Saturday, April 18, 2026 03:16 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ଗଣେଶଙ୍କ ଉତ୍ପାତ ସୀମା ଟପିଲା

by Our Correspondent
01 Nov, 2016- 09:14 AM
in News
1 min read
0
ଗଣେଶଙ୍କ ଉତ୍ପାତ ସୀମା ଟପିଲା

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଶେଷରେ ନିଜ ଅଞ୍ଚଳର ମହିଳା ତହସିଲଦାରଙ୍କ ଉପରକୁ ଲଣ୍ଠନ ଫୋପାଡ଼ି ଆକ୍ରମଣ କରିଛନ୍ତି ବାହୁବଳୀ ବିଧାୟକ ଗଣେଶ ଜଗଦେବ । ଲଗାତର ଭାବେ ବାହୁବଳୀ ପ୍ରଦର୍ଶନ କରୁଥିବା ଗଣେଶଙ୍କର ଏଥରର ଉତ୍ପାତ ସୀମା ଟପିଯାଇଛି । ସମ୍ ହସ୍ପିଟାଲ୍ ରେ ଭୟଙ୍କର ଅଗ୍ନିକାଣ୍ଡ ଘଟଣା ରାତିରେ କ୍ୟାପିଟାଲ୍ ହସ୍ପିଟାଲ୍ ରେ ମଦ ପିଇ ଗଣେଶ ଯେଭଳି ଉତ୍ପାତ କରିଥିଲେ ସେହି ଛବି ଲୋକଙ୍କ ମନରୁ ଲିଭି ନ ଥିଲା ବେଳେ ବିଧାୟକଙ୍କ ଏହି କାଣ୍ଡ ସମଗ୍ର ପ୍ରଶାସନ ମହଲକୁ ହଲଚଲ୍ କରିଛି । ବାହୁବଳୀ ଗଣେଶଙ୍କୁ ଗିରଫ କରିବାକୁ ସବୁ ଆଡୁ ଦାବି ଉଠିଛି ।

ବୋଲଗଡରେ ଜଣେ ବ୍ୟକ୍ତିଙ୍କ ଘର ଉଚ୍ଛେଦକୁ କେନ୍ଦ୍ର କରି ଏହି ଅଭାବନୀୟ କାଣ୍ଡ ଘଟିଛି । ଗତକାଲି ରାତିରେ ଏହି ଘରକୁ ଉଚ୍ଛେଦ କରିବା ପାଇଁ ବିଧାୟକ ମହୋଦୟ ତହସିଲଦାର ନିହାରିକା ନାୟକଙ୍କୁ ବାଧ୍ୟ କରିଥିଲେ । ମାତ୍ର ଏବେ ନୁହେଁ, କାଲି ସକାଳେ ଜାଗାଟିକୁ ମାପଚୁପ କଲା ପରେ ଯାଇ ଯାହା କରାଯିବ ବୋଲି ତହସିଲଦାର କହିବାରୁ ବିଧାୟକ ଉତକ୍ଷିପ୍ତ ହୋଇପଡ଼ିଥିଲେ । ପାଖରେ ଥିବା ଏକ ଲଣ୍ଠନକୁ ଫୋପାଡ଼ି ଦେବାରୁ ତାହା ତହସିଲଦାରଙ୍କ ଦେହରେ ବାଜିଥିଲା ଏବଂ ପଛରେ ଥିବା ଏକ ଗାଡିରେ ପିଟି ହୋଇଯାଇଥିଲେ ତହସିଲଦାର । ନିଜେ ତହସିଲଦାର ଏହି ଅଭିଯୋଗ କରିଛନ୍ତି । ଘଟଣାବେଳର ଅଡିଓ ବି ତାହାର ସ୍ପଷ୍ଟ ପ୍ରମାଣ ଦେଉଛି ।

ତେବେ ବିଧାୟକ ଗଣେଶ ଜଗଦେବ ଏହି ଘଟଣାକୁ ମିଛ କହି ଗାଲୁ ପେଲିଛନ୍ତି । ଲୋକଙ୍କ ସ୍ୱାର୍ଥ ପାଇଁ ସେ ଲଢୁଛନ୍ତି ବୋଲି ନିର୍ଲ୍ଲଜ ବୟାନ ଦେଇଛନ୍ତି । କ୍ୟାପିଟାଲ୍ ହସ୍ପିଟାଲ୍ ରେ ନିଜ ମଦୁଆ ସହଯୋଗୀମାନଙ୍କ ସହ ମାତାଲ ଗଣେଶ ଜଗଦେବ ବି ସେଦିନ ଏସିପି ଓ ଅନ୍ୟାନ୍ୟ ଅଧିକାରୀଙ୍କୁ ହାତ ଉଠାଇବା ପରେ ଏଭଳି ପ୍ରତିକ୍ରୟା ଦେଇଥିଲେ । ଲଗାତର ବର୍ଷେ ହେଲାଣି ବିଧାୟକ ନିଜର ବାହୁବଳ ଦେଖାଇ ଉତ୍ପାତ କରିଚାଲିଥିଲେ ମଧ୍ୟ ଦଳର ମୁଖିଆ ନିରବ ରହିବା ସମସ୍ତଙ୍କୁ ବିସ୍ମିତ କରିଛି । ବିଧାୟକଙ୍କ ବାହୁବଳ ଓ ବିଶୃଙ୍ଖଳିତ ଆଚରଣର ଗଦା ଗଦା ଅଭିଯୋଗ ପଡ଼ିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଥର ପାଲଟିଛନ୍ତି ।

ବୋଲଗଡ଼ ଘଟଣାରେ ତହସିଲ କର୍ମଚାରୀମାନେ କଲମଛାଡ଼ ଆନ୍ଦୋଳନ କରିଥିବା ବେଳେ ଓଏଏସ୍ ସଂଘ ତୀବ୍ର ପ୍ରତିକ୍ରୟା ଦେଖାଇଛି । ଆଜି ସଂଧ୍ୟାରେ ସଂଘର ବୈଠକ ବସି ପଦକ୍ଷେପ ସ୍ଥିର ହେବ ବୋଲି ସୂଚନା ମିଳିଛି । ସେପଟେ ଦଳୀୟ ବିଧାୟକଙ୍କ ଉତ୍ପାତିଆ କାର୍ଯ୍ୟ ଉପରେ ଚିରାଚରିତ ଢ଼ଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡ଼ି ମୁଖପାତ୍ର ସମୀର ଦାଶ । ମୁଖ୍ୟମନ୍ତ୍ରୀ ଠିକଣା ସମୟରେ ଠିକଣା ପଦକ୍ଷେପ ନେବେ ବୋଲି ସେ ବି ନିର୍ଲ୍ଲଜ ଉତ୍ତର ଦେଇଛନ୍ତି ।

Previous Post

ମୁଖ୍ୟମନ୍ତ୍ରୀଙ୍କର ଦିୱାଲୀ ଫୁଲ୍ !

Next Post

ଖାଇଛୁ, ନିମକ୍ ହାରାମ୍ ନୁହଁ

Next Post
ଖାଇଛୁ, ନିମକ୍ ହାରାମ୍ ନୁହଁ

ଖାଇଛୁ, ନିମକ୍ ହାରାମ୍ ନୁହଁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA