Wednesday, April 29, 2026 02:16 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଗଡ଼କରୀଙ୍କ ଅପ୍ରିୟ ସତ: ନେତୃତ୍ୱ ନିଅନ୍ତୁ ପରାଜୟର ଶ୍ରେୟ

by Our Correspondent
23 Dec, 2018- 04:42 PM
in Latest News, National
1 min read
0
ଗଡ଼କରୀଙ୍କ ଅପ୍ରିୟ ସତ: ନେତୃତ୍ୱ ନିଅନ୍ତୁ ପରାଜୟର ଶ୍ରେୟ
ପୁନେ: ଖାଲି ସଫଳତାରେ ବାହାବା ନେଲେ ହେବ ନାହିଁ । ନିର୍ବାଚନରେ ଦଳର ପରାଜୟ ପାଇଁ ନେତୃତ୍ୱ ନିଜ ଉପରକୁ ଦାୟିତ୍ୱ ନେବା ଉଚିତ୍ । ନିକଟରେ ୫ଟି ରାଜ୍ୟରେ ଅନୁଷ୍ଠିତ ନିର୍ବାଚନରେ ବିଜେପିର ବିଫଳତା ଓ ୩ଟି ହିନ୍ଦୀ ଭାଷାଭାଷୀ ରାଜ୍ୟରେ ଦଳର ପରାଜୟ ପରିପ୍ରେକ୍ଷୀରେ ଏହି ମନ୍ତବ୍ୟ ଦେଇଛନ୍ତି ଦଳର ଟାଣୁଆ ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତିନ୍ ଗଡ଼କରୀ । ‘ସଫଳତାରେ ବାହାବା ନେବା ପାଇଁ ଟଣାଓଟରା । ହେଲେ ବିଫଳତାରେ ଦାୟିତ୍ୱ ମୁଣ୍ଡାଇବାକୁ କେହି ଇଚ୍ଛୁକ ନୁହଁନ୍ତି’ ବୋଲି ଗଡ଼କରୀ କଟାକ୍ଷ କରିଛନ୍ତି । ଗଡ଼କରୀଙ୍କ ଏହି ମନ୍ତବ୍ୟ ବିଜେପି ଶିବିରରେ ନିଆଁ ଲଗାଇ ଦେଇଛି ।
ଗତକାଲି ପୁନେଠାରେ ଜିଲ୍ଲା ଅର୍ବାନ କୋଅରେଟିଭ୍ ବ୍ୟାଙ୍କ ସଂଘର ଏକ ଉତ୍ସବରେ ଯୋଗଦେଇ ଗଡ଼କରୀ କହିଛନ୍ତି, ସଫଳତାର ଅନେକ ବାପା । କିନ୍ତୁ ବିଫଳତା ଏକ ଅନାଥ ଛୁଆ । ନିର୍ବାଚନରେ ସଫଳ ହେଲେ ଏହାର ଶ୍ରେୟ ନେବା ପାଇଁ ପ୍ରତିଯୋଗିତା ହେଉଛି । କିନ୍ତୁ ବିଫଳ ହେଲେ ପରଷ୍ପର ଉପରକୁ ଦୋଷ ଠେଲାଠେଲି ହେଉଛି । ନିର୍ବାଚନ ପରାଜୟକୁ ବିନମ୍ରତାର ସହ ଗ୍ରହଣ କରି ଏହାର ଦାୟିତ୍ୱ ମୁଣ୍ଡାଇବା ନେତୃତ୍ୱର ବୃତ୍ତି ହେବା ଦରକାର । ଏହା ହେଲେ ଯାଇ ଦଳ କିମ୍ବା ସଂଗଠନ ପ୍ରତି ଆନୁଗତ୍ୟର ପ୍ରମାଣ ମିଳିବ । ନଚେତ୍ ଦଳ ପ୍ରତି ବିଶ୍ୱାସଘାତକତା କୁହାଯିବ ବୋଲି ଗଡ଼କରୀ କହିଥିଲେ ।
ଗଡ଼କରୀ ପୁଣି କହିଥିଲେ ଯେ ଲୋକସଭା କିମ୍ବା ବିଧାନସଭାରେ ପରାଜିତ ପ୍ରାର୍ଥୀ ଅନେକଗୁଡ଼ିଏ ଅଭିଯୋଗ ଉଠାନ୍ତି । ଦଳଠାରୁ ସେମାନେ ଉପଯୁକ୍ତ ସାହାଯ୍ୟ, ସହଯୋଗ ପାଇନାହାନ୍ତି ବୋଲି ଅଭିଯୋଗ ଆସେ । ମାତ୍ର ଏହା ସତ ଯେ ଜଣେ ପ୍ରାର୍ଥୀଙ୍କ ପରାଜୟ ପାଇଁ ସଂପୃକ୍ତ ଦଳର ଯେତିକି ଭୂମିକା, ନିଜେ ପ୍ରାର୍ଥୀ ଭୋଟରଙ୍କ ଆସ୍ଥାଭାଜନ ହୋଇ ନ ପାରିବା ପରାଜୟର କାରଣ ।
୩ ଟି ରାଜ୍ୟରେ ବିଜେପି ପରାଜିତ ହୋଇ କ୍ଷମତା ହରାଇବା ଜାତୀୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ତେବେ ଦଳର ଏହି ପରାଜୟ ପାଇଁ ବିଜେପି ନେତୃତ୍ୱ ଦାୟିତ୍ୱ ମୁଣ୍ଡାଇବାକୁ ରାଜି ନାହାନ୍ତି ଯାହା ସ୍ପଷ୍ଟବାଦୀ ଗଡ଼କରୀଙ୍କ ବୟାନରୁ ସ୍ପଷ୍ଟ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଏହି ନିର୍ବାଚନରୁ କିଛି ଶିକ୍ଷାଲାଭ କରିଥିବା ନିଶ୍ଚିତ ଭାବେ ଗଡ଼କରୀ ଅନୁଭବ କରିନାହାନ୍ତି । ଏପଟେ ତାଙ୍କ ଦଳର ଅନ୍ୟ ନେତା ଓ ମନ୍ତ୍ରୀମାନେ ବାରମ୍ବାର କହିଆସୁଛନ୍ତି ଯେ ଏହି ନିର୍ବାଚନ ଫଳାଫଳ ସହ କେନ୍ଦ୍ରରେ ମୋଦୀ ସରକାରଙ୍କ ଶାସନର କୌଣସି ସମ୍ପର୍କ ନାହିଁ । ମାତ୍ର ଦଳୀୟ ନେତାଙ୍କ ଏଭଳି ଧାରଣା ଭୁଲ୍ ବୋଲି ଗଡ଼କରୀ ଜଣାଇଦେବାକୁ ଚାହିଁଛନ୍ତି । ନିଜର ଦୋଷ ତ୍ରୁଟି ସ୍ୱୀକାର କରି ଆଗକୁ ବଢ଼ିଲେ ଯାଇ ଲୋକଙ୍କ ବିଶ୍ୱାସ ଫେରାଇ ଆଣିହେବ ବୋଲି ତାଙ୍କ ବୟାନରେ ଇସାରା ଦେଇଛନ୍ତି ଗଡ଼କରୀ ।
Previous Post

‘କାଳିଆ’ ରେ କ’ଣ ଅଛି…

Next Post

ପ୍ରତିଶ୍ରୁତି ରକ୍ଷା ନ କରି ବିଜେପି ହାରିଲା: ତୋଗାଡ଼ିଆ

Next Post
ପ୍ରତିଶ୍ରୁତି ରକ୍ଷା ନ କରି ବିଜେପି ହାରିଲା: ତୋଗାଡ଼ିଆ

ପ୍ରତିଶ୍ରୁତି ରକ୍ଷା ନ କରି ବିଜେପି ହାରିଲା: ତୋଗାଡ଼ିଆ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA