ଭୁବନେଶ୍ୱର: ଏଆଇସିସି ପକ୍ଷରୁ ୩୩ଟି ସାଂଗଠନିକ ଜିଲ୍ଲା ପାଇଁ ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କ ନାଁ ଘୋଷଣା କରାଯାଇଛି । କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଆଜି ସେମାନଙ୍କୁ ନିଯୁକ୍ତ କରିଛନ୍ତି । ୨୨ ଜିଲ୍ଲା ସଭାପତିଙ୍କୁ ବଦଳି କରାଯାଇ ନୂଆ ସଭାପତି ନିଯୁକ୍ତି ଦିଆଯାଇଥିବା ବେଳେ ୧୧ ଜଣ ସଭାପତିଙ୍କୁ ଅପରିବର୍ତ୍ତିତ ରଖାଯାଇଛି ।
ଜିଲ୍ଲା ସଭାପତି ମାନେ ହେଲେ ବରଗଡ଼-ସତ୍ୟଭୂଷଣ ସାହୁ, ଦେବଗଡ଼-ଉମାକାନ୍ତ ସାହୁ, ଅନୁଗୁଳ-ବିପ୍ଲବ ଜେନା, ଢ଼େଙ୍କାନାଳ-ସୁରେଶ ପାଣିଗ୍ରାହୀ, ବଲାଙ୍ଗୀର-ଦିଲ୍ଲୀପ କୁମାର ବେହେରା, ସୁବର୍ଣ୍ଣପୁର-ଶଙ୍କର ଦାସ, ମୟୁରଭଞ୍ଜ-ହେମନ୍ତ ଦାସ, ସୁନ୍ଦରଗଡ଼-ବେଣୁମାଧବ ତ୍ରିପାଠୀ, ରାଉରକେଲା-ରବି ରାୟ, ସମ୍ବଲପୁର- ଅଶ୍ୱିନୀ କୁମାର ଗୁରୁ, କେନ୍ଦୁଝର-ମୋହନ କୁମାର ପରିଡ଼ା, ନୟାଗଡ଼- ରଞ୍ଜିତ ଦାସ, ପୁରୀ-ସତ୍ୟବ୍ରତ ପାତ୍ର, ବାଲେଶ୍ୱର-ଶରତ ରାଜ୍, ଯାଜପୁର- ମନୋଜ ରାଉତ, ଭଦ୍ରକ- ଅଶୋକ ଦାସ, କେନ୍ଦ୍ରାପଡ଼ା- ଚିନ୍ମୟ ପ୍ରସାଦ ବେହୁରା, ଝାରସୁଗୁଡ଼ା- ଗିରିଶ ରଞ୍ଜନ ପଣ୍ଡା, ଖୋର୍ଦ୍ଧା- ସୁରେଶ କୁମାର ରାଉତରାୟ, ଭୁବନେଶ୍ୱର- ମାନସ ଚୌଧୁରୀ, କଟକ ସହର- ମହମ୍ମଦ ମୁକିମ୍, କଟକ- ଗୁରୁପଦ ନନ୍ଦ, ମାଲକାନଗିରି-ଗୋବିନ୍ଦ ଚନ୍ଦ୍ର ପାତ୍ର, ନବରଙ୍ଗପୁର- ମନୋରଞ୍ଜନ ତ୍ରିପାଠୀ. ରାୟଗଡ଼ା-ଦୁର୍ଗା ପ୍ରସାଦ ପଣ୍ଡା, କଳାହାଣ୍ଡି- ଭାରତ ଭୂଷଣ ବେମାଲ, ନୂଆପଡ଼ା- ଘାସିରାମ ମାଝୀ, ଗଜପତି- ବିଭୂତି ପାତ୍ର, କନ୍ଧମାଳ- ବରୁଣ ଭୋଇ, ବୌଦ୍ଧ- ସୁଧିର ମହାକୂଡ଼, ଗଞ୍ଜାମ- ଡ. ତ୍ରିନାଥ ବେହେରା, କୋରାପୁଟ-ମିନାକ୍ଷୀ ବାହିନୀପତି, ଜଗତସିଂହପୁର- ନଟବର ବାରିକ ।
ଏଥିସହ ୬ଟି ଜିଲ୍ଲାକୁ ଛାଡ଼ିଦେଲେ ଅବଶିଷ୍ଟ ଜିଲ୍ଲାରେ କାର୍ଯ୍ୟକାରୀ ସଭାପତି ନିଯୁକ୍ତ ହୋଇଛନ୍ତି । ଅଧିକାଂଶ ଜିଲ୍ଲାରେ ଏକାଧିକ କାର୍ଯ୍ୟକାରୀ ସଭାପତିଙ୍କୁ ନିଯୁକ୍ତି ଦିଆଯାଇଛି ।