Thursday, June 25, 2026 09:52 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ଗାନ୍ଧୀ ମାର୍ଗରେ ରହିଛି ସବୁ ସମସ୍ୟାର ସମାଧାନ’

by Our Correspondent
04 Jan, 2020- 10:26 PM
in Latest News, News
1 min read
0
‘ଗାନ୍ଧୀ ମାର୍ଗରେ ରହିଛି ସବୁ ସମସ୍ୟାର ସମାଧାନ’
ଭୁବନେଶ୍ୱର: ଆମର ସାମାଜିକ ଓ ଗଣତାନ୍ତ୍ରିକ ବ୍ୟବସ୍ଥା ଏବେ ଜଟିଳ ଅବସ୍ଥାରେ । ଇର୍ଷା, ଦ୍ୱେଷ, ହିଂସା ଓ ପରଶ୍ରୀକାତରତା ବ୍ୟବସ୍ଥାକୁ ବିପନ୍ନ କରିବାରେ ଲାଗିଛି । ସତ୍ୟ, ଅହିଂସା, ସ୍ନେହ,ପ୍ରେମ, ସହନଶୀଳତାର ଅଭାବ ମଣିଷ ସମାଜକୁ ରସତଳଗାମୀ କରୁଛି । ଏହି ସବୁ ଗୁଣର ବିକାଶ ନହେଲେ ବ୍ୟକ୍ତି ଓ ରାଷ୍ଟ୍ରର ବିକାଶ ସମ୍ଭବ ନୁହେଁ । ଜାତିର ପିତା ମହାତ୍ମା ଗାନ୍ଧୀ ଦେଖାଇଥିବା ଆଦର୍ଶର ମାର୍ଗ ହିଁ ସବୁ ସମସ୍ୟା ସମାଧାନର ଏକମାତ୍ର ସହଜ ଓ ସରଳ ବାଟ ।
ଗାନ୍ଧୀବାଦୀ ଚିନ୍ତକ ତଥା ପାଟକୁରା ଗାନ୍ଧୀ ଭାବେ ପରିଚିତ ପୂର୍ବତନ ବିଧାୟକ ରାଜକିଶୋର ନାୟକଙ୍କ ଦଶମ ଶ୍ରାଦ୍ଧବାର୍ଷିକୀ ଅବସରରେ ଆୟୋଜିତ ସ୍ମାରକୀ ଗାନ୍ଧୀ ବକ୍ତୃତାମାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଉକ୍ତି ରଖିଛନ୍ତି ବିଶିଷ୍ଟ ସମାଜସେବୀ ତଥା ସୁସାହିତି୍ୟକା ମନୀଷା ଚୌଧୁରୀ ।
‘ମହିଳା ଓ କିଶୋରମାନଙ୍କ ମନରେ ଗାନ୍ଧୀ ଭାବନାର ଜାଗରଣ’ ଶୀର୍ଷକ ଏହି ବକ୍ତୃତାମାଳରେ ସେ କହିଛନ୍ତି, ତ୍ରୁଟିପୂର୍ଣ୍ଣ ଯୋଜନା ଓ ବିଭ୍ରାନ୍ତିକର ରୂପାୟନ ଯୋଗୁଁ ସ୍ୱାଧୀନତାର ୭୨ ବର୍ଷ ପରେ ବି ଦେଶର ଅର୍ଦ୍ଧାଧିକ ମହିଳା ପାରିବାରିକ ଓ ସାମାଜିକ ହିଂସାର ଶିକାର ହେଉଛନ୍ତି । ମା, ଛୁଆ ଅପପୃଷ୍ଟି ଓ ରକ୍ତହୀନତାର ଶିକାର ହେଉଛନ୍ତି । ତ୍ରୁଟିପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥା ଯୁବସମାଜକୁ ପଥଭ୍ରଷ୍ଟ କରୁଛି । ମହାତ୍ମା ଗାନ୍ଧୀଙ୍କ ଆଦର୍ଶରୁ ସମାଜ ବିଚୁ୍ୟତ ହୋଇଯିବାରୁ ଦେଶ ଯାବତୀୟ ସମସ୍ୟାର ସମ୍ମୁଖୀନ ହେଉଛି । ଯେଉଁଥିରେ ମହିଳା ଓ ଶିଶୁ ଅଧିକ କ୍ଷତିଗ୍ରସ୍ତ ହେଉଥିବା ଶ୍ରୀମତୀ ଚୌଧୁରୀ କହିଥିଲେ ।
