Friday, May 1, 2026 12:32 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଗୋଲକଙ୍କ ଉପରକୁ ମାଡ଼ିଆସୁଛି ବିପଦ

by Our Correspondent
30 Oct, 2017- 03:45 PM
in Latest News, Politics
1 min read
1
ଗୋଲକଙ୍କ ଉପରକୁ ମାଡ଼ିଆସୁଛି ବିପଦ
ଭୁବନେଶ୍ୱର: ଗଞ୍ଜାମ ପୁଲିସର ନଜର ଏବେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ରଙ୍କ ଉପରେ । ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ଖୁବ୍ ଶୀଘ୍ର ତାଙ୍କୁ ପଚରାଉଚୁରା କରାଯିବ ବୋଲି ସୂଚନା ମିଳିଛି । ହତ୍ୟାର ମୁଖ୍ୟ ଷଡ଼ଯନ୍ତ୍ରକାରୀ କୃଷ୍ଣ ଓ ଦୁର୍ଯୋଧନଙ୍କୁ ଫେରାର କରାଇବାରେ ଗୋଲକଙ୍କ ହାତ ଥିବା ଅଭିଯୋଗ ହୋଇଛି । ନିଜେ କୃଷ୍ଣ ଓ ଦୁର୍ଯୋଧନ ଏକ ଭିଡ଼ିଓ ବୟାନରେ ଏକଥା କହିଛନ୍ତି । ଇତିମଧ୍ୟରେ ଭାଇରାଲ୍ ହୋଇଥିବା ଗୋଲକ ଓ କୃଷ୍ଣଙ୍କର କଲ୍ ରେକର୍ଡକୁ ନେଇ ବିଭିନ୍ନ କଥା ଆଲୋଚନା ହେଉଥିବା ବେଳେ ପୁଲିସ ଛାନଭିନ୍ ଚଳାଇଛି । ଅତ୍ୟନ୍ତ ସତର୍କତାର ସହ ମାମଲାର ତଦନ୍ତ ଚାଲିଛି ଏବଂ ହତ୍ୟାକାଣ୍ଡରେ ସଂପୃକ୍ତ କାହାରିକୁ ଛଡ଼ାଯିବ ନାହିଁ ବୋଲି ଜଣେ ବରିଷ୍ଠ ପୁଲିସ ଅଫିସର କହିଛନ୍ତି ।
ଗୋଲକଙ୍କ ବିରୋଧରେ ଆସିଥିବା ଅଭିଯୋଗଟି ସାଂଘାତିକ । ପ୍ରାଥମିକ ତଦନ୍ତରେ ଆନୁସଙ୍ଗିକ ତଥ୍ୟ ପ୍ରମାଣ ମିଳିଲେ ପୁଲିସ ତାଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍ ଦଫା ୨୧୨(ହାରବରିଂ ଅଫେଣ୍ଡର୍) ରେ ମାମଲା ରୁଜୁ କରିପାରିବ । କୋର୍ଟରେ ଦୋଷ ପ୍ରମାଣିତ ହେଲେ ୫ ବର୍ଷ ଜେଲ୍ ଦଣ୍ଡର ବ୍ୟବସ୍ଥା ରହିଛି । ଗୋଲକଙ୍କ ସଂପୃକ୍ତି ନେଇ ମୁଖ୍ୟ ଷଡ଼ଯନ୍ତ୍ରକାରୀ କୃଷ୍ଣ ଓ ଦୁର୍ଯୋଧନ ସିଧାସଳଖ ବୟାନ ଦେଇଥିବାରୁ ତାଙ୍କ ଉପରେ ବିପଦ ମାଡ଼ିଆସୁଛି । ଯେ କୌଣସି ମୁହୁର୍ତ୍ତରେ ପୁଲିସ ତାଙ୍କୁ ଉଠାଇ ନେଇପାରିବେ ବୋଲି ଆଇନଜୀବୀମାନେ ମତ ଦେଇଛନ୍ତି ।
ସେପଟେ ନିଜର ଆସନ୍ନ ବିପଦ ପରିପ୍ରେକ୍ଷୀରେ ଆଜି ଗୋଲକ ପୁଣି ଏକ ପ୍ରେସ୍ ମିଟ୍ କରି ଗଂଜାମ ଏସପିଙ୍କୁ ଟାର୍ଗେଟ୍ କରିଛନ୍ତି । ଯେଉଁ କଲ୍ ରେକର୍ଡ କଥା କୁହାଯାଉଛି ତାହା ଜାଲ୍ ବୋଲି ସେ କହିଛନ୍ତି । ଏହି କାଗଜ କିଏ ଦେଲା ଓ କେଉଁଠୁ ଆସିଲା ପୁଲିସ ତାହା ସ୍ପଷ୍ଟ କରୁ ବୋଲି ଦାବି କରିଛନ୍ତି । ସେହିଭଳି ଅଭିଯୁକ୍ତମାନେ ହେପାଜତରେ ଥିବା ବେଳେ ସେମାନଙ୍କର ଭିଡ଼ିଓ ରେକର୍ଡିଂ କେମିତି ହେଲା ବୋଲି ଗୋଲକ ପ୍ରଶ୍ନ କରି ଗଂଜାମରେ ଏସପି ବିଜେଡ଼ି ପାଇଁ ରାଜନୀତି କରୁଛନ୍ତି ବୋଲି ପାଲଟା ଆକ୍ରମଣ କରିଛନ୍ତି ।
ଲକ୍ଷ୍ମୀ ହତ୍ୟା ମାମଲାକୁ ବିଜେପି ରାଜନୀତିର ରଙ୍ଗ ଦେଇଥିବା ବେଳେ ବିଜେଡ଼ିି ତାହାର ଜବାବ ଦେଇଛି । ସାମ୍ବାଦିକ ସମ୍ମିଳନୀ କରି ଦଳର ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ତଦନ୍ତର ସାମନା କରିବାକୁ ଗୋଲକ ମହାପାତ୍ର ପ୍ରସ୍ତୁତ ବୋଲି କହୁଥିଲା ବେଳେ ପ୍ରେସମିଟ୍ କରି କାହିଁକି ପ୍ରଳାପ କରୁଛନ୍ତି ? କୃଷ୍ଣ ଓ ଦୁର୍ଯୋଧନ ଛତ୍ରପୁରରୁ କଟକ, କୋଲକତା ହୋଇ ଉତ୍ତରାଖଣ୍ଡ ଯିବା ପଛର ରହସ୍ୟ ପଚାରିଛନ୍ତି ପ୍ରତାପ । ଡେରାଡୁନ୍ ରେ ତାଙ୍କ ପାଇଁ କିଏ ସରକାରୀ ଗେଷ୍ଟ ହାଉସ୍ ଠିକ୍ କରିଥିଲା ତାହା ମଧ୍ୟ ଜାଣିବାକୁ ଚାହିଁଛନ୍ତି । ଭିଡ଼ିଓ ଆସିବା ପୂର୍ବରୁ ଗଂଜାମ ଏସପିଙ୍କୁ ଟାର୍ଗେଟ୍ କରିବା ପଛର ରହସ୍ୟ ପଚାରିଛନ୍ତି ବିଜେଡ଼ି ମୁଖପାତ୍ର ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା ଲକ୍ଷ୍ମୀ ମର୍ଡର କେସ୍ ର ଷଡ଼ଯନ୍ତ୍ରକାରୀ କୃଷ୍ଣ ଓ ତାଙ୍କୁ ଫେରାର କରାଇବାରେ ଗୋଲକଙ୍କ ସହଯୋଗ କଥା ପଦାକୁ ଆସିଲା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖୋଲାଖୋଲି ଗୋଲକଙ୍କ ସପକ୍ଷରେ ଅଣ୍ଟା ଭିଡ଼ିଛନ୍ତି । ଜିଲ୍ଲା ପ୍ରଭାରୀ ଭାବେ କୃଷ୍ଣଙ୍କ ସହ ଫୋନ୍ ରେ କଥାବାର୍ତ୍ତା ହେବାରେ ଭୁଲ୍ ନାହିଁ ବୋଲି ଗତକାଲି ଯୁକ୍ତି ବାଢ଼ିଥିଲେ । ଆଜି ସାମ୍ବାଦିକ ସମ୍ମିଳନୀରେ ଗୋଲକ ଗଂଜାମ ଏସପିଙ୍କୁ ପୁନର୍ବାର ଟାର୍ଗେଟ୍ କରିଥିଲା ବେଳେ ସମୀର ମହାନ୍ତି ଓ ଲେଖାଶ୍ରୀ ସାମନ୍ତସିଂହାର ଉପସ୍ଥିତ ରହି ଗୋଲକଙ୍କ ପାଇଁ ଢ଼େର୍ ଓକିଲାତି କରିଥିଲେ ।
Previous Post

ମିଳିଲା ଗୋଲକ-କୃଷ୍ଣ କଲ୍ ରେକର୍ଡ

Next Post

ନବୀନଙ୍କଠାରୁ ଶିଖନ୍ତୁ…

Next Post
ନବୀନଙ୍କଠାରୁ ଶିଖନ୍ତୁ…

ନବୀନଙ୍କଠାରୁ ଶିଖନ୍ତୁ...

Comments 1

  1. Nihar Ranjan Samal says:
    9 years ago

    Criminalization of politics or,political criminalization?

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA