ଭୁବନେଶ୍ୱର: ଗଞ୍ଜାମ ପୁଲିସର ନଜର ଏବେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ରଙ୍କ ଉପରେ । ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ଖୁବ୍ ଶୀଘ୍ର ତାଙ୍କୁ ପଚରାଉଚୁରା କରାଯିବ ବୋଲି ସୂଚନା ମିଳିଛି । ହତ୍ୟାର ମୁଖ୍ୟ ଷଡ଼ଯନ୍ତ୍ରକାରୀ କୃଷ୍ଣ ଓ ଦୁର୍ଯୋଧନଙ୍କୁ ଫେରାର କରାଇବାରେ ଗୋଲକଙ୍କ ହାତ ଥିବା ଅଭିଯୋଗ ହୋଇଛି । ନିଜେ କୃଷ୍ଣ ଓ ଦୁର୍ଯୋଧନ ଏକ ଭିଡ଼ିଓ ବୟାନରେ ଏକଥା କହିଛନ୍ତି । ଇତିମଧ୍ୟରେ ଭାଇରାଲ୍ ହୋଇଥିବା ଗୋଲକ ଓ କୃଷ୍ଣଙ୍କର କଲ୍ ରେକର୍ଡକୁ ନେଇ ବିଭିନ୍ନ କଥା ଆଲୋଚନା ହେଉଥିବା ବେଳେ ପୁଲିସ ଛାନଭିନ୍ ଚଳାଇଛି । ଅତ୍ୟନ୍ତ ସତର୍କତାର ସହ ମାମଲାର ତଦନ୍ତ ଚାଲିଛି ଏବଂ ହତ୍ୟାକାଣ୍ଡରେ ସଂପୃକ୍ତ କାହାରିକୁ ଛଡ଼ାଯିବ ନାହିଁ ବୋଲି ଜଣେ ବରିଷ୍ଠ ପୁଲିସ ଅଫିସର କହିଛନ୍ତି ।
ଗୋଲକଙ୍କ ବିରୋଧରେ ଆସିଥିବା ଅଭିଯୋଗଟି ସାଂଘାତିକ । ପ୍ରାଥମିକ ତଦନ୍ତରେ ଆନୁସଙ୍ଗିକ ତଥ୍ୟ ପ୍ରମାଣ ମିଳିଲେ ପୁଲିସ ତାଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍ ଦଫା ୨୧୨(ହାରବରିଂ ଅଫେଣ୍ଡର୍) ରେ ମାମଲା ରୁଜୁ କରିପାରିବ । କୋର୍ଟରେ ଦୋଷ ପ୍ରମାଣିତ ହେଲେ ୫ ବର୍ଷ ଜେଲ୍ ଦଣ୍ଡର ବ୍ୟବସ୍ଥା ରହିଛି । ଗୋଲକଙ୍କ ସଂପୃକ୍ତି ନେଇ ମୁଖ୍ୟ ଷଡ଼ଯନ୍ତ୍ରକାରୀ କୃଷ୍ଣ ଓ ଦୁର୍ଯୋଧନ ସିଧାସଳଖ ବୟାନ ଦେଇଥିବାରୁ ତାଙ୍କ ଉପରେ ବିପଦ ମାଡ଼ିଆସୁଛି । ଯେ କୌଣସି ମୁହୁର୍ତ୍ତରେ ପୁଲିସ ତାଙ୍କୁ ଉଠାଇ ନେଇପାରିବେ ବୋଲି ଆଇନଜୀବୀମାନେ ମତ ଦେଇଛନ୍ତି ।
Criminalization of politics or,political criminalization?