Wednesday, April 29, 2026 05:33 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଗାନ୍ଧୀ ପରିବାରକୁ ଛାଡ଼ିଲାନି କଂଗ୍ରେସ; ସୋନିଆ ଅନ୍ତରୀଣ ଅଧ୍ୟକ୍ଷା

by Our Correspondent
11 Aug, 2019- 12:35 AM
in Latest News, National, News
1 min read
0
ଗାନ୍ଧୀ ପରିବାରକୁ ଛାଡ଼ିଲାନି କଂଗ୍ରେସ; ସୋନିଆ ଅନ୍ତରୀଣ ଅଧ୍ୟକ୍ଷା
ନୂଆଦିଲ୍ଲୀ: ଗାନ୍ଧୀ ପରିବାରକୁ ଛାଡ଼ି ପାରିଲାନି କଂଗ୍ରେସ । ଗାନ୍ଧୀ ପରିବାର ବାହାରେ ଦଳର ନେତୃତ୍ୱ ନେବାକୁ ସମ୍ଭବତଃ ଯୋଗ୍ୟ ଲୋକ ବାହାରିଲେନି । ଅଥବା ଅନ୍ୟ କାହାରି ଉପରେ ଦଳ ଭରସା ଜୁଟାଇ ପାରିନାହିଁ । ରାହୁଲ ଗାନ୍ଧୀଙ୍କୁ ମନାଇବାରେ ବିଫଳ କଂଗ୍ରେସ ଶେଷରେ ସୋନିଆ ଗାନ୍ଧୀଙ୍କୁ ପୁଣିଥରେ ନେତୃତ୍ୱ ଭାର ସମର୍ପି ଦେଇଛି । ସିଡବ୍ଲୁସି(କଂଗ୍ରେସ କାର୍ଯ୍ୟକାରୀ କମିଟି) ବୈଠକରେ ସର୍ବସମ୍ମତିକ୍ରମେ ସୋନିଆଙ୍କୁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ କରାଯାଇଛି । ଗାନ୍ଧୀ ପରିବାର ବାହାରୁ ଜଣଙ୍କ ହାତରେ ନେତୃତ୍ୱ ଦେବାକୁ କିଛି ଦିନ ହେଲା କସରତ ଚାଲିଥିଲା । ଏହିକ୍ରମରେ ମୁକୁଲ୍ ୱାସନିକ୍ ଙ୍କ ନାଁ ଅଧିକ ଚର୍ଚ୍ଚା ହୋଇଥିଲା ।
କଂଗ୍ରେସ ଅଧ୍ୟକ୍ଷ ବାଛିବା ପାଇଁ ଶନିବାର ଦିନ ଦୁଇଟି ପର୍ଯ୍ୟାୟରେ ହୋଇଥିଲା ଘମାଘୋଟ ଆଲୋଚନା । ରାହୁଲ ଗାନ୍ଧୀଙ୍କ ପରାମର୍ଶକ୍ରମେ ରାଜ୍ୟ ନେତାମାନଙ୍କ ସହ ସହମତି ଭିତରେ ସଭାପତି ବାଛିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସେଥିପାଇଁ ୫ ଟି ଜୋନାଲ୍ ଗ୍ରୁପ ଗଠନ କରାଯାଇଥିଲା । ଏହି ଗ୍ରୁପ୍ ରେ ରାହୁଲଙ୍କୁ ପଶ୍ଚିମାଳଞ୍ଚଳ ଏବଂ ସୋନିଆଙ୍କୁ ପୂର୍ବାଞ୍ଚଳ ଦାୟିତ୍ୱ ଦିଆଯାଇଥିଲେ ମଧ୍ୟ ତାହାକୁ ପ୍ରତ୍ୟାଖ୍ୟାନ କରି ଚୟନ ପ୍ରକ୍ରିୟାରୁ ସେମାନେ ଦୂରେଇ ରହିଥିଲେ । ଅନ୍ୟପକ୍ଷରେ ପ୍ରିୟଙ୍କା ଗାନ୍ଧୀଙ୍କୁ ଉତ୍ତରାଞ୍ଚଳ, ଡ. ମନମୋହନ ସିଂହଙ୍କୁ ଦକ୍ଷିଣାଞ୍ଚଳ ଏବଂ ଅମ୍ବାକା ସୋନିଙ୍କୁ ଉତ୍ତର ପୂର୍ବାଞ୍ଚଳ ଦାୟିତ୍ୱରେ ରଖାଯାଇଥିଲା ।