ବର୍ଷିୟାନ୍ ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଦାଶ ବେନହୁର ଭାରତବର୍ଷ ଓ ଗାନ୍ଧୀଜୀଙ୍କ ବିଚାରାଧାରା ଉପରେ ଏକ ନିବନ୍ଧ ଉପସ୍ଥାପନ କରିଥିଲେ । ଭାରତରେ ଶାସନ କରୁଥିବା ନେତୃତ୍ୱ ଗାନ୍ଧୀଜୀଙ୍କ ନାମରେ ଦେଶ ବିଦେଶରେ ପରିଚିତି ପାଉଛନ୍ତି । ମାତ୍ର ଦୁର୍ଭାଗ୍ୟର କଥା, ସେହିମାନେ ଗାନ୍ଧୀଜୀଙ୍କ ବିଚାରଧାରାର ବିପରୀତ କାର୍ଯ୍ୟ କରୁଛନ୍ତି । ସେଥିପାଇଁ ଭାରତୀୟ ସାମାଜିକ ବ୍ୟବସ୍ଥା ବିପନ୍ନ ହୋଇଛି । କେହି କାହାରିକୁ ବିଶ୍ୱାସ କରୁନାହାନ୍ତି । ସ୍ୱର୍ଗତ ରାଜକିଶୋର ନାୟକଙ୍କ ସ୍ମୃତିଚାରଣ କରି ତାଙ୍କୁ ଗାନ୍ଧୀ ଆଦର୍ଶର ପ୍ରକୃତ ମଣିଷ ବୋଲି ଅଭିହିତ କରିଥିଲେ ।
ଅନ୍ୟତମ ଅତିଥି ଭାବେ ଅଧ୍ୟାପକ ଅଭିରାମ ବିଶ୍ୱାଳ ସ୍ୱର୍ଗତ ରାଜକିଶୋର ନାୟକଙ୍କୁ ପାଟକୁରାର ପ୍ରକୃତ ଗାନ୍ଧୀ ବୋଲି କହିଥିଲେ ।
ରାଜକିଶୋର ନାୟକ ନ୍ୟାସନାଲ୍ ଫାଉଣ୍ଡେସନ୍ ର ସମ୍ପାଦକ ପର୍ଶୁରାମ ଦ୍ୱିବେଦୀ ସ୍ୱାଗତ ଭାଷଣ ଦେଇଥିଲା ବେଳେ ନିରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
Previous Post

ଏଥର ଜଟଣୀରେ ମାଡ଼ି ଚାଲିବେ ସୁରଙ୍କ ସାନପୁଅ

Next Post

‘ଓଡ଼ିଶା ମୋ ପରିବାର’ ଆରମ୍ଭ; ସେବାରେ ରାଜନୀତିକୁ ମୁଖ୍ୟମନ୍ତ୍ରୀଙ୍କ ନା

Next Post
‘ଓଡ଼ିଶା ମୋ ପରିବାର’ ଆରମ୍ଭ; ସେବାରେ ରାଜନୀତିକୁ ମୁଖ୍ୟମନ୍ତ୍ରୀଙ୍କ ନା

‘ଓଡ଼ିଶା ମୋ ପରିବାର’ ଆରମ୍ଭ; ସେବାରେ ରାଜନୀତିକୁ ମୁଖ୍ୟମନ୍ତ୍ରୀଙ୍କ ନା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA