ଭୁବନେଶ୍ୱର: କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ଆଜି ଶତାଧିକ ସମର୍ଥକଙ୍କୁ ଧରି ରାଜଧାନୀର ଏକ ଘରୋଇ ହସ୍ପିଟାଲ୍ ସାମନାରେ ଧାରଣାରେ ବସିଥିଲେ । ଏକ ରୋଗୀ ମୃତ୍ୟୁକୁ କେନ୍ଦ୍ର କରି ଏହି ପରିସ୍ଥିତି ଉପୁଜିଥିଲା । ତେବେ କୋଭିଡ୍ କଟକଣାକୁ ଆଦୌ ଭୃକ୍ଷେପ କରି ନ ଥିଲେ ସୁର । ତାଙ୍କ ମୁହଁରେ ମାସ୍କ ନ ଥିଲା । ସାମାଜିକ ଦୂରତା ନିୟମ ପାଳନ ଚରି ନ ଥିଲେ । ସୁରଙ୍କ ଅଧିକାଂଶ ସମର୍ଥକଙ୍କ ମୁହଁରେ ବି ମାସ୍କ ନ ଥିଲା । ସାମାଜିକ ଦୂରତା ପାଳନ କଥା ସମସ୍ତେ ଭୁଲିଯାଇଥିଲେ ।
ରାଜଧାନୀରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିଲା ବେଳେ କଂଗ୍ରେସର ବରିଷ୍ଠ ବିଧାୟକଙ୍କ ଏଭଳି ବିପଦଜନକ ଆଚରଣ ଚର୍ଚ୍ଚାର ବିଷୟ ହୋଇଛି ।