Monday, May 25, 2026 02:42 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଗ୍ରାହକଙ୍କୁ ଇଏମଆଇ ଭେଳିକି !

by Our Correspondent
16 Apr, 2020- 01:07 PM
in Latest News, News
1 min read
0
ଗ୍ରାହକଙ୍କୁ ଇଏମଆଇ ଭେଳିକି !
ଭୁୁବନେଶ୍ୱର: କରୋନା ସଙ୍କଟ ପରିପ୍ରେକ୍ଷୀରେ ବ୍ୟାଙ୍କଗୁଡ଼ିକ ୩ ମାସ ପାଇଁ ଇଏମଆଇ ମୋରାଟୋରିୟମ୍(ବିରତି) ଘୋଷଣା କରିବାକୁ ପରାମର୍ଶ ଦେଇଥିଲେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଏହି ଖବର ଗ୍ରାହକମାନଙ୍କୁ ଆଶ୍ୱସ୍ତ କରିଥିଲା । ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ପରାମର୍ଶକୁ ବ୍ୟାଙ୍କଗୁଡ଼ିକ ମାନିଛନ୍ତି ବି । ହେଲେ ଏମିତି କାମ କରିଛନ୍ତି ଯେଉଁଥିରେ ସାପ ମରିବନି କି ବାଡ଼ି ଭାଙ୍ଗିବନି । ବ୍ୟାଙ୍କରୁ ଋଣ ନେଇଥିବା ବଡ଼ବଡ଼ିଆଙ୍କ କଥା ଛାଡ଼ନ୍ତୁ । ହେଲେ ପେଟ ପାଇଁ ଦୈନନ୍ଦିନ ସଂଘର୍ଷ କରୁଥିବା ବିଚାରା ନିମ୍ନ ମଧ୍ୟବିତ୍ତ ଲୋକଙ୍କୁ ଭକୁଆ ହେବାକୁ ପଡ଼ିଛି ।
ସାଧାରଣ ଲୋକ ବୁଝିଥିଲେ, ଇଏମଆଇ ମୋରାଟୋରିୟମ୍ ର ଅର୍ଥ ତିନି ମାସ ପାଇଁ ସେମାନଙ୍କୁ ବ୍ୟାଙ୍କ ଋଣ ବାବଦ କିସ୍ତି ଦେବାକୁ ପଡ଼ିବନି । ଲକ୍ ଡାଉନ୍ ରେ ସେମାନେ ରୋଜଗାର ହରାଇଥିବାରୁ ବ୍ୟାଙ୍କ ସେମାନଙ୍କ ତିନି ମାସର ଯନ୍ତ୍ରଣା ବୁଝିବ । ଇଏମଆଇ ଅବଧି ୩ ମାସ ବଢ଼ାଇ ଆଡଜଷ୍ଟ କରିବ । ବିନା ସୁଧରେ ପୈଠର ସୁବିଧା ମିଳିବ । ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ଘୋଷଣା ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦରଦ ଭାବରୁ ସାଧାରଣ ଲୋକ ଏୟା ହିଁ ବୁଝିଥିଲେ ।
ମାତ୍ର ବାସ୍ତବରେ ସେୟା ହୋଇନି । ବ୍ୟାଙ୍କମାନେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ଆଦେଶକୁ ମାନିଛନ୍ତି ସତ ହେଲେ ଏମିତି ଖଞ୍ଜ କରିଛନ୍ତି ଯେଉଁଥିରେ ନିମ୍ନ ମଧ୍ୟବିତ୍ତ ଲୋକେ ଛଟପଟ ହେବା ଥୟ । ଗ୍ରାହକଙ୍କୁ ଏସଏମସ୍ କିମ୍ବା ଇମେଲ ପଠାଇ ବ୍ୟାଙ୍କମାନେ କୋଭିଡ୍-୧୯ ସଙ୍କଟ ପାଇଁ ଯଥେଷ୍ଟ ସମବେଦନା ଜଣାଇ ସତର୍କ କରୁଛନ୍ତି । ସତେ ଯେମିତି ଗ୍ରାହକଙ୍କ କଷ୍ଟରେ ବ୍ୟାଙ୍କବାଲାଙ୍କର ହୃଦୟ ଫାଟି ପଡ଼ିଛି । ତାପରେ ବିଷୟବସ୍ତୁକୁ ଆସିଛନ୍ତି । ଯେଉଁଥିରେ ରହିଛି ଇଏମଆଇ ଭରିବା ନ ଭରିବାର ସର୍ତ୍ତ । ଇଏମଆଇ କଟିବ ନା ନାହିଁ ଗରାଖଙ୍କ ଉପରେ ଚଏସ୍ ଛଡ଼ା ଯାଇଛି । ଯିଏ ଇଏମଆଇ ଡିପୋଜିଟ୍ ଚାଲୁ ରଖିବାକୁ ରାଜି ଠିକ୍ ଅଛି । କିନ୍ତୁ ମାର୍ଚ୍ଚ, ଏପ୍ରିଲ୍,ମେ ମାସର ଇଏମଆଇ ମୋରାଟୋରିୟମ୍ ଚାହିଁଥିବା ଗରାଖଙ୍କ ପାଇଁ ବ୍ୟାଙ୍କ ଜଟିଳ ସତ୍ତ ରଖିଛି ।
ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆର ସର୍ତ୍ତ ହେଉଛି ମାର୍ଚ୍ଚ, ଏପ୍ରିଲ୍, ମେ ମାସର କିସ୍ତି ଜୁନ୍ ମାସରେ ହିଁ ଏକାସାଙ୍ଗରେ ଦେବାକୁ ପଡ଼ିବ । ତାହା ପୁଣି ପ୍ରିନସପାଲ୍ ଆଉଟଷ୍ଟାଣ୍ଡିଂ ଆମାଉଣ୍ଟ ଉପରେ ୩.୩୫% ପର୍ଯ୍ୟନ୍ତ ଇଣ୍ଟ୍ରେଷ୍ଟ ସହ । ଅର୍ଥାତ ତିନି ମାସର ବିଳମ୍ବ ପାଇଁ ଋଣଦାତାଙ୍କୁ ଏକକାଳୀନ ସଂପୃକ୍ତ କିସ୍ତି ଉପରେ ମାସିକ ପ୍ରାୟ ୩.୩୫% ହାରରେ ସୁଧ ଦେବାକୁ ପଡ଼ିବ । ଷ୍ଟେଟ୍ ବ୍ୟାଙ୍କ ସମେତ ପ୍ରାୟ ସବୁ ଜାତୀୟକରଣ ବ୍ୟାଙ୍କ ଏବଂ ଘରୋଇ ବ୍ୟାଙ୍କ ଏହି ସମାନ ନିୟମ ରଖିଛନ୍ତି । କେବଳ ଯାହା ସୁଧ ହାରରେ ପାର୍ଥକ୍ୟ ରହିଛି ।
ଦ୍ୱିତୀୟରେ, ବ୍ୟାଙ୍କରୁ ମୋରାଟୋରିୟମ୍ ସୁବିଧା ନେବା ବି ଗାଁ ଗହଳିରେ ରହୁଥିବା ଗ୍ରାହକଙ୍କ ପକ୍ଷରେ ସେତେଟା ସମ୍ଭବ ନୁହେଁ । କାରଣ ବ୍ୟାଙ୍କର ଏହି ମୋରାଟୋରିୟମ୍ ସୁବିଧା ପାଇବାକୁ ହେଲେ ଅନଲାଇନ୍ ପ୍ରକ୍ରିୟାରେ ଯିବାକୁ କୁହାଯାଇଛି । ଏହି ଲକ୍ ଡାଉନ୍ ପରିସ୍ଥିତିରେ ଲୋକେ ଘରୁ ବାହରି ପାରୁ ନ ଥିଲା ବେଳେ ବ୍ୟାଙ୍କ ଯାଇ ସୁବିଧା ନେବା ତ ସମ୍ଭବ ନୁହେଁ । ତେବେ ଘରେ ଇଣ୍ଟରନେଟ୍ ର ସୁବିଧା ନେବା ଏବଂ ତାକୁ ପଢ଼ି ବୁଝି ଅପସନ୍ କ୍ଲିକ୍ କରିବା ବି ଗ୍ରାମାଞ୍ଚଳର ଅନେକ ଗ୍ରାହକଙ୍କ ସାଧ୍ୟ ବାହାରେ । ତେଣୁ ଏହି ମୋରାଟୋରିୟମ୍ କାହା ପାଇଁ ପ୍ରଶ୍ନ ଉଠିବା ସ୍ୱାଭାବିକ ।
କରୋନା ଯୁଦ୍ଧର ମୁକାବିଲା ପାଇଁ ଗ୍ରାହକଙ୍କୁ ମେସେଜ୍ ଜରିଆରେ ଉତ୍ସାହିତ କରୁଥିବା ଏବଂ ଏଭଳି ଦୁର୍ଦ୍ଦିନ ସମୟରେ ସାଙ୍ଗରେ ଅଛନ୍ତି ବୋଲି ଆସ୍ଫାଳନ ଦେଖାଉଥିବା ବ୍ୟାଙ୍କଗୁଡ଼ିକର ଏଭଳି କାର୍ଯ୍ୟ ଦେଶର ଗରିବଗୁରୁବାଙ୍କ ପାଇଁ ଉପହାସ ବୋଲି ସ୍ପଷ୍ଟ ହେଲାଣି । ରିଜର୍ଭ ବ୍ୟାଙ୍କର ମୋରାଟୋରିୟମ୍ ଗାଇଡଲାଇନ୍ ପାଳନ ନାଁରେ ସେମାନେ ଅସଲ ଦୁର୍ଦ୍ଦଶା ଭୋଗୁଥିବା ନିମ୍ନ ମଧ୍ୟବିତ୍ତଙ୍କ ତଣ୍ଟିରେ ଖୋଜ ପକାଇଥିବା କୁହାଯାଉଛି ।
ତଥ୍ୟ ଅନୁସାରେ, ଗତବର୍ଷ ୨୧ଟି ଜାତୀୟକରଣ ଏବଂ ୩ଟି ଘରୋଇ ବ୍ୟାଙ୍କ ସେମାନଙ୍କ ଗ୍ରାହକଙ୍କଠାରୁ କେବଳ ସେବା ବାବଦ ଚାର୍ଜ ୫,୦୦୦ କୋଟି ଟଙ୍କା ଅସୁଲ କରିଛନ୍ତି । ମାତ୍ର ଗ୍ରାହକଙ୍କ ଏହି ସଙ୍କଟ ବେଳେ ସେମାନେ ସହଯୋଗ କରିବେ କ’ଣ ଓଲଟି ବେଡ଼ି ଉପରେ ନଳିତା ବିଡ଼ା ସଦୃଶ ହୋଇଛନ୍ତି ।
ଅର୍ଥନୀତି ବିଶାରଦ ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ବ୍ୟାଙ୍କଗୁଡ଼ିକର ଇଏମଆଇ ମୋରାଟୋରିୟମ୍ କୁ ଏକ ପ୍ରହସନ ବୋଲି କହିଛନ୍ତି । ନା ସାଧାରଣ ଲୋକ ନା ରାଷ୍ଟ୍ର ଏଥିରୁ ସୁଫଳ ପାଇପାରିବ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି । ରାଜ୍ୟର ଜଣାଶୁଣା ସାର୍ଟିଫାଇଡ୍ ଫାଇନାନସିଆଲ୍ ପ୍ଲାନର୍ ରୂପକୁମାର ପ୍ରଧାନ କହିଛନ୍ତି ଇଏମଆଇ ମୋରାଟୋରିୟମ୍ ସୁଯୋଗ ନେବା ସାଧାରଣ ଲୋକଙ୍କ ପାଇଁ କଷ୍ଟସାଧ୍ୟ । ୩ ମାସ ପରେ ଏହା ଅଧିକ ବର୍ଡନ ବି ରଖୁଛି ।
Previous Post

ବଲାଙ୍ଗୀର,ଫୁଲବାଣୀ,ମୟୂରଭଞ୍ଜରେ କୋଭିଡ୍‌ ହସ୍‌ପିଟାଲ୍‌ କାର୍ଯ୍ୟକ୍ଷମ

Next Post

ଭୁବନେଶ୍ୱର ଷ୍ଟ୍ରାଟେଜି: ୭ଦିନରେ ୫ ହଜାର ସାମ୍ପଲ୍ ଟେଷ୍ଟ

Next Post
ଭୁବନେଶ୍ୱର ଷ୍ଟ୍ରାଟେଜି: ୭ଦିନରେ ୫ ହଜାର ସାମ୍ପଲ୍ ଟେଷ୍ଟ

ଭୁବନେଶ୍ୱର ଷ୍ଟ୍ରାଟେଜି: ୭ଦିନରେ ୫ ହଜାର ସାମ୍ପଲ୍ ଟେଷ୍ଟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA