ଭୁବନେଶ୍ୱର: କରୋନା ମହାମାରୀ ସଙ୍କଟ ଭିତରେ ଆଜି ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ । ସମୁଦାୟ ୫ ଲକ୍ଷ ୩୪ ହଜାର ୮୪୩ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୪ ଲକ୍ଷ ୨୧ ହଜାର ୨୫୬ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ପାସ୍ ପ୍ରତିଶତ ହାର ହେଉଛି ୭୮.୭୬ % । ଗତବର୍ଷ ତୁଳନାରେ ଚଳିତବର୍ଷର ପାସ୍ ହାର ୬.୪୧% ଅଧିକ ରହିଛି । ଗତବର୍ଷ ପାସ୍ ହାର ଥିଲା ୭୨.୩୫% ।
ଗତବର୍ଷ ଭଳି ଏଥର ମଧ୍ୟ ଛାତ୍ରମାନଙ୍କ ତୁଳନାରେ ଛାତ୍ରୀମାନେ ଭଲ ରେଜଲ୍ଟ କରିଛନ୍ତି । ୨, ୬୨, ୭୨୮ ଛାତ୍ରୀଙ୍କ ମଧ୍ୟରୁ ୨,୧୫, ୩୬୭ ଜଣ ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଛାତ୍ରୀଙ୍କ ପାସ୍ ହାର୍ ହେଉଛି ୮୧.୯୮% । ସେହିଭଳି ୨,୪୭, ୪୫୧ ଛାତ୍ରଙ୍କ ମଧ୍ୟରୁ ୧,୯୨, ୫୦୧ ଛାତ୍ର କୃତକାର୍ଯ୍ୟ ହୋଇଛନ୍ତି । ଛାତ୍ରଙ୍କ ପାସ୍ ହାର୍ ହେଉଛି ୭୭% । ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏ ଗ୍ରେଡ୍ ପାଇଛନ୍ତି ୧୨୭୯ । ଗତବର୍ଷ ଏ ଗ୍ରେଡ୍ ରେ ପାସ୍ କରିଥିଲେ ୧୧୮୦ ଛାତ୍ରଛାତ୍ରୀ ।
ସାମଗ୍ରିକ ଭାବେ ଗତବର୍ଷ ତୁଳନାରେ ଚଳିତବର୍ଷର ମାଟ୍ରିକ୍ ରେଜଲ୍ଟ ଭଲ ହୋଇଛି । ଗତବର୍ଷ ୨୮୯ ସ୍କୁଲ୍ ରେ ଶତ ପ୍ରତିଶତ ରେଜଲ୍ଟ ହୋଇଥିଲା ବେଳେ ଏବର୍ଷ ୬୭୮ ସ୍କୁଲ୍ ରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି । ଗତବର୍ଷ ୮୨ ଟି ସ୍କୁଲ୍ ରେ ଶୂନ୍ ରେଜଲ୍ଟ ହୋଇଥିଲା ବେଳେ ଚଳିତବର୍ଷ ଶୂନ୍ ରେଜଲ୍ଟ ସ୍କୁଲ ସଂଖ୍ୟା ରହିଛି ମାତ୍ର ୩୧ ।
ସୂଚନାଯୋଗ୍ୟ, ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା ଗତ ଫେବୃଆରୀ ୧୯ରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖରେ ସରିଥିଲା । ତେବେ କରୋନା ଲକ୍ ଡାଉନ୍ ଓ ଅମ୍ଫନ୍ ବାତ୍ୟା ଯୋଗୁଁ ମୂଲ୍ୟାଙ୍କନରେ ବାଧା ସୃଷ୍ଟି ହୋଇଥିଲା । ବହୁ ବିଳମ୍ବରେ ରାଜ୍ୟର ୬୦ ଟି କେନ୍ଦ୍ରରେ ମୂଲ୍ୟାଙ୍କନ ହୋଇଥିଲା । ଗଣାଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଦ୍ୱାରା ଆଜି ମାଟ୍ରିକ୍ ରେଜଲ୍ଟ ଫଳ ପ୍ରକାଶ ପାଇଛି ।
କେଉଁ ଗ୍ରେଡ୍ ରେ କେତେ ପାସ୍
A1- ୧,୨୭୯
A2- ୮,୪୫୮
B1- ୧୮,୧୮୮
B2- ୩୨,୩୨୮
C- ୪୯,୧୫୩
D- ୮୯,୫୫୬
E- ୨,୨୩,୧୯୫