ଭୁବନେଶ୍ୱର: ଜିଲ୍ଲା ଯୋଜନା କମିଟି ଗୁଡ଼ିକର ପୁର୍ନଗଠନ କରାଯାଇଛି । ୧୭ ଜଣ ମନ୍ତ୍ରୀଙ୍କୁ ୧୮ ଟି ଜିଲ୍ଲାର ଯୋଜନା ବୋର୍ଡ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଥିବା ବେଳେ ଅବଶିଷ୍ଟ ୧୨ଟି ଜିଲ୍ଲାରେ ବିଧାୟକମାନଙ୍କୁ ନିଯୁକ୍ତି ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଆର୍ଶିବାଦରୁ ସଂପୃକ୍ତ ଆଶାୟୀ ମନ୍ତ୍ରୀମାନେ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସୌଭାଗ୍ୟ ପାଇଛନ୍ତି । ତେବେ ୧୭ ଜଣ ମନ୍ତ୍ରୀଙ୍କୁ ନେଇ ଏହି ତାଲିକାରେ ବରିଷ୍ଠ ମନ୍ତ୍ରୀ ଅରୁଣ ସାହୁ, କନିଷ୍ଠ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏବଂ ପ୍ରେମାନନ୍ଦ ନାୟକଙ୍କ ନାଁ ନାହିଁ । ଓଲଟି ପ୍ରଫୁଲ୍ଲ ମଲ୍ଲିକଙ୍କ ହାତରେ ଦେବଗଡ଼ ଓ କେନ୍ଦୁଝର ଦୁଇଟିଯାକ ଜିଲ୍ଲାର ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଗତ ସରକାରରେ ୧୬ ଜଣ ଦଳୀୟ ବିଧାୟକଙ୍କୁ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ କରାଯାଇଥିବା ବେଳେ ଏଥର ବିଧାୟକ ସଂଖ୍ୟା ୧୨କୁ ଖସିଆସିଛି ।
କିଏ କେଉଁ ଜିଲ୍ଲାର ଯୋଜନା କମିଟି ଅଧ୍ୟକ୍ଷ
ପ୍ରତାପ ଜେନା- ମୟୁରଭଞ୍ଜ
ଅନନ୍ତ ଦାସ- ବାଲେଶ୍ୱର
ବ୍ୟୋମକେଶ ରାୟ- ଭଦ୍ରକ
ସମୀର ରଞ୍ଜନ ଦାଶ- ଯାଜପୁର
ରଣେନ୍ଦ୍ର ପ୍ରତାପ ସ୍ୱାଇଁ- କେନ୍ଦ୍ରାପଡ଼ା
ପ୍ରଶାନ୍ତ କୁମାର ମୁଦୁଲି- ଜଗତସିଂହପୁର
ଡାକ୍ତର ପ୍ରମୋଦ କୁମାର ମଲ୍ଲିକ- କଟକ
ନିରଞ୍ଜନ ପୂଜାରୀ- ପୁରୀ
ପ୍ରଶାନ୍ତ କୁମାର ଜଗଦ୍ଦେବ- ଖୋର୍ଦ୍ଧା
ସତ୍ୟନାରାୟଣ ପ୍ରଧାନ- ନୟାଗଡ଼
ଶ୍ରୀକାନ୍ତ ସାହୁ- ଗଞ୍ଜାମ
ମହୀଧର ରଣା- ବୌଦ୍ଧ
ଜଗନ୍ନାଥ ସାରକା- ଗଜପତି
ବିକ୍ରମ କେଶରୀ ଆରୁଖ- କନ୍ଧମାଳ
ସୁଦାମ ମାରାଣ୍ଡି- ସୋନପୁର
ଶ୍ରୀମତୀ ପଦ୍ମିନୀ ଦିଆନ- ରାୟଗଡ଼ା
ରଘୁରାମ ପଡ଼ଲ- କୋରାପୁଟ
ରଘୁନନ୍ଦନ ଦାସ- ନବରଙ୍ଗପୁର
ତୁଷାରକାନ୍ତି ବେହେରା- ମାଲକାନଗିରି
ରାଜେନ୍ଦ୍ର ଢ଼ୋଲକିଆ- ନୂଆପଡ଼ା
ନବ କିଶୋର ଦାସ- ବଲାଙ୍ଗୀର
ଦେବେଶ ଆଚାର୍ଯ୍ୟ- ବରଗଡ଼
ସୁଶାନ୍ତ ସିଂ- ସମ୍ବଲପୁର
ପଦ୍ମନାଭ ବେହେରା- ଝାରସୁଗୁଡ଼ା
ସାରଦା ପ୍ରସାଦ ନାୟକ- ସୁନ୍ଦରଗଡ଼
ଅଶୋକ ଚନ୍ଦ୍ର ପଣ୍ଡା- ଅନୁଗୁଳ
ଦିବ୍ୟଶଙ୍କର ମିଶ୍ର- ଢ଼େଙ୍କାନାଳ
ପ୍ରଫୁଲ୍ଲ କୁମାର ମଲ୍ଲିକ- ଦେବଗଡ଼/କେନ୍ଦୁଝର
ଶ୍ରୀମତୀ ଟୁକୁନି ସାହୁ- କଳାହାଣ୍ଡି