ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିଶ୍ୱହିନ୍ଦୁ ପରିଷଦର ଅନ୍ତଃରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରବୀଣ ତୋଗାଡ଼ିଆ । ଓଡ଼ିଶାକୁ ଦୁଇଦିନିଆ ଗସ୍ତରେ ଆସିଥିବା ତୋଗାଡ଼ିଆ ଆଜି ଭୁବନେଶ୍ୱରରେ ସାମ୍ବାଦିକମାନଙ୍କ ପ୍ରଶ୍ନରେ ମୋଦୀ ସରକାରଙ୍କ ଚେହେରା ଖୋଲିଛନ୍ତି । ପ୍ରତିଶ୍ରୁତି ରକ୍ଷା ନ କରି ବିଜେପି ୩ ଟି ରାଜ୍ୟରେ ନିର୍ବାଚନ ହାରିଲା ବୋଲି କହିଛନ୍ତି ।
ତୋଗଡ଼ିଆ କହିଛନ୍ତି, ୨୦୧୪ ନିର୍ବାଚନରେ ମୋଦୀ ଯେଉଁସବୁ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲେ ତାହା ପାଳନ କରିନାହାନ୍ତି । ଏହା ସାଧାରଣ ଲୋକ ବିଶେଷ କରି ଚାଷୀଙ୍କ ମନରେ ପ୍ରବଳ ଅସନ୍ତୋଷ ସୃଷ୍ଟି କରିଛି । ତାଙ୍କ ସରକାର ଚାଷୀଙ୍କୁ ଋଣମୁକ୍ତ କଲେ ନାହିଁ । ଯୁବକମାନଙ୍କୁ ଦିଆଯାଇଥିବା ରୋଜଗାରର ପ୍ରତିଶ୍ରୁତି ପାଳନ କଲେନି । ସାଢ଼େ ଚାରି ବର୍ଷର ଶାସନରେ ରାମମନ୍ଦିର ନିର୍ମାଣ ହୋଇପାରିଲା ନାହିଁ । ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ଏଥିପାଇଁ ବିଜେପି କ୍ଷମତାକୁ ଫେରିପାରିଲାନି । ପ୍ରତିଶ୍ରୁତି ରକ୍ଷା କରି ନ ଥିବାରୁ ବିଜେପି ହାରିଲା ବୋଲି ତୋଗଡ଼ିଆ କହିଛନ୍ତି ।
ଯାଜପୁର, ଜୟପୁର ଓ ଝାରସୁଗୁଡ଼ାରେ ତୋଗାଡ଼ିଆଙ୍କର କାର୍ଯ୍ୟକ୍ରମ ଅଛି ।