ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲିବା ପରେ ରାଜ୍ୟ ସରକାରଙ୍କ ସହ ସମୀକ୍ଷା ବୈଠକ କରି କାଲି(ଶୁକ୍ରବାର) ସଂଧ୍ୟା ୬ଟାରେ ୫୦୦ କୋଟି ଅଗ୍ରୀମ ସହାୟତା ଟଙ୍କା ଦେବାକୁ ଘୋଷଣା କରି ଓଡ଼ିଶାରୁ ଫେରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୪ ଘଣ୍ଟା ପୂରିନି । ସେହି ଟଙ୍କା ଆସିଯାଇଛି । ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଟ୍ୱିଟ୍ ଯୋଗେ ଏହି ସୂଚନା ଦେଇଛନ୍ତି । ଅମ୍ଫନ ବାତ୍ୟା ଦ୍ୱାରା ପ୍ରଭାବିତ ଅଞ୍ଚଳରେ ରିଲିଫ, ଥଇଥାନ ଆଦି କାର୍ଯ୍ୟରେ ଏହି ଟଙ୍କା ବିନିଯୋଗ ହେବ ।
ଶ୍ରୀ ଜେନା କହିଛନ୍ତି, କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଓଡ଼ିଶା ସରକାରଙ୍କୁ ୫୦୦ କୋଟି ଟଙ୍କା ପ୍ରଦାନ କରିଛି । ବାତ୍ୟା ଅମ୍ଫନ ପରବର୍ତ୍ତୀ କ୍ଷୟକ୍ଷତି ଭରଣା ଲାଗି ପ୍ରଧାାନମନ୍ତ୍ରୀ ଏହି ସହାୟତା ରାଶି ଘୋଷଣା କରିବାର ୨୪ ଘଣ୍ଟା ନ ପୂରୁଣୁ ଏହି ଟଙ୍କା ପହଞ୍ଚିଛି । ଏହି ତ୍ୱରିତ ସହାୟତା ପାଇଁ ଆମେ ଗୃହ ମନ୍ତ୍ରଣାଳୟ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛୁ ।






