Wednesday, August 5, 2026 02:16 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବଲାଙ୍ଗୀର,ଫୁଲବାଣୀ,ମୟୂରଭଞ୍ଜରେ କୋଭିଡ୍‌ ହସ୍‌ପିଟାଲ୍‌ କାର୍ଯ୍ୟକ୍ଷମ

by Our Correspondent
16 Apr, 2020- 11:32 AM
in Latest News, News
1 min read
0
ବଲାଙ୍ଗୀର,ଫୁଲବାଣୀ,ମୟୂରଭଞ୍ଜରେ କୋଭିଡ୍‌ ହସ୍‌ପିଟାଲ୍‌ କାର୍ଯ୍ୟକ୍ଷମ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ସମଗ୍ର ରାଜ୍ୟରେ ଗୋଟିଏ ପରେ ଗୋଟିଏ କେଭିଡ୍‌-୧୯ ହସ୍‌ପିଟାଲ୍‌ ଖୋଲି ଚାଲିଛି । ରାଜ୍ୟ ସରକାରଙ୍କ ପ୍ରୟାସ କ୍ରମେ କିମ୍‌ସ ଦାୟିତ୍ୱରେ ଦିଆଯାଇଥିବା କନ୍ଧମାଳ ଓ ବଲାଙ୍ଗୀର ଜିଲ୍ଲାରେ ୨ଟି କୋଭିଡ୍‌ ହସ୍‌ପିଟାଲ୍‌ ମଙ୍ଗଳବାରଠାରୁ କାର୍ଯ୍ୟକ୍ଷମ ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ବୁଧବାରଠାରୁ ଗୋଟିଏ କୋଭିଡ୍‌ ହସ୍‌ପିଟାଲ୍‌ କାର୍ଯ୍ୟକ୍ଷମ ହୋଇଛି । କନ୍ଧମାଳରେ ୧୫୦ ଆଇସୋଲେସନ୍‌ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍‌ପିଟାଲ୍‌ କାର୍ଯ୍ୟକ୍ଷମ ହୋଇଥିବା ବେଳେ ବଲାଙ୍ଗୀର ଓ ମୟୂରଭଞ୍ଜରେ ଯଥାକ୍ରମେ ୨ଶହ ଆଇସୋଲେସନ୍‌ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍‌ପିଟାଲ୍‌ କାର୍ଯ୍ୟକ୍ଷମ ହୋଇଛି ।
ବଲାଙ୍ଗୀର ଓ ମୟୂରଭଞ୍ଜ ଜିଲ୍ଲାରେ ନିକଟରେ ଉଦ୍‌ଘାଟିତ କିସ୍‌ର କ୍ୟାମ୍ପସ୍‌ରେ ଏହି କୋଭିଡ୍‌ ହସ୍‌ପିଟାଲ୍‌ କାର୍ଯ୍ୟକ୍ଷମ ହୋଇଛି । ଏହି ଦୁଇ କ୍ୟାମ୍ପସ୍‌ରେ ପୂର୍ବରୁ ଏକ ଅତ୍ୟାଧୁନିକ ଡିସ୍‌ପେନ୍‌ସାରୀ ନିର୍ମାଣ କରାଯାଇଥିଲା । ଫୁଲବାଣୀରେ ୧୦ଶଯ୍ୟା ବିଶିଷ୍ଟ ଆଇସିୟୁ ଖୋଲିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ବଲାଙ୍ଗୀର ଓ ମୟୂରଭଞ୍ଜରେ ୨୦ ଶଯ୍ୟା ବିଶିଷ୍ଟ ଆଇସିୟୁ ଖୋଲିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି ସବୁ କୋଭିଡ୍‌ ହସ୍‌ପିଟାଲ୍‌ର ଦାୟିତ୍ୱ କିମ୍‌ସ ନେଇଥିବା ବେଳେ ଏଥିରେ କାର୍ଯ୍ୟ କରିବା ପାଇଁ କିମ୍‌ସର ଡାକ୍ତର, ନର୍ସ, ଫାର୍ମାସିଷ୍ଟ, ବାୟୋମେଡିକାଲ୍‌ ଇଞ୍ଜିନିୟର୍‌, ଇଲେକ୍ଟ୍ରିକାଲ୍‌ ଇଞ୍ଜିନିୟର, ହାଉସ୍‌କିପିଂ ଏବଂ ଅନ୍ୟାନ୍ୟ ପ୍ରାୟ ୫୦ରୁ ୬୦ଜଣ କର୍ମଚାରୀ ଭୁବନେଶ୍ୱରରୁ ଯାଇ ସେଠାରେ ଯୋଗ ଦେଇଛନ୍ତି । ପ୍ରତି ଜିଲ୍ଲାରେ ଜିଲ୍ଲା ପ୍ରଶାସନର ସହଯୋଗ କ୍ରମେ ଏହି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ନେଇ ଏକ ଦଳ ଗଠନ କରାଯାଇଛି ଓ ସେମାନେ ସେଠାରେ ରହି ହସ୍‌ପିଟାଲ୍‌ ପରିଚାଳନା କରୁଛନ୍ତି ।
କିଟ୍‌ ବିଶ୍ୱବିଦ୍ୟାଳୟର ଉପକୁଳାଧିପତି ଡା. ସୁବ୍ରତ ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ, କିମ୍‌ସର ସିଇଓ ଡା. ବିଷ୍ଣୁ ପ୍ରସାଦ ପାଣିଗ୍ରାହୀଙ୍କ ପରାମର୍ଶ କ୍ରମେ ଏହି ହସ୍‌ପିଟାଲ୍‌ ପରିଚାଳିତ ହେଉଥିବା ବେଳେ କିମ୍‌ସର ଡେପୁଟି ରେଜିଷ୍ଟ୍ରାର ଦିଲିପ ପଣ୍ଡା ଉକ୍ତ ତିନୋଟି କୋଭିଡ୍‌ ହସ୍‌ପିଟାଲ୍‌ର ନୋଡାଲ୍‌ ଅଫିସର୍‌ ଭାବେ ନିଯୁକ୍ତ ହୋଇଛନ୍ତି । ହସ୍‌ପିଟାଲ୍‌ଗୁଡ଼ିକରେ ବ୍ୟାପକ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ସୁବିଧା ରହିଥିବା ବେଳେ ପ୍ରତି କୋଭିଡ୍‌ ହସ୍‌ପିଟାଲ୍‌ରେ ହାଇ-ଏଣ୍ଡ ଆମ୍ବୁଲାନ୍‌ସ, ୨ଟି ଇନୋଭା ଗାଡ଼ି ଓ ୨୪ଘଣ୍ଟିଆ ବିଜୁଳି ବ୍ୟାକ୍‌ଅପ୍‌ ବ୍ୟବସ୍ଥା ରଖାଯାଇଛି । ୩ଟି ଯାକ କୋଭିଡ୍‌ ହସ୍‌ପିଟାଲ୍‌ ଖୋଲିବା ପାଇଁ କିମ୍‌ସକୁ ସୁଯୋଗ ଦେଇଥିବାରୁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
Previous Post

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୩.୪୦ ଲକ୍ଷ ଦେଲେ ଓଡ଼ିଶା ମ୍ୟୁଚୁଆଲ୍ ଫଣ୍ଡସ୍ ଇଣ୍ଡଷ୍ଟ୍ରିଜ୍

Next Post

ଗ୍ରାହକଙ୍କୁ ଇଏମଆଇ ଭେଳିକି !

Next Post
ଗ୍ରାହକଙ୍କୁ ଇଏମଆଇ ଭେଳିକି !

ଗ୍ରାହକଙ୍କୁ ଇଏମଆଇ ଭେଳିକି !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA