Saturday, April 18, 2026 02:44 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ମୁଖ୍ୟମନ୍ତ୍ରୀଙ୍କର ଦିୱାଲୀ ଫୁଲ୍ !

by Our Correspondent
28 Oct, 2016- 07:54 PM
in News
1 min read
0
ମୁଖ୍ୟମନ୍ତ୍ରୀଙ୍କର ଦିୱାଲୀ  ଫୁଲ୍ !

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ସପ୍ତମ ବେତନ କମିସନ ସୁପାରିଶ ଲାଗୁ ହେବ । ହେଲେ ଏବେ ନୁହେଁ, ଲାଗୁ କେବେ, କେମିତି ଆଉ କିଭଳି ହେବ ତାହା ଫିଟମେଣ୍ଟ କମିଟି ସ୍ଥିର କରିବ । ଦୀପାବଳି ପୂର୍ବରୁ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ସପ୍ତମ ବେତନ କମିସନ ଲାଗୁ ଭଳି ମନଲୋଭା ଘୋଷଣା କରି ଏକ ଫିଟମେଣ୍ଟ କେଁ ରଖି ଦେଇଛନ୍ତି । କାନକୁ ନୂଆ ଲାଗୁଥିବା ସେଭଳିଆ ଫିଟମେଣ୍ଟ କମିଟି ଗଠନ କରିନାହାନ୍ତି । ଖାଲି ଘୋଷଣାରେ ରଖିଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଗକୁ କମିଟି ଗଠନ ହେବ । ତର୍ଜମା କରିବ । ସବୁ ଆନୁସଙ୍ଗିକ କାମ ସାରି ସରକାରଙ୍କୁ ଯାଇ ରିପୋର୍ଟ ଦେବ । ଆଉ ସରକାର ପୁଣି ତାକୁ ଅନୁଧ୍ୟାନ କରି କାର୍ଯ୍ୟକାରୀ କରିବେ । ଏତେ ସପନକୁ ରାତି ନ ଥିବା ଭଳିଆ କଥା କିଏ । ଲାଗୁଛି ଠିକ୍ ୨୦୧୯ ସାଧାରଣ ନିର୍ବାଚନ ଯାଏଁ ସମୟ ଗଡ଼ିଯିବ । ଅବଶ୍ୟ ଏହା ଗ୍ୟାରେଣ୍ଟିଂ ଯେ ନିର୍ବାଚନ ବେଳକୁ ସରକାରୀ କର୍ମଚାରୀମାନେ ସପ୍ତମ ବେତନ କମିସନ ଦରମାରେ ପକେଟ୍ ଗରମ କରିଥିବେ ।

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ସପ୍ତମ ବେତନ କମିସନ ଦରମା ଲାଗୁହେଲାଣି ଜାନୁଆରୀ ମାସରୁ । ଅଗଷ୍ଟ ମାସରେ ପିଛିଲା ମାସର ଦରମା ମିଶାଇ ନୂଆ ଦରମା ପାଇଥିଲେ । ସାଧାରଣତଃ କେନ୍ଦ୍ର ସରକାର ସେମାନଙ୍କ କର୍ମଚାରୀଙ୍କ ପାଇଁ ନୂଆ ବେତନ କମିସନ ଲାଗୁ କରିବା ବେଳକୁ ରାଜ୍ୟ ସରକାରମାନେ ତାହାକୁ ପାଳନ କରିଥାଆନ୍ତି । ବେତନ କମିସନଙ୍କ ସୁପାରିଶ ହାରରେ କେନ୍ଦ୍ର ସହ ରାଜ୍ୟର ଆନୁପାତିକ ହାର ସମାନ ନ ହେଲେ ମଧ୍ୟ ପାଖାପାଖି ରହିଥାଏ । ସପ୍ତମ ବେତନ କମିସନଙ୍କ ସୁପାରିଶକୁ କେନ୍ଦ୍ର ସରକାର କାର୍ଯ୍ୟକାରୀ କଲା ପରେ ନିୟମ ଅନୁଯାୟୀ ରାଜ୍ୟ ସରକାରମାନଙ୍କୁ ଏହା ଅବଗତ କରାଇଥିଲେ । ରାଜ୍ୟ ସରକାରମାନେ ଏହା କାର୍ଯ୍ୟକାରୀ କଲେ କେତେ ଆର୍ଥିକ ବୋଝ ପଡ଼ିବ ବୋଲି ଜାଣିବାକୁ ଚାହିଁଥିଲେ ।  ଏହି ମର୍ମରେ ଗତ ଜୁଲାଇ ୨୭ ତାରିଖରେ ଓଡ଼ିଶା ସରକାରଙ୍କୁ କେନ୍ଦ୍ର ସରକାର ଏହି ଚିଠି ଲେଖିଥିଲେ । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଚିଠି ନମ୍ବର ୧୬୯୮୧ ଦ୍ୱାରା ଅଗଷ୍ଟ ୩ ତାରିଖରେ ଏହାର ଜବାବ ଦେଇଥିଲେ । ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ଆକଳନ କରିନାହାନ୍ତି ବୋଲି ନିର୍ଲ୍ଲଜ ଉତ୍ତର ଦେଇଥିଲେ । ରାଜ୍ୟ ସରକାରଙ୍କ ଏଭଳି ଉତ୍ତର କେନ୍ଦ୍ର ସରକାରଙ୍କୁ ଆଚମ୍ବିତ କରିଥିଲା । ଅନ୍ୟ ରାଜ୍ୟମାନେ କେନ୍ଦ୍ରକୁ ସେମାନଙ୍କ ଆକଳନ ରିପୋର୍ଟ ଦେଇସାରିଥିଲା ବେଳେ ଓଡ଼ିଶା ସରକାରଙ୍କର ଏଭଳି ବିଚିତ୍ର ଓ ବେଖାତିର ହାବଭାବ କେନ୍ଦ୍ର ସରକାରଙ୍କୁ ବିଚଳିତ କରିଥିଲା । ସେଥିପାଇଁ କେନ୍ଦ୍ର ସରକାରଙ୍କର କିଛି କ୍ଷତି ହେଉ ନ ଥିଲା ବରଂ ନିଜ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର କେତେ ଦରଦ ଓ ବ୍ୟାକୁଳ ତାହା ବାରି ହୋଇଯାଉଥିଲା ।

ତେବେ ଏ ପର୍ଯ୍ୟନ୍ତ ରାଜ୍ୟ ସରକାର ଏହି ଆକଳନ କରି ନ ଥିବା ଜଣାପଡ଼ିଛି । ଆକଳନ କରିଥିଲେ ହୁଏତ ଫିଟମେଣ୍ଟ କମଟି ଗଠନର ଆବଶ୍ୟକତା ପଡି ନ ଥାଆନ୍ତା । ବରଂ ମାନ୍ୟବର ମୁଖ୍ୟମନ୍ତ୍ରୀ ସିଧାସଳଖ ଦୀପାବଳୀ ଭେଟି ଭାବେ ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନ୍ ଧାରୀଙ୍କ ପାଇଁ ଘୋଷଣା କରିଥାଆନ୍ତେ ସପ୍ତମ ବେତନ କମିସନ ଦରମା । ମାତ୍ର ତାହା ନ କରି ଦୀପାବଳି ନାଁରେ  ନିର୍ବାଚନ ଗୋଲି ଛାଡ଼ିଛନ୍ତି ମୁଖ୍ୟମନ୍ତ୍ରୀ । ଏବେ ଦେଖିବାର କଥା, ମୁଖ୍ୟମନ୍ତ୍ରୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଫିଟମେଣ୍ଟ କମିଟି ଗଠନ କରିପାରୁଛନ୍ତି ନା ନାହିଁ ।

Previous Post

ଅଚ୍ୟୁତ ସାମନ୍ତଙ୍କ ଭୋଜି ଆସର

Next Post

ଗଣେଶଙ୍କ ଉତ୍ପାତ ସୀମା ଟପିଲା

Next Post
ଗଣେଶଙ୍କ ଉତ୍ପାତ ସୀମା ଟପିଲା

ଗଣେଶଙ୍କ ଉତ୍ପାତ ସୀମା ଟପିଲା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA