Monday, May 25, 2026 09:35 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କୋଭିଡ୍ ନିୟମ ଉଲ୍ଲଂଘନ: ଅମାନିଆ ଜୟନାରାୟଣଙ୍କୁ ଦଳର ସମର୍ଥନ

by Our Correspondent
29 Jul, 2020- 09:34 PM
in Latest News, News
1 min read
0
କୋଭିଡ୍ ନିୟମ ଉଲ୍ଲଂଘନ: ଅମାନିଆ ଜୟନାରାୟଣଙ୍କୁ ଦଳର ସମର୍ଥନ
ଭୁବନେଶ୍ୱର: ବିଜେପିର ବରିଷ୍ଠ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଗତକାଲି ସମ୍ବଲପୁରରେ କୋଭିଡ୍ ନିୟମର ଧଜ୍ଜିଆ ଉଡ଼ାଇଲେ । ରେଙ୍ଗାଲି ବିଧାୟକ ନାଉରୀ ନାଏକଙ୍କ ସମେତ ୨୦ ରୁ ଅଧିକ କର୍ମୀଙ୍କୁ ସାଙ୍ଗରେ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧସେଇ ପଶିଲେ । ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ ଅଫିସରଙ୍କୁ ହାତ ଉଠାଇ ଗାଳିଗୁଲଜ କଲେ । ଅତିରିକ୍ତ ଜିଲ୍ଲାପାଳଙ୍କୁ ଧମକାଇଲେ । ମୁଁ ଏମଏଲଏ/ଲୋକପ୍ରତିନିଧି, ତମେ ମତେ ଅଟକାଇପାରିବ ନାହିଁ ବୋଲି କହି ଚିଲାଇଲେ ।
ତାଙ୍କର ଦଳର ମୁଖିଆ ସମୀର ମହାନ୍ତି ଆଜି ବିଧାୟକଙ୍କ କାର୍ଯ୍ୟକୁ ସମର୍ଥନ କରି ବିବୃତି ଦେଇଛନ୍ତି । ଅର୍ଥାତ୍ କୋଭିଡ୍ ନିୟମକୁ ଭାଙ୍ଗି ଜୟନାରାୟଣ ଆଣ୍ଡ କୋଃ ଠିକ୍ କରିଛନ୍ତି ବୋଲି ମୁଖିଆ ସାର୍ଟିଫିକେଟ୍ ଦେଇଛନ୍ତି ।
ନିଜର ପତିଆରା ଦେଖାଇବାକୁ କୋଭିଡ୍ ଆଇନ ଭାଙ୍ଗିବାରେ ଜୟନାରାୟଣ କି ନାଉରୀ ପ୍ରଥମ ନେତା ନୁହଁନ୍ତି । ତାଙ୍କ ଦଳର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ନେତ୍ରୀ ପ୍ରଭାତୀ ପରିଡ଼ା ପୂର୍ବରୁ କୋଭିଡ୍ ନିୟମକୁ ସମ୍ପୂର୍ଣ୍ଣ ଦଳି ଦେଇଥିଲେ । ଅପରାଜିତା ଥରେ ନୁହେଁ ବାରମ୍ବାର କୋଭିଡ୍ ନିୟମ ଭାଙ୍ଗି ସତେ ଯେମିତି ଛିଗୁଲେଇଥିଲେ । ତାଙ୍କୁ ବିଏମସି ପକ୍ଷରୁ ନୋଟିସ୍ ହୋଇଥିଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ । ସାଂସଦଙ୍କ ଆଚରଣରେ ସମ୍ଭବତଃ ଅନୁପ୍ରାଣିତ ହୋଇ ଭୁବନେଶ୍ୱରର ତିନିଜଣ ଯାକ ବିଧାୟକ ମଧ୍ୟ କୋଭିଡ୍ ନିୟମ ଭାଙ୍ଗିବାକୁ ସାହାସ କଲେ ।
ଆମେ ସମସ୍ତେ ଜାଣିଛୁ, କରୋନା ମହାମାରୀ ସଙ୍କଟରୁ ରକ୍ଷା ପାଇବା ପାଇଁ ଏକମାତ୍ର ରାସ୍ତା ହୋଇଛି କୋଭିଡ୍ ନିୟମ ପାଳନ । ଆମେ ଗହଳି କରିବା ନାହିଁ, ସାମାଜିକ ଦୂରତା ରଖିବା, ମାସ୍କ ପିନ୍ଧିବା । କୋଭିଡ୍ ନିୟମ କଡ଼ାକଡ଼ି ପାଳିବାକୁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର ଦେଶବାସୀଙ୍କୁ ଅପିଲ୍ କରୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବାରମ୍ବାର ରାଜ୍ୟବାସୀଙ୍କୁ ଅପିଲ୍ କରୁଛନ୍ତି । ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଅପିଲ୍ କୁ କୋଟି କୋଟି ଜନତା ମାନୁଛନ୍ତି ଏବଂ କରୋନାଠାରୁ ନିଜକୁ ଯଥେଷ୍ଟ ସତର୍କତା ଅବଲମ୍ବନ କରୁଛନ୍ତି । ମାତ୍ର ଏହାକୁ ରାଜନୀତି ନିକିତିରେ ତଉଲୁଥିବା ଅମାନିଆ ନେତା ନିଜର ପତିଆରା ଦେଖାଇବାକୁ ଯାଇ ଲୋକଙ୍କ ଜୀବନ ସହ ଖେଳି ଚାଲିଛନ୍ତି ।
କୋଭିଡ୍ ନିୟମ ଭାଙ୍ଗିବାକୁ ମୁଷ୍ଟିମେୟ ବିଜେପି ନେତାମାନେ ପଣ କରିଥିବା ସେମାନଙ୍କ ଆଚରଣ ଦର୍ଶାଉଛି । ଲୋକଙ୍କ ଜୀବନସୁରକ୍ଷାକୁ ଏମାନେ ଖାତିର କରୁ ନ ଥିବା ଏଥିରୁ ବୁଝାପଡୁଛି । ଖୋଦ୍ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକୁ ବି ଏହି ମୁଷ୍ଟିମେୟ ନେତାମାନେ ଆଖି ମାରିଦେଉଛନ୍ତି । ନିଜ ନେତାଙ୍କୁ ସମ୍ମାନ କରୁ ନ ଥିବା ପ୍ରତିନିଧି ସାଧାରଣ ଜନତାଙ୍କୁ କିଭଳି ସମ୍ମାନ ଦେବେ ଏବଂ ସେମାନଙ୍କ ସ୍ୱାର୍ଥରକ୍ଷା କରିବେ ବୋଲି ପ୍ରଶ୍ନ ଉଠିବା ସ୍ୱାଭାବିକ ।
ମାରାତ୍ମକ କଥା ହେଉଛି, ଆଇନ ମାନୁ ନ ଥିବା ସାଧାରଣ ଲୋକଙ୍କ ପାଇଁ ପୁଲିସର ଲାଠି, ନାଲିଆଖି ଥିବା ବେଳେ ଅମାନିଆ ନେତାଙ୍କ ପାଇଁ ସବୁ ମାଫ୍ ହୋଇଯାଉଛି । ପୁଲିସକୁ ଦୁର୍ବ୍ୟବହାର ସହ କୋଭିଡ୍ ନିୟମ ଭାଙ୍ଗିଥିବା ଜୟନାରାୟଣ ମିଶ୍ର, ନାଉରୀ ନାଏକଙ୍କ ବିରୋଧରେ ପୁଲିସ ଏତଲା ଦେଇଥିଲେ ମଧ୍ୟ ଏଯାଏଁ କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଅମାନିଆ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରୀ କଳର ପଛଘୁଞ୍ଚା କାହିଁକି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ସୂଚନାଯୋଗ୍ୟ, ଜୟନାରାୟଣ ମିଶ୍ରଙ୍କ ବିରୋଧରେ ପୂର୍ବରୁ ଅନେକ ସଙ୍ଗୀନ ମାମଲା ରହିଛି । ଆଇନକୁ ହାତକୁ ନେଇ ସେ ଅନେକବାର ଚର୍ଚ୍ଚାକୁ ଆସିଛନ୍ତି । ମନ୍ତ୍ରୀ ସୁଶାନ୍ତ ସିଂ ଭାଇଙ୍କ ସହଯୋଗୀଙ୍କୁ ହତ୍ୟା ମାମଲାରେ ସେ ଗିରଫ ହୋଇ ଜେଲ୍ ଯାଇଥିଲେ ।
ବିଜେଡ଼ି ପକ୍ଷରୁ ଘଟଣାର ତୀବ୍ର ନିନ୍ଦା କରାଯାଇଛି । ଆମେ ସମସ୍ତେ ଏବେ କରୋନା ମହାମାରୀ ସହିତ ଲଢ଼ୁଥିବା ବେଳେ ଜଣେ ଲୋକ ପ୍ରତିନିଧିଙ୍କର ଏହା କି ପ୍ରକାର ବ୍ୟବହାର ବୋଲି ଦଳର ମୁଖପାତ୍ର ଡ. ସସ୍ମିତ୍ ପାତ୍ର ପ୍ରଶ୍ନ କରିଛନ୍ତି । ସର୍ବୋପରି ବିଧାୟକଙ୍କ ଏଭଳି ଅମାନିଆ ଆଚରଣକୁ ନିନ୍ଦା କରିବା ପରିବର୍ତ୍ତେ ରାଜ୍ୟ ବିଜେପି ସଭାପତି ତାଙ୍କୁ ସମର୍ଥନ କରିବା ଆହୁରି ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି । ଲୋକଙ୍କ ପାଇଁ ହେଉଥିବା ବାସ୍ତବ କାର୍ଯ୍ୟ ଓ ଡ୍ରାମାବାଜି ଭିତରେ ଥିବା ଫରକକୁ ଜନସାଧାରଣ ବେଶ୍ ଭଲ ଭାବେ ଜାଣିଛନ୍ତି ବୋଲି କହିଛନ୍ତି ବିଜେଡ଼ି ମୁଖପାତ୍ର ।
Previous Post

ଭାରତ ମାଟିରେ ରାଫେଲ୍

Next Post

ବିଧାୟକମାନଙ୍କୁ କୋଭିଡ୍ ଅନୁଭୂତି ବାଣ୍ଟିଲେ ନବୀନ

Next Post
ବିଧାୟକମାନଙ୍କୁ କୋଭିଡ୍ ଅନୁଭୂତି ବାଣ୍ଟିଲେ ନବୀନ

ବିଧାୟକମାନଙ୍କୁ କୋଭିଡ୍ ଅନୁଭୂତି ବାଣ୍ଟିଲେ ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA