ପୁରୀ: ମହାମାରୀ କରୋନା ସାରା ବିଶ୍ୱ କୁ ଅଡ଼ୁଆରେ ପକାଇଥିଲେ ମଧ୍ୟ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ବାଟ ଫିଟିଛି । ମହାପ୍ରଭୁଙ୍କ ଅପାର କରୁଣା ଓ ରାଜ୍ୟ ସରକାରଙ୍କ ତତ୍ପରତା ପରେ ରଥ କାମ ତ୍ୱରିତ ବେଗରେ ଆଗେଇ ଚାଲିଛି । ସାମାଜିକ ଦୂରତା ରକ୍ଷା କରିବା ସହ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ସେବକଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାରଣା ଓ ଭୋଇ ସେବକଙ୍କୁ କରୋନା ସଚେତନତା ପାଇଁ ଆଜି ତାଲିମ ଦିଆଯାଇଛି ।
ସାମାଜିକ ଦୂରତା ମାନି ରଥ ନିର୍ମାଣ ପାଇଁ ନିୟୋଜିତ ସବୁ ସେବାୟତଙ୍କୁ ସଚେତନ କରାଯାଉଛି । ସଚେତନତା ମଧ୍ୟରେ ଆଜି ତୁମ୍ବ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ନିର୍ମାଣ ସମୟରେ ହାତ ଭଲ କରି ଧୋଇବା ସହ ସାନିଟାଇଜ୍ କରିବା, ମୁହଁରେ ମାସ୍କ ଲଗାଇବା , କୋଭିଡ ୧୯ ନିୟମକୁ ଭଲ କରି ମାନିବାକୁ ଗୁରୁତ୍ୱ ଦିଆଯାଇଛି । ଶେଷ ଖବର ସୁଦ୍ଧା ୬ ଟି ତୁମ୍ବ କାମ ସରିଛି । ସୁତା ବାଡ଼ିଆ ମଧ୍ୟ ଶେଷ ହୋଇଛି । ବିନ୍ଧ କାମ ଆରମ୍ଭ କରାଯାଇଛି ।