ଦିନ ତମାମ ରାଜ୍ୟ ନେତାମାନଙ୍କ ସହ ବିଚାର ବିମର୍ଷ କରିଥିଲେ ସିଡ଼ବ୍ଲୁସି ଜୋନାଲ୍ ଗ୍ରୁପ୍ ସଦସ୍ୟମାନେ । ତେବେ ରାହୁଲ ଗାନ୍ଧୀଙ୍କ ସମର୍ଥନରେ ଅଧିକାଂଶଙ୍କର ମତ ଆସିଥିଲା । ରାହୁଲ ତାଙ୍କ ଇସ୍ତଫା ଫେରାଇ ନେତୃତ୍ୱଭାର ବଜାୟ ରଖନ୍ତୁ ବୋଲି ସେମାନେ ଚାହିଁଥିଲେ । ଏହି ମତାମତ ଆଧାରରେ ସିଡବ୍ଲୁସିର ବରିଷ୍ଠ ନେତାମାନେ ରାହୁଲ ତାଙ୍କ ବିଚାରର ପୁର୍ନବିଚାର କରିବାକୁ ଅନୁରୋଧ କରିଥିଲେ । ମାତ୍ର ରାହୁଲଙ୍କ ଉପରେ ଏହା କୌଣସି ପ୍ରଭାବ ପକାଇ ନ ଥିଲା । ସେ ନିଜ ଜିଦ୍ ରେ ଅଟଳ ରହିଥିଲେ ।
ରାହୁଲଙ୍କୁ ଫେରାଇ ଆଣିବାରେ ବିଫଳ ୫୪ ଜଣିଆ ସିଡବ୍ଲୁସି ଶେଷରେ ସୋନିଆ ଗାନ୍ଧୀଙ୍କ ଉପରକୁ ଆଖି ଫେରାଇଥିଲେ । ସୋନିଆ ଗାନ୍ଧୀଙ୍କ ନେତୃତ୍ୱ ତଳେ କଂଗ୍ରେସ ଏକାଠି ରହିବ ଏବଂ ମଜବୁତ ହେବ ବୋଲି ନେତାମାନଙ୍କର ହୃଦବୋଧ ହୋଇଥିଲା । ସିଡବ୍ଲୁସି ବୈଠକରେ ସୋନିଆଙ୍କ ନାଁ ପ୍ରସ୍ତାବିତ ହେଲା ମାତ୍ରେ ସମସ୍ତେ ତାହାକୁ ସମର୍ଥନ କରିଥିଲେ । ଦଳର ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ସାଂଗଠନିକ ନିର୍ବାଚନ ସରି ନୂଆ ନେତା ନିର୍ବାଚିତ ହେବା ଯାଏଁ ସୋନିଆଙ୍କ ହାତରେ ରହିବ ଦଳର ନେତୃତ୍ୱ । ତେବେ ଆଗକୁ ସିଏ ହିଁ ଅଧ୍ୟକ୍ଷ ନିର୍ବାଚିତ ହେବେ ବୋଲି କୁହାଯାଉଛି ।
ଡ. ମନମୋହନ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଡବ୍ଲୁସି ବୈଠକରେ ବିଦାୟୀ ସଭାପତି ରାହୁଲ ଗାନ୍ଧୀଙ୍କ ନେତୃତ୍ୱକୁ ଖୁବ୍ ତାରିଫ୍ କରାଯାଇଥିଲା । ସମସ୍ତଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିବାରୁ ରାହୁଲଙ୍କ ଇସ୍ତଫାକୁ ବୈଠକରେ ଗୃହୀତ କରାଯାଇଥିଲା ।
ସୂଚନାଯୋଗ୍ୟ, ସୋନିଆ ଗାନ୍ଧୀ ହେଉଛନ୍ତି କଂଗ୍ରେସର ଦୀର୍ଘକାଳୀନ ସଭାନେତ୍ରୀ । ୧୯୯୮ ମସିହାରୁ ୨୦୧୭ ମସିହା ପର୍ଯ୍ୟନ୍ତ ସେ ଥିଲେ କଂଗ୍ରେସ ସଭାନେତ୍ରୀ । ୨୦୧୭ ରେ ପୁଅ ରାହୁଲଙ୍କ ହାତକୁ ଦାୟିତ୍ୱ ଛାଡ଼ିଥିଲେ ସୋନିଆ ।
Previous Post

ଜିଲ୍ଲା ଯୋଜନା କମିଟି ମୁଖିଆ ତାଲିକାରେ ୧୭ ମନ୍ତ୍ରୀ, ୧୨ ବିଧାୟକ

Next Post

ଡେଞ୍ଜର ଜୋନ୍ ରେ ବିଜେଡ଼ି !

Next Post
ଡେଞ୍ଜର ଜୋନ୍ ରେ ବିଜେଡ଼ି !

ଡେଞ୍ଜର ଜୋନ୍ ରେ ବିଜେଡ଼ି !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA