– ଲକ୍ଷ୍ମୀ ମର୍ଡର ପୂର୍ବଦିନ ଉଭୟଙ୍କ ମଧ୍ୟରେ ୩ ଥର କଥା
– ମର୍ଡର ସଂଧ୍ୟାରେ ବି କଲ୍
– ଉତ୍ତରାଖଣ୍ଡରୁ ଗୋଲକଙ୍କୁ ୧୯ ଥର କଲ୍
ଭୁବନେଶ୍ୱର: ସେପ୍ଟେମ୍ବର ୧୫ ରୁ ଅକ୍ଟୋବର ୨୨ ମଧ୍ୟରେ ଗୋଲକ ମହାପାତ୍ର ଓ କୃଷ୍ଣ ନାୟକଙ୍କ ମଧ୍ୟରେ ୨୬ ଥର କଥାବାର୍ତ୍ତା ହୋଇଛି । ଛତ୍ରପୁର, କଟକ, କୋଲକତା ଓ ଉତ୍ତରାଖଣ୍ଡରେ କୃଷ୍ଣ ଥିବା ବେଳେ ଏସବୁ କଥା ହୋଇଛନ୍ତି । ଲକ୍ଷ୍ମୀଦତ୍ତ ହତ୍ୟାର ପୂର୍ବଦିନ ସେପ୍ଟେମ୍ବର ୧୫ ରେ ଗୋଲକ ଓ କୃଷ୍ଣ ତିନି ଥର କଥା ହୋଇଛନ୍ତି । ସେଦିନ ଅପରାହ୍ନ ସାଢ଼େ ଚାରିଟା ବେଳେ ଗୋଲକ(ମୋବାଇଲ୍ ନଂ ୯୪୩୭୦୧୨୯୩୦)ଙ୍କୁ ଲଗାଇଥିଲେ କୃଷ୍ଣ( ମୋବାଇଲ୍ ନଂ ୯୬୯୨୨୫୭୦୧୦) । ୨୭ ସେକେଣ୍ଡ୍ କଥା ହୋଇଥିଲେ । ୫.୪୩ ରେ ଗୋଲକ ଫୋନ୍ ଲଗାଇଥିଲେ କୃଷ୍ଣଙ୍କୁ । ୨୬ ସେକେଣ୍ଡ୍ କଥା ହୋଇଥିଲେ । ପୁନର୍ବାର ୬.୧୨ ରେ କୃଷ୍ଣ ଲଗାଇଥିଲେ ଗୋଲକଙ୍କୁ । ୧୨ ସେକେଣ୍ଡ୍ କଥା ହୋଇଥିଲେ । ହତ୍ୟାକାଣ୍ଡ ସଂଧ୍ୟାରେ ଗୋଲକ କଟକରେ ଥିବା କୃଷ୍ଣଙ୍କୁ ଫୋନ୍ କରିଥିଲେ । ଉଭୟଙ୍କ ମଧ୍ୟରେ ୭୧ ସେକେଣ୍ଡ୍ ଆଳାପ ହୋଇଥିଲା । ପରଦିନ ଅର୍ଥାତ୍ ୧୭ ତାରିଖରେ ଉଭୟ ୩ ଥର କଥା ହୋଇଥିଲେ । ସେଦିନ ଅପରାହ୍ନ ୧୨.୫୩ ମିନିଟ୍ ରେ କଟକରେ ଥିବା କୃଷ୍ଣ ଗୋଲକଙ୍କ ସହ ୨୮୩ ସେକେଣ୍ଡ(୪ ମିନିଟ୍ ୪୩ ସେକେଣ୍ଡ୍) କଥା ହୋଇଥିଲେ ।
କଟକରୁ କୋଲକତା ଚାଲିଗଲା ପରେ କୃଷ୍ଣ ତାଙ୍କ ମୋବାଇଲ୍ ନମ୍ବର ବଦଳେଇଥିଲେ । ବ୍ୟବହାର କରିଥିଲେ ୭୦୫୯୦୩୫୨୨୧ ନମ୍ବର । ୩୦ ସେପ୍ଟେମ୍ବରରୁ ୨୨ ଅକ୍ଟୋବର ମଧ୍ୟରେ ଉତ୍ତରାଖଣ୍ଡରେ କୃଷ୍ଣ ଥାଇ ଗୋଲକଙ୍କ ସହ ୧୯ ଥର କଥା ହୋଇଛନ୍ତି । ସବୁଥର କୃଷ୍ଣ ହିଁ ତାଙ୍କ ତାଙ୍କ ଆଡୁ ଫୋନ୍ କରିଛନ୍ତି । ୩୦ ସେପ୍ଟେମ୍ବର ରାତି ୧୦ଟାରେ ରେ ଗୋଲକଙ୍କ ସହ ପାଖାପାଖି ୫ ମିନିଟ୍ କଥା ହୋଇଛନ୍ତି । ଅକ୍ଟୋବର ୧ ତାରିଖରେ କୃଷ୍ଣ ୭ ଥର କଥା ହୋଇଛନ୍ତି । ସେହିଭଳି ୪ ତାରିଖରେ ଥରେ, ୮ ତାରିଖରେ ୪ ଥର,୧୪ ତାରିଖରେ ଦୁଇ ଥର,୧୯ ତାରିଖରେ ଦୁଇ ଥର ଓ ୨୨ ତାରିଖରେ ଦୁଇଥର କଥା ହୋଇଛନ୍ତି ।
ଭାଇରାଲ୍ ହୋଇଯାଇଛି ଗୋଲକ ଓ କୃଷ୍ଣଙ୍କ ମଧ୍ୟରେ ଏହି କଲ୍ ରେକର୍ଡ । ଏଥିସହ ଲକ୍ଷ୍ମୀ ମର୍ଡର ମାମଲା ନାଟକୀୟ ମୋଡ଼ ନେଇଛି । ଗୋଲକଙ୍କୁ ଗିରଫ କରିବା ପାଇଁ ବିଜେଡ଼ି ଦାବି କରି କିଛି ସ୍ଥାନରେ ବିକ୍ଷୋଭ ଆରମ୍ଭ କରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୋଲକଙ୍କୁ ସୁରକ୍ଷା ଦେବାକୁ ଆଗେଇ ଆସିଛନ୍ତି । ଜିଲ୍ଲା ପ୍ରଭାରୀ ଭାବେ ଦଳୀୟ ନେତାଙ୍କ ସହ କଥା ହେବାରେ ଅସୁବିଧା କେଉଁଠି ବୋଲି ପ୍ରଶ୍ନ ପଚାରିଛନ୍ତି । ଦଳ ମୁଖପାତ୍ର ସଜ୍ଜନ ଶର୍ମା କୃଷ୍ଣ ନାୟକଙ୍କୁ ଦୋଷୀ ବୋଲି ତଥାପି ମାନିନାହାନ୍ତି । ଏସପି ବିଜେଡ଼ିର ଏଜେଣ୍ଟ ଭାବେ କାମ କରୁଥିବା ଦୋହରାଇଛନ୍ତି ।