Friday, May 1, 2026 12:32 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମିଳିଲା ଗୋଲକ-କୃଷ୍ଣ କଲ୍ ରେକର୍ଡ

by Our Correspondent
29 Oct, 2017- 09:16 PM
in Latest News, Politics
1 min read
0
ମିଳିଲା ଗୋଲକ-କୃଷ୍ଣ କଲ୍ ରେକର୍ଡ
– ଲକ୍ଷ୍ମୀ ମର୍ଡର ପୂର୍ବଦିନ ଉଭୟଙ୍କ ମଧ୍ୟରେ ୩ ଥର କଥା
– ମର୍ଡର ସଂଧ୍ୟାରେ ବି କଲ୍
– ଉତ୍ତରାଖଣ୍ଡରୁ ଗୋଲକଙ୍କୁ ୧୯ ଥର କଲ୍
ଭୁବନେଶ୍ୱର: ସେପ୍ଟେମ୍ବର ୧୫ ରୁ ଅକ୍ଟୋବର ୨୨ ମଧ୍ୟରେ ଗୋଲକ ମହାପାତ୍ର ଓ କୃଷ୍ଣ ନାୟକଙ୍କ ମଧ୍ୟରେ ୨୬ ଥର କଥାବାର୍ତ୍ତା ହୋଇଛି । ଛତ୍ରପୁର, କଟକ, କୋଲକତା ଓ ଉତ୍ତରାଖଣ୍ଡରେ କୃଷ୍ଣ ଥିବା ବେଳେ ଏସବୁ କଥା ହୋଇଛନ୍ତି । ଲକ୍ଷ୍ମୀଦତ୍ତ ହତ୍ୟାର ପୂର୍ବଦିନ ସେପ୍ଟେମ୍ବର ୧୫ ରେ ଗୋଲକ ଓ କୃଷ୍ଣ ତିନି ଥର କଥା ହୋଇଛନ୍ତି । ସେଦିନ ଅପରାହ୍ନ ସାଢ଼େ ଚାରିଟା ବେଳେ ଗୋଲକ(ମୋବାଇଲ୍ ନଂ ୯୪୩୭୦୧୨୯୩୦)ଙ୍କୁ ଲଗାଇଥିଲେ କୃଷ୍ଣ( ମୋବାଇଲ୍ ନଂ ୯୬୯୨୨୫୭୦୧୦) । ୨୭ ସେକେଣ୍ଡ୍ କଥା ହୋଇଥିଲେ । ୫.୪୩ ରେ ଗୋଲକ ଫୋନ୍ ଲଗାଇଥିଲେ କୃଷ୍ଣଙ୍କୁ । ୨୬ ସେକେଣ୍ଡ୍ କଥା ହୋଇଥିଲେ । ପୁନର୍ବାର ୬.୧୨ ରେ କୃଷ୍ଣ ଲଗାଇଥିଲେ ଗୋଲକଙ୍କୁ । ୧୨ ସେକେଣ୍ଡ୍ କଥା ହୋଇଥିଲେ । ହତ୍ୟାକାଣ୍ଡ ସଂଧ୍ୟାରେ ଗୋଲକ କଟକରେ ଥିବା କୃଷ୍ଣଙ୍କୁ ଫୋନ୍ କରିଥିଲେ । ଉଭୟଙ୍କ ମଧ୍ୟରେ ୭୧ ସେକେଣ୍ଡ୍ ଆଳାପ ହୋଇଥିଲା । ପରଦିନ ଅର୍ଥାତ୍ ୧୭ ତାରିଖରେ ଉଭୟ ୩ ଥର କଥା ହୋଇଥିଲେ । ସେଦିନ ଅପରାହ୍ନ ୧୨.୫୩ ମିନିଟ୍ ରେ କଟକରେ ଥିବା କୃଷ୍ଣ ଗୋଲକଙ୍କ ସହ ୨୮୩ ସେକେଣ୍ଡ(୪ ମିନିଟ୍ ୪୩ ସେକେଣ୍ଡ୍) କଥା ହୋଇଥିଲେ ।
କଟକରୁ କୋଲକତା ଚାଲିଗଲା ପରେ କୃଷ୍ଣ ତାଙ୍କ ମୋବାଇଲ୍ ନମ୍ବର ବଦଳେଇଥିଲେ । ବ୍ୟବହାର କରିଥିଲେ ୭୦୫୯୦୩୫୨୨୧ ନମ୍ବର । ୩୦ ସେପ୍ଟେମ୍ବରରୁ ୨୨ ଅକ୍ଟୋବର ମଧ୍ୟରେ ଉତ୍ତରାଖଣ୍ଡରେ କୃଷ୍ଣ ଥାଇ ଗୋଲକଙ୍କ ସହ ୧୯ ଥର କଥା ହୋଇଛନ୍ତି । ସବୁଥର କୃଷ୍ଣ ହିଁ ତାଙ୍କ ତାଙ୍କ ଆଡୁ ଫୋନ୍ କରିଛନ୍ତି । ୩୦ ସେପ୍ଟେମ୍ବର ରାତି ୧୦ଟାରେ ରେ ଗୋଲକଙ୍କ ସହ ପାଖାପାଖି ୫ ମିନିଟ୍ କଥା ହୋଇଛନ୍ତି । ଅକ୍ଟୋବର ୧ ତାରିଖରେ କୃଷ୍ଣ ୭ ଥର କଥା ହୋଇଛନ୍ତି । ସେହିଭଳି ୪ ତାରିଖରେ ଥରେ, ୮ ତାରିଖରେ ୪ ଥର,୧୪ ତାରିଖରେ ଦୁଇ ଥର,୧୯ ତାରିଖରେ ଦୁଇ ଥର ଓ ୨୨ ତାରିଖରେ ଦୁଇଥର କଥା ହୋଇଛନ୍ତି ।
ଭାଇରାଲ୍ ହୋଇଯାଇଛି ଗୋଲକ ଓ କୃଷ୍ଣଙ୍କ ମଧ୍ୟରେ ଏହି କଲ୍ ରେକର୍ଡ ।  ଏଥିସହ ଲକ୍ଷ୍ମୀ ମର୍ଡର ମାମଲା ନାଟକୀୟ ମୋଡ଼ ନେଇଛି । ଗୋଲକଙ୍କୁ ଗିରଫ କରିବା ପାଇଁ ବିଜେଡ଼ି ଦାବି କରି କିଛି ସ୍ଥାନରେ ବିକ୍ଷୋଭ ଆରମ୍ଭ କରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୋଲକଙ୍କୁ ସୁରକ୍ଷା ଦେବାକୁ ଆଗେଇ ଆସିଛନ୍ତି । ଜିଲ୍ଲା ପ୍ରଭାରୀ ଭାବେ ଦଳୀୟ ନେତାଙ୍କ ସହ କଥା ହେବାରେ ଅସୁବିଧା କେଉଁଠି ବୋଲି ପ୍ରଶ୍ନ ପଚାରିଛନ୍ତି । ଦଳ ମୁଖପାତ୍ର ସଜ୍ଜନ ଶର୍ମା କୃଷ୍ଣ ନାୟକଙ୍କୁ ଦୋଷୀ ବୋଲି ତଥାପି ମାନିନାହାନ୍ତି । ଏସପି ବିଜେଡ଼ିର ଏଜେଣ୍ଟ ଭାବେ କାମ କରୁଥିବା ଦୋହରାଇଛନ୍ତି ।

 

Previous Post

ଗୋଲକ ଫାଙ୍କିଲେ, ଚନ୍ଦୁକୁ ନେଇ ଖୋଳତାଡ଼

Next Post

ଗୋଲକଙ୍କ ଉପରକୁ ମାଡ଼ିଆସୁଛି ବିପଦ

Next Post
ଗୋଲକଙ୍କ ଉପରକୁ ମାଡ଼ିଆସୁଛି ବିପଦ

ଗୋଲକଙ୍କ ଉପରକୁ ମାଡ଼ିଆସୁଛି ବିପଦ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA