ଭୁୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୦୬୮ କରୋନା ପଜିଟିଭ୍ । ୨୮ଟି ଜିଲ୍ଲାରୁ ଏମାନଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ ୬୬୨ କ୍ୱାରେଣ୍ଟାଇନ୍ କେସ୍ ଏବଂ ୪୦୬ ଲୋକାଲ୍ କଣ୍ଟାକ୍ଟ କେସ୍ । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୪୫ ଆକ୍ରାନ୍ତ ରହିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୧୯୪ ଆକ୍ରାନ୍ତ ଅଛନ୍ତି । ତୃତୀୟ ସ୍ଥାନରେ ଅଛି ସୁନ୍ଦରଗଡ଼ ଜିଲ୍ଲା । ଏଠାରୁ ୧୧୨ ଜଣ ଆକ୍ରାନ୍ତ ହୋଇଛନ୍ତି ।
ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯, ୧୭୫ କୁ ବୃଦ୍ଧି ପାଇଛି । ୧୮, ୦୬୧ ସୁସ୍ଥ ହୋଇଥିବାରୁ ଆକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧୦, ୯୧୯ ।
ରାଜ୍ୟରେ ଆଉ ୫ ଜଣଙ୍କର ଜୀବନ ନେଇଛି କରୋନା । ଗଞ୍ଜାମ, ପୁରୀ, ବାଲେଶ୍ୱର, ମାଲକାନଗିରି, କନ୍ଧମାଳ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏମାନଙ୍କୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୫୯ କୁ ବୃଦ୍ଧି ପାଇଛି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୮୬ ଜଣଙ୍କର ଜୀବନ ନେଲାଣି କରୋନା ।
ଆଜି କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ
ଅନୁଗୁଳ-୨୦, ବାଲେଶ୍ୱର-୨୯, ବରଗଡ଼-୫, ଭଦ୍ରକ-୪, ବଲାଙ୍ଗୀର-୨୬, କଟକ-୬୧, ଦେବଗଡ଼-୨, ଢ଼େଙ୍କାନାଳ-୧, ଗଜପତି-୮୮, ଗଞ୍ଜାମ-୨୪୫, ଜଗତସିଂହପୁର-୩, ଯାଜପୁର-୧୨, ଝାରସୁଗୁଡ଼ା-୧୨, କଳାହାଣ୍ଡି-୧୯, କନ୍ଧମାଳ-୧୧, କେନ୍ଦ୍ରାପଡ଼ା-୮, ଖୋର୍ଦ୍ଧା-୧୯୪, କୋରାପୁଟ-୬୬, ମାଲକାନଗିରି-୧, ମୟୁରଭଞ୍ଜ-୨୦, ନବରଙ୍ଗପୁର-୨୬, ନୟାଗଡ଼-୨୯, ନୂଆପଡ଼ା-୧୧, ପୁରୀ-୧୬, ରାୟଗଡ଼ା-୨୪, ସମ୍ବଲପୁର-୨୧, ସୋନପୁର-୨, ସୁନ୍ଦରଗଡ଼-୧୧୨ ।