Thursday, April 30, 2026 07:57 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

‘କୋଭିଡ୍ ମୁକାବିଲାରେ ଓଡ଼ିଶା ଦେଶରେ ମଡ଼େଲ୍’

by Our Correspondent
15 Jun, 2020- 11:28 PM
in Latest News, News
1 min read
0
‘କୋଭିଡ୍ ମୁକାବିଲାରେ ଓଡ଼ିଶା ଦେଶରେ ମଡ଼େଲ୍’
ଭୁବନେଶ୍ୱର: ଓଡ଼ିଶାରେ କରୋନା ଟେଷ୍ଟିଂ ସର୍ବଭାରତ ହାରଠାରୁ ଅଧିକ । ଓଡ଼ିଶାରେ କରୋନା ପଜିଟିଭିଟି ହାର ଦେଶରେ ସର୍ବନିମ୍ନ । ଓଡ଼ିଶାରେ ମୃତ୍ୟୁ ହାର ସର୍ବନମ୍ନ । ଓଡ଼ିଶାରେ ଆରୋଗ୍ୟ ହାର ଭାରତବର୍ଷଠାରୁ ଅଧିକ । ଅତଏବ କୋଭିଡ୍ ମୁକାବିଲାରେ ସମଗ୍ର ଦେଶ ପାଇଁ ଓଡ଼ିଶା ହୋଇଛି ମଡ଼େଲ୍ ରାଜ୍ୟ ।
ସ୍ୱାସ୍ଥ୍ୟ ମିଶନ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଆଜି ସାମ୍ବାଦିକ ସମ୍ମିଳନୀରେ ତଥ୍ୟ ସହ ଏହି ଯୁକ୍ତି ଉପସ୍ଥାପନ କରିଛନ୍ତି । କହିଛନ୍ତି, ଓଡ଼ିଶାର ସାଢ଼େ ଚାରିକୋଟି ଲୋକଙ୍କ ସତର୍କତା ଓ ସଚେତନତା ଯୋଗୁଁ ଏହା ସମ୍ଭବ ହୋଇଛି । ସମସ୍ତେ କରୋନା ଯୋଦ୍ଧା ସାଜି ଦେଶବାସୀଙ୍କୁ ଶିଖାଇ ଦେଇଛନ୍ତି ।
ଶ୍ରୀମତୀ ପଣ୍ଡିତ କହିଛନ୍ତି, ପ୍ରଥମ ୫୦ ହଜାର ଟେଷ୍ଟିଂ ପାଇଁ ଆମକୁ ୨ ମାସ ଲାଗିଥିଲା । ଏବେ ପ୍ରତି ଦୁଇ ସପ୍ତାହରେ ୫୦ ହଜାର ଟେଷ୍ଟିଂ ହେଉଛି । ଗତକାଲି ଆମେ ୨ ଲକ୍ଷ ଟେଷ୍ଟିଂ ପାର୍ କରିଛୁ । ଭାରତରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ୪,୩୦୫ ଟେଷ୍ଟିଂ ହେଉଥିବା ବେଳେ ଓଡ଼ିଶାରେ ୪,୩୩୪ ଟେଷ୍ଟିଂ ହେଉଛି ।
ସେହିଭଳି ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ଭାରତବର୍ଷରେ ୨୫ ପିଜିଟିଭ୍ କେସ୍ ଆସୁଥିଲା ବେଳେ ଦିଲ୍ଲୀରେ ୨୦୫, ମହାରାଷ୍ଟ୍ରରେ ୨୫ ପଜିଟିଭ୍ କେସ୍ ଆସୁଛି । ଆମ ଓଡ଼ିଶାରେ ୧ ଲକ୍ଷ ଜନସଂଖ୍ୟାରେ ଏହି ପଜିଟିଭିଟି ହାର ହେଉଛି ୯.୩ ।
ଦେଶରେ ମୃତ୍ୟୁହାର ୦.୭ ଥିବା ବେଳେ ଦିଲ୍ଲୀରେ ଏହା ୬.୬ । ଓଡ଼ିଶାରେ ହାର ୦.୦୩ । ସବୁ ରାଜ୍ୟଠାରୁ କମ୍ ।
ଆରୋଗ୍ୟ ହାରରେ ଓଡ଼ିଶାର ଦୁଇ ତୃତୀୟାଂଶ କୋଭିଡ୍ ରୋଗୀ ଆରୋଗ୍ୟ ହେଉଛନ୍ତି । ଭାରତବର୍ଷରେ ୫୧% ରୋଗୀ ଆରୋଗ୍ୟ ହେଉଥିବା ବେଳେ ଓଡ଼ିଶାରେ ୬୭% ରୋଗୀ ଆରୋଗ୍ୟ ହେଉଛନ୍ତି ।
ଏହି ଅବସରରେ ଶ୍ରୀମତୀ ପଣ୍ଡିତ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଭାରତ ସରକାରଙ୍କ ଆଇସିଏମଆର ର ପରିବର୍ତ୍ତିତ ଗାଇଡଲାଇନ୍ ଅନୁଯାୟୀ, ଏବେ କରୋନା ଲକ୍ଷଣ ଥିବା ଲୋକ ଏବଂ ପଜିଟିଭ୍ ଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ଟେଷ୍ଟିଂ ଉପରେ ଅଧିକ ଗୁରୁତ୍ୱ ଦିଆଯିବ । କାରଣ ଗବେଷଣାରୁ ଜଣାଗଲାଣି ଯେ ଲକ୍ଷଣ ନ ଥିବା କରୋନା ରୋଗୀଙ୍କଠାରୁ ସଂକ୍ରମଣ ସମ୍ଭାବନା କମ୍ । ସଂକ୍ରମଣର ସମୟସୀମା ମଧ୍ୟ କମ୍ । ସୁତରାଂ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ବିନା ଟେଷ୍ଟିଂରେ ଛଡ଼ାଯିବ ନାହିଁ ।
ଜୁନ୍ ୧୬ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଆଶା ଦିଦି ଏବଂ ଏନଏମ ଦିଦିମାନେ ଘର ଘର ବୁଲି କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଠାବ କରିବେ ଏବଂ ସେମାନଙ୍କର ତୁରନ୍ତ ଟେଷ୍ଟିଂ କରାଯିବ । ଗ୍ରାମାଞ୍ଚଳରେ ପ୍ରତି ଘର ଏବଂ ସହରାଞ୍ଚଳରେ ବସ୍ତିଗୁଡ଼ିକରେ ଆଶା ଦିଦି ଏବଂ ଏନଏମ ଦିଦିମାନେ ଘର ଘର ବୁଲି ପର୍ଯ୍ୟବେକ୍ଷଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ରାଜ୍ୟରେ କରୋନା ସଂକ୍ରମଣ ହୁତୁ ହୁତୁ ହୋଇ ବଢ଼ିଚାଲିଛି । ଆହୁରି ୪ରୁ ୬ ସପ୍ତାହ ଆମ ପାଇଁ କ୍ରିଟିକାଲ୍ । ତେଣୁ ଏତିକି ଦିନ ଆମକୁ ସତର୍କ ଓ ସଚେତନ ରହିବାକୁ ପଡ଼ିବ ବୋଲି ଶ୍ରୀମତୀ ପଣ୍ଡିତ କହିଛନ୍ତି । ଜୀବନ-ଜୀବିକା ମଧ୍ୟରେ ସମନ୍ୱୟ ରକ୍ଷା କରି ସମସ୍ତେ ଯତ୍ନବାନ ରହିବାକୁ ସେ ଅନୁରୋଧ କରିଛନ୍ତି ।
Previous Post

କାହିିଁକି ଆତ୍ମହତ୍ୟା କଲେ ସୁଶାନ୍ତ ରାଜପୁତ ?

Next Post

ଭାରତ-ଚୀନ୍ ସେନା ମୁହାଁମୁହିଁ: ୨୦ ଭାରତୀୟ ଯବାନ ସହିଦ

Next Post
ଭାରତ-ଚୀନ୍ ସେନା ମୁହାଁମୁହିଁ: ୨୦ ଭାରତୀୟ ଯବାନ ସହିଦ

ଭାରତ-ଚୀନ୍ ସେନା ମୁହାଁମୁହିଁ: ୨୦ ଭାରତୀୟ ଯବାନ ସହିଦ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA