସରିଲାଣି । ଖାଇବା ପାଇଁ କେଉଁଠି ମିଳିଲେ ବି ପଇସା ନାହିଁ । ଭୋକରେ ସମସ୍ତେ ଆଉଟୁ ପାଉଟୁ ହେଲେଣି । ହେଲେ ବାଟ କିଛି ନାହିଁ ।
ସେମାନଙ୍କର ଏହି ଦୁର୍ଦ୍ଦଶା ପାଇଁ ଗୁଜୁରାଟ, ଓଡ଼ିଶା,କେନ୍ଦ୍ର ସରକାରଙ୍କୁ ଗାଳି କରିଛନ୍ତି ଅଧିକାଂଶ ଶ୍ରମିକ । ଆମେମାନେ ନିଜ ଖର୍ଚ୍ଚରେ ଭିଟାମାଟି ଫେରୁଥିଲେ ବି କୌଣସି ସରକାର ଦାୟିତ୍ୱ ନେଇନାହାନ୍ତି । ଖାଲି ଗାଡ଼ି ପରିମିଟ୍ କୁ ଛାଡ଼ିଦେଲେ ଆଉ କିଛି ନାହିଁ । କେମିତି ଖାଇବୁ, ପିଇବୁ କାହାର ଚିନ୍ତା ହେଲାନି ବୋଲି ଦୁଃଖର ସହ ଆମ ପ୍ରତିନିଧିଙ୍କୁ କହିଛନ୍ତି ନୀଳାଚଳ ଏବଂ ଶେରଗଡ ବ୍ରାହ୍ମଣଛାଇ ଗାଁର ସନ୍ତୋଷ ।
ତେବେ ଏସବୁ ଯନ୍ତ୍ରଣାକୁ ଧରି ସେମାନେ ଓଡ଼ିଶାକୁ ଅଗ୍ରସର ହେଉଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ତାଙ୍କ ପାଖରେ ପହଞ୍ଚିଛନ୍ତି । ସୂଚନାଯୋଗ୍ୟ, ଓଡ଼ିଶାକୁ ଫେରୁଥିବା ସବୁ ଯୋଗ୍ୟ ଶ୍ରମିକମାନେ ଯେପରି ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ନ ହୁଅନ୍ତି ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ରାସନ୍ କାର୍ଡ ଥାଉ କି ନ ଥାଉ, ଏହି ଶ୍ରମିକ ଓ ତାଙ୍କ ପରିବାରକୁ ରାସନ୍ ଦେବା ପାଇଁ ଜିଲ୍ଲା କୋଭିଡ୍ ପର୍ଯ୍ୟବେକ୍ଷକମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ନରେଗା ଜରିଆରେ ସୃଷ୍ଟି ହେଉଥିବା ୫ ଲକ୍ଷ ମାନବ ଦିବସକୁ ଦୁଇଗୁଣ କରି ଆଗାମୀ ସପ୍ତାହ ସୁଦ୍ଧା ଦୈନିକ ୧୦ ଲକ୍ଷ ମାନବ ଦିବସକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଦ୍ୱାରା ବାହାର ରାଜ୍ୟରୁ ଫେରୁଥିବା ଏହି ଶ୍ରମିକମାନେ ନରେଗା କାମ ପାଇବେ, ରାସନ୍ ପାଇବେ ଏବଂ ପରିବାର ଚଳାଇବେ ବୋଲି ଆଶା ବାନ୍ଧିଛନ୍ତି ।
ସୂଚନା ଥାଉକି, ବାହାର ରାଜ୍ୟରେ ଫସି ରହିଥିବା ଓଡ଼ିଆ ଶ୍ରମିକମାନଙ୍କୁ ଓଡ଼ିଶା ଫେରାଇ ଆଣିବାକୁ ସରକାର ପଦକ୍ଷେପ ନେଇଛନ୍ତି । ଦୁଇଦିନ ତଳେ ଗୁଜୁରାଟ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥାବାର୍ତା କରି ସେମାନଙ୍କ ରାଜ୍ୟରେ ଥିବା ଓଡ଼ିଆ ଶ୍ରମିକଙ୍କୁ ନିରାପଦରେ ଫେରାଇ ଆଣିବାକୁ କହିଥିଲେ । ସରକାରୀସ୍ତରରେ ଏହାର ସଜବାଜ ଆରମ୍ଭ ହୋଇଥିବା ବେଳେ ଫସି ରହିଥିବା ଶ୍ରମିକମାନେ କିନ୍ତୁ ଧୈର୍ଯ୍ୟହରା ହୋଇଛନ୍ତି । ନିଜ ଖର୍ଚ୍ଚରେ ଫେରି ଆସିବାକୁ ବ୍ୟାକୁଳ ହୋଇଛନ୍ତି ।
ପୂର୍ବରୁ, ପ୍ରବାସୀ ଓଡ଼ିଆଙ୍କ ପାଇଁ ରେଜିଷ୍ଟ୍ରେସନ୍ ବାଧ୍ୟତାମୂଳକ କରାଯାଇଛି । ରେଜିଷ୍ଟ୍ରେସନ୍ କରି ଓଡ଼ିଶା ଫେରିବା ପରେ ନିଜ ପଞ୍ଚାୟତରେ ସେମାନଙ୍କୁ କ୍ୱାରେଣ୍ଟାଇନ୍ ରେ ରଖାଯିବ । ଏଥିପାଇଁ ସବୁ ଖର୍ଚ୍ଚବାଚ ସରକାର ବହନ କରିବେ । ଏହାବାଦ୍ ଜଣପିଛା ୨ ହଜାର ଟଙ୍କା ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ଦେଇ ଏହାର ବନ୍ଦୋବସ୍ତ କରିଛନ୍ତି ।
ଏହି ଘୋଷଣାର ୪୮ ଘଣ୍ଟା ମଧ୍ୟରେ ୪ ଲକ୍ଷ ୮୬ ହଜାର ଲୋକ ରେଜିଷ୍ଟ୍ରେସନ୍ କରି ଓଡ଼ିଶା ଫେରିବାକୁ ଅପେକ୍ଷାରେ ରହିଲେଣି । ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଗତକାଲି ଏହି ସୂଚନା ଦେଇଥିଲେ । ଏହି ସଂଖ୍ୟା ଯଥେଷ୍ଟ ବଢ଼ିପାରେ ବୋଲି ଅନୁମାନ କରାଯାଉଛି । ତେବେ ଏତେ ସଂଖ୍ୟକ ପ୍ରବାସୀଙ୍କୁ ସାମାଜିକ ଦୂରତ୍ୱ ଗାଇଡଲାଇନ୍ ଭିତରେ କିଭଳି ରାଜ୍ୟକୁ ଫେରାଇ ଅଣାଯିବ ତାହା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ । ପରିସ୍ଥିତି ଏଭଳି ଯେ କାହାରିକୁ ଦୋଷ ବି ଦେଇହେବନି । କରୋନା ଯୋଗୁଁ ସୃଷ୍ଟି ହୋଇଥିବା ଏଭଳି ଅସାଧାରଣ ପରିସ୍ଥିତିର ଅସାଧାରଣ ସମାଧାନ କ’ଣ ତାହା ବୁଝି ହେଉନାହିଁ ।
Previous Post

କେସ୍ ନଂ ୬୧ ସୁପର ସ୍ପ୍ରେଡର୍ !

Next Post

ଭୁବନେଶ୍ୱରକୁ ଫେରିଲା କରୋନା

Next Post
ଭୁବନେଶ୍ୱରକୁ ଫେରିଲା କରୋନା

ଭୁବନେଶ୍ୱରକୁ ଫେରିଲା କରୋନା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA