Saturday, April 18, 2026 01:42 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ଖାଇଛୁ, ନିମକ୍ ହାରାମ୍ ନୁହଁ

by Our Correspondent
02 Nov, 2016- 04:44 AM
in News
1 min read
0
ଖାଇଛୁ, ନିମକ୍ ହାରାମ୍ ନୁହଁ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଆଜି ଅଚ୍ୟୁତ ସାମନ୍ତଙ୍କ “କିମ୍ସ ’ ର କୋଠାବାଡ଼ି ମାପଚୁପ୍ କରିବ ବିଡ଼ିଏ । ଯେତେ ଜଲଦି ସମ୍ଭବ ତାହାକୁ ନିୟମିତ କରାଇ ସବୁତକ ଘଳିଆ ଚାଂଛିଦେବ । ସମ୍ ହସ୍ପିଟାଲ୍ ନିଆଁ ପରେ ସରକାରୀ ଧରପଗଡ଼ରୁ ମୁକୁଳିବା ପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି । କାରଣ ଖାଲି ସମ୍ ନୁହେଁ କିମ୍ସ ନିର୍ମାଣରେ ବି ହଜାରେ ଘଳିଆ । ବିଡିଏର ଅକୁପାନ୍ସୀ ସାର୍ଟିଫିକେଟ୍ ଠାରୁ ଆରମ୍ଭ କରି ଅଗ୍ନି ନିର୍ବାପକ ବ୍ୟବସ୍ଥା ପର୍ଯ୍ୟନ୍ତ କିଛି ବି ଠିକ୍ ନାହିଁ । ତେଣୁ କାଗଜପତ୍ର ରେଡ୍ଡି କରି ତାକୁ ରାତାରାତି ସଜାଡ଼ି ଦେବାର ଉଦ୍ୟମ ଆରମ୍ଭ ହୋଇଛି । ଅଚ୍ୟୁତ ସାମନ୍ତଙ୍କୁ ମନଭରି ସହଯୋଗ କରିବାକୁ ବିଡ଼ିଏ ବି ତତ୍ପର ହୋଇପଡ଼ିଛି । ବିଡିଏ ଉପାଧ୍ୟକ୍ଷଙ୍କଠାରୁ ଆରମ୍ଭ କରି ପ୍ଲାନିଂ ବିଭାଗର ଅଫିସର ଓ କର୍ମଚାରୀମାନେ ଅନ୍ୟ କାମକୁ ପଛରେ ପକାଇ ଅଚ୍ୟୁତ ସାମନ୍ତଙ୍କ କାମ ଉପରେ ଫୋକସ୍ କରିଛନ୍ତି । ଦିୱାଲୀ ଭୋଜି ଖାଇଥିବା ବିଡିଏ ପ୍ଲାନିଂ ବିଭାଗ କର୍ମଚାରୀମାନେ ଅନ୍ତତଃପକ୍ଷେ ତାଙ୍କରି ପାଖରେ ଋଣୀ ହେବାକୁ ଚାହିଁନାହାନ୍ତି ।

ଅଚ୍ୟୁତ ସାମନ୍ତଙ୍କ ବିଶାଳ ସାମ୍ରାଜ୍ୟ ଗଢ଼ିବାରେ ବିଡ଼ିଏ ମୂଳରୁ ସହଯୋଗ କରିଆସିଛି । ଆଇନର ପ୍ରତିବନ୍ଧକକୁ ସାମନା କରି ଖସିବାର ବାଟ କରିଛି ବିଡ଼ିଏ । ବିଡିଏ ପ୍ଲାନିଂ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ କିଟ୍ ଓ କିମ୍ସ ବିଲଡିଂ ନିର୍ମାଣରେ ଆଇନର ବାଟ ବଙ୍କା ହୋଇଛି । ଖାସ୍ କରି କିମ୍ସ ବିଲଡିଂ ନିର୍ମାଣରେ ଯାବତୀୟ ଡିଫେକ୍ଟ ରହିଛି । ତେବେ ସମ୍ ହସ୍ପିଟାଲ୍ ଅଗ୍ନିକାଣ୍ଡ ପରେ କିମ୍ସ ପାଇଁ ସଜାଗ ହୋଇଯାଇଛନ୍ତି ମାଲିକ ଅଚ୍ୟୁତ ସାମନ୍ତ । ସବୁ ବେଆଇନ କାମକୁ ଯେନତେନ ପ୍ରକାରେ ଆଇନସିଦ୍ଧ କରିବା ଉଦ୍ୟମ କରିଛନ୍ତି । ସେଥିପାଇଁ ଦିୱାଲୀ ଅବସରକୁ ଉପଯୋଗ କରିଛନ୍ତି । ଗତ ୨୭ ତାରିଖରେ କିଟ୍ ଜଗନ୍ନାଥ ମନ୍ଦିରରେ ବିଡ଼ିଏ ପ୍ଲାନିଂ ବିଭାଗର କର୍ମଚାରୀମାନଙ୍କୁ ନିରୋଳା ଭୁରି ଭୋଜନରେ ଆପ୍ୟାୟିତ କରିଥିଲେ ଅଚ୍ୟୁତ ସାମନ୍ତ । ଭୋଜନ ବାଦ୍ କର୍ମଚାରୀମାନଙ୍କୁ ଭିତିରିଆ ବି ମନଖୁସି କରାଯାଇଥିବା ଜଣାପଡ଼ିଛି । ତେବେ ଅଚ୍ୟୁତ ସାମନ୍ତ ବଦାନ୍ୟ ହୋଇ ବିଡ଼ିଏ କର୍ମଚାରୀଙ୍କ ମନଖୁସି କରିନାହାନ୍ତି । ବାକିଆ ପଡ଼ିଥିବା ବେଆଇନ କାମ ଆଦାୟ କରିବାକୁ ଏଭଳି ଗେଟ୍ ଟୁଗେଦର କରାଯାଇଥିବା ସ୍ପଷ୍ଟ ହୋଇଛି ।

ଗତକାଲି ବିଡ଼ିଏ ଉପାଧ୍ୟକ୍ଷ ପ୍ଲାନିଂ ବିଭାଗକୁ କିଟ୍ ଓ କିମ୍ସ  ବିଲଡିଂର ମାପଚୁପ୍ ପାଇଁ ତାଗିଦ୍ କରିଛନ୍ତି । ସେଥିପାଇଁ ଫୁରସତ୍ ଦେଇନାହାନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଆଜି (ବୁଧବାର) ଏହି କାର୍ଯ୍ୟ କରିବାକୁ କୁହାଯାଇଛି । ଯୋଜନା ହୋଇଛି, ଜଲଦି ମାପଚୁପ୍ ସାରି ଫାଇଲ୍ ରେଡ୍ଡି କରାଯିବ । ସରକାରଙ୍କ ଛାନଭିନ୍ ବେଳକୁ ଅଚ୍ୟୁତ ସାମନ୍ତଙ୍କ ଦେହରେ ଯେଭଳି ଧୂଳିମଳି ନ ଥିବ । ଏହି ମେଗା ଯୋଜନା ଫାନ୍ଦରେ ବିଡ଼ିଏ ଉପାଧ୍ୟକ୍ଷ ସାମିଲ ହେବା ସମସ୍ତଙ୍କୁ ବିସ୍ମିତ କରିଛି । ପ୍ଲାନିଂ ବିଭାଗର କର୍ମଚାରୀଙ୍କୁ ଭୋଜି ସାଙ୍ଗକୁ ଆଉ କିଛି ଅଦୃଶ୍ୟ ବାଟରେ ଅଚ୍ୟୁତ ସାମନ୍ତ ସନ୍ତୁଷ୍ଟ କରିଥିବା ବେଳେ ଉପାଧ୍ୟକ୍ଷଙ୍କୁ କିଭଳି ମନାଇଛନ୍ତି ତାହା ସମଗ୍ର ବିଡ଼ଏ ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।

ସୂଚନାଯୋଗ୍ୟ, ସମ୍ ଓ କିମ୍ସ ହସ୍ପିଟାଲ୍ ଚାଲିବାରେ ବ୍ୟାପକ ତ୍ରୁଟି ବିଚ୍ୟୁତି ରହିଥିବା ରାଜ୍ୟ ସରକାର ବହୁ ପୂର୍ବରୁ ଅବଗତ ଥିଲେ । ୨୦୧୪ ମସିହାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦୁଇ ହସ୍ପିଟାଲ୍ ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇ ବ୍ୟକ୍ତିଗତ ହାଜିରା ନିର୍ଦ୍ଦେଶ ହୋଇଥିଲା । ପ୍ରଚଣ୍ଡ ପ୍ରଭାବଶାଳୀ ଅଚ୍ୟୁତ ସାମନ୍ତ ବ୍ୟକ୍ତିଗତ ହାଜିରା ପକାଇ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ଦାମୋଦର ରାଉତ ଓ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ସନ୍ତୁଷ୍ଟ କରିଥିଲା ବେଳେ ମନୋଜ ନାୟକ କିନ୍ତୁ ଖାତିର କରି ନ ଥିଲେ । ନିଜକୁ ଅଧିକ ଶକ୍ତିଶାଳୀ ମନେ କରି ଗର୍ବ ଓ ଅହଂକାରରେ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶନାମାକୁ ହେୟଜ୍ଞାନ କରିଥିଲେ । ମନ୍ତ୍ରୀ ଓ ସଚିବଙ୍କୁ ଭେଟି କାମ ବଢ଼େଇ ଦେଇଥିଲେ ଆଜି ହୁଏତ ତାଙ୍କୁ ଜେଲ୍ ଯିବାକୁ ପଡ଼ି ନ ଥାଆନ୍ତା । ଆଜି ମନୋଜ ନାୟକ ଅନ୍ତତଃପକ୍ଷେ ଅଚ୍ୟୁତ ସାମନ୍ତଙ୍କୁ ଗୁରୁ କରି ସରକାରୀ କଳ ହାତେଇବାର ବୁଦ୍ଧି ଓ କୌଶଳ ଆହରଣ କରିବା ଉଚିତ୍ ।

Previous Post

ଗଣେଶଙ୍କ ଉତ୍ପାତ ସୀମା ଟପିଲା

Next Post

ସୁପ୍ରିମୋଙ୍କୁ ଝଟକା ଯୋଜନା !

Next Post
ସୁପ୍ରିମୋଙ୍କୁ  ଝଟକା ଯୋଜନା !

ସୁପ୍ରିମୋଙ୍କୁ ଝଟକା ଯୋଜନା !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA