Monday, May 25, 2026 09:05 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବୈଜୟନ୍ତଙ୍କ ବରାଦୀ ଇଣ୍ଟରଭ୍ୟୁ !

by Our Correspondent
09 Jun, 2018- 11:47 PM
in Latest News, Politics
1 min read
0
ବୈଜୟନ୍ତଙ୍କ ବରାଦୀ ଇଣ୍ଟରଭ୍ୟୁ !

ଭୁବନେଶ୍ୱର: ବିଜେଡ଼ିରୁ ଇସ୍ତଫା ଦେବା ପରେ ବୈଜୟନ୍ତ ପଣ୍ଡା ତାଙ୍କ ପଲିଟିକାଲ୍ ଗେମ୍ ଆରମ୍ଭ କରିଛନ୍ତି । ପ୍ରଥମ ଅଧ୍ୟାୟର ପ୍ଲଟ୍ ହୋଇଛି ବନ୍ଧୁ ଅର୍ଣ୍ଣବ ଗୋସ୍ୱାମୀଙ୍କ ସହ ରିପବ୍ଲିକ ଟିଭିରେ ଇଣ୍ଟରଭ୍ୟୁ । ମାପିଚୁପି ଭଲ ଟାଇମିଂ କରାଯାଇଛି । ବାପା ଚାଲିଯାଇଛନ୍ତି । ନିଜେ ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି । ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଲଣ୍ଡା ହୋଇଛନ୍ତି । ଆଉ ଏତିକିବେଳେ ଯାଇ ବସିଛନ୍ତି ଅର୍ଣ୍ଣବ ଗୋସ୍ୱାମୀଙ୍କ ସହ ଟିଭି ଇଣ୍ଟରଭ୍ୟୁ ପାଇଁ । ଘଣ୍ଟିକିଆ ଏହି ଇଣ୍ଟରଭ୍ୟୁକୁ ମୂଳରୁ ଶେଷ ଯାଏଁ ଦେଖିଲେ ତାହା ଯେ ସମ୍ପୂର୍ଣ୍ଣ ପ୍ରାୟୋଜିତ ନିଃ ସନ୍ଦେହରେ ବାରି ହୋଇଯାଉଛି । ଅର୍ଣ୍ଣବଙ୍କ ପରି ସାମ୍ବାଦିକ/ଆଙ୍କର ଯିଏ ପ୍ରଶ୍ନ ଉପରେ ପ୍ରଶ୍ନ କରି ଷ୍ଟୁଡ଼ିଓରେ ଅତିଥିମାନଙ୍କୁ ବେଜ୍ଜିତ୍ କରିବାକୁ ପଛାନ୍ତିନି ଆଜି ବନ୍ଧୁ ବୈଜୟନ୍ତଙ୍କ ପାଇଁ ଭିନ୍ନ ରୂପ ଧରିଥିଲେ । କୁଲ୍ ହୋଇଯାଇଥିଲେ ଅର୍ଣ୍ଣବ । କ୍ରସ୍ କୋଶ୍ଚିନ୍ ନ ଥିଲା । ଓଲଟି ବୈଜୟନ୍ତଙ୍କ ପ୍ରତି ସହାନୁଭୂତିଶୀଳ ହୋଇ ଶେଷରେ ଅଲ୍ ଦ ବେଷ୍ଟ କହି ପକାଇଥିଲେ ।

ଚର୍ଚ୍ଚା ଅନୁଯାୟୀ, ବୈଜୟନ୍ତ ଏହି ଇଣ୍ଟରଭ୍ୟୁ ଜରିଆରେ ଅନେକ ଚାଲାକି କରିଛନ୍ତି । ଅର୍ଥାତ୍ ଗୋଟେ ଗୁଳିରେ ବହୁତ ଶିକାର କରିବାକୁ ଉଦ୍ୟମ କରିଛନ୍ତି । ସେଥିରୁ ତିନୋଟି ମୁଖ୍ୟ ପ୍ରସଙ୍ଗ ଧରାପଡ଼ିଯାଉଛି । ପ୍ରଥମଟି ହେଲା ନବୀନ ପଟ୍ଟନାୟକଙ୍କ ଖରାପ ପ୍ରଚାର(ବ୍ୟାଡ୍ ପବ୍ଲିସିଟି), ଦ୍ୱିତୀୟରେ ନିଜର ପ୍ରମୋସନ୍ ଏବଂ ତୃତୀୟରେ ଓଡ଼ିଶା ବିଜେପିରେ ନିଜକୁ ହୀରୋ ଭାବେ ଉପସ୍ଥାପନ କରିବା । ଓଡ଼ିଶା ବିଜେପିକୁ ସେ ହିଁ ସଠିକ ନେତୃତ୍ୱ ଦେଇପାରିବେ.. ଏମିତିକା ବାର୍ତ୍ତାକୁ ଅତି ନିଖୁଣ ଭାବେ ଉପସ୍ଥାପିତ କରାଇଛନ୍ତି ଅର୍ଣ୍ଣବ-ବୈଜୟନ୍ତ ଯୋଡି ।
ସାରା ଦେଶରେ ଉଜ୍ଜଳ ଭାବମୂର୍ତ୍ତି ଥିବା ନବୀନ ପଟ୍ଟନାୟକଙ୍କୁ ବୈଜୟନ୍ତ ଜିରୋ କରିବାକୁ ଚେଷ୍ଟା କରିଛନ୍ତି । ଦେଖାଇବାକୁ ଚାହିଁଛନ୍ତି, ଜାତୀୟ ଟିଭିକୁ ହାତରେ ରଖି ମୁଁ ନବୀନଙ୍କୁ ଏମିତି ଡ୍ୟାମେଜ୍ କରିପାରେ । ବାପାଙ୍କ ମୃତ୍ୟୁର ସହାନୁଭୂତି ଟାଣିବାକୁ ଉଦ୍ୟମ କରିଥିବା ବେଳେ ନବୀନଙ୍କୁ ନିକମା ମୁଖ୍ୟମନ୍ତ୍ରୀ ଭାବେ ଉପସ୍ଥାପିତ କରିବାକୁ ଚେଷ୍ଟା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ବରାବର ଟାର୍ଗେଟ୍ କରୁଥିବା ବୈଜୟନ୍ତ ନିଜେ ତାଙ୍କ ନାଁ ନ ଧରି ବନ୍ଧୁ ଅର୍ଣ୍ଣବଙ୍କ ପାଟିରେ ନାଁ( ଅର୍ଣ୍ଣବ ଭୁଲରେ ଅଣ୍ଡର ସେକ୍ରେଟାରୀ କହୁଥିଲେ ମଧ୍ୟ ବୈଜୟନ୍ତ ଚୁପ୍ ବସିଥିଲେ) କୁହାଇଛନ୍ତି । ମଜ୍ଜା ଓ ଆଶ୍ଚର୍ଯ୍ୟର କଥା ହେଉଛି, ବୈଜୟନ୍ତଙ୍କୁ ଅସୁବିଧାରେ ପକାଇଲା ଭଳି ଅର୍ଣ୍ଣବ କୌଣସି ପ୍ରଶ୍ନ କରିନାହାନ୍ତି । ଓଲଟି ଯେଉଁ ପ୍ରଶ୍ନ ନିହାତି ପଚାରିବା ଦରକାର ତାହାକୁ ସୁନ୍ଦର ଭାବେ ଆଡ଼େଇ ଦେଇଛନ୍ତି ।
ବୈଜୟନ୍ତ ଓ ତାଙ୍କ ପରିବାରର ବ୍ୟବସାୟ ସାମ୍ରାଜ୍ୟରେ ବିଜୁ ବାବୁ ଓ ନବୀନ ବାବୁଙ୍କର କ’ଣ ଅବଦାନ ଅଛି ତାହା ଓଡ଼ିଶାବାସୀ ଭଲ ଭାବେ ଜାଣନ୍ତି । ମାତ୍ର ବୈଜୟନ୍ତ ତାଙ୍କ ଇଣ୍ଟରଭ୍ୟୁରେ ଏସବୁ ଘୋଡ଼ାଇବାକୁ ଜବରଦସ୍ତ ନାଟକ କରିଛନ୍ତି । ୧୮ ବର୍ଷର ବିଜେଡ଼ି ସରକାରଠାରୁ ତାଙ୍କ ପରିବାରର ବ୍ୟବସାୟ ସାମ୍ରାଜ୍ୟ ପାଇଁ କୁଆଡ଼େ କିଛି ଅନୁଗ୍ରହ ନେଇନାହାନ୍ତି । ଏଭଳି ଡାହା ମିଛକୁ ସେ ଜୋର୍ ଦେଇ କହୁଥିଲେ ମଧ୍ୟ ଅର୍ଣ୍ଣବ କୌଣସି ପ୍ରଶ୍ନ ନ ପଚାରି ବାସ୍ତବତାକୁ ଆଖି ବୁଜି ଦେଇଛନ୍ତି । କେନ୍ଦ୍ରାପଡ଼ାର ଅନାମଧ୍ୟେୟ ସଲିମ୍ ଖାଁ ଙ୍କ ନାଁ ଅର୍ଣ୍ଣବ କହିପାରୁ ଥିଲା ବେଳେ ବୈଜୟନ୍ତଙ୍କ ପରିବାରକୁ ନବୀନ ସରକାର ଅମଳରେ ୨୩୦୦ କୋଟି ଋଣ ଛାଡ଼, ସରକାରୀ ପ୍ରୋତ୍ସାହନରେ କେବୁଲ୍ ସାମ୍ରାଜ୍ୟର ଏକଚାଟିଆ ବିସ୍ତାର, ବୈଜୟନ୍ତଙ୍କ ପରିବାର ବ୍ୟବସାୟ ପ୍ରତିଷ୍ଠାନର ବକେୟା ବିଜୁଳି ଓ ଜଳ କର ଉପରେ ସରକାରଙ୍କ ଶିଥିଳତାକୁ ପ୍ରଶ୍ନ କରିନାହାନ୍ତି ।
ସମୁଦାୟ ଇଣ୍ଟରଭ୍ୟୁରେ ବୈଜୟନ୍ତଙ୍କ ପ୍ରମୋସନ୍ ପାଇଁ ଭରପୂର ଉଦ୍ୟମ ହୋଇଛି । ବିମୁଦ୍ରାକରଣ, ଜିଏସଟି, ନାଲିବତୀ ଆଦି ପ୍ରସଙ୍ଗରେ ବୈଜୟନ୍ତ ନିଜର ଜ୍ଞାନ ଗାରିମା କହିଥିଲା ବେଳେ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀରେ ତାଙ୍କର ଲୋକସମ୍ପର୍କ, ପାଣିଟାଙ୍କି ପ୍ରକଳ୍ପ ଉଦଘାଟନକୁ ବଢ଼ିଆ ମାର୍କେଟିଂ କରିଛନ୍ତି ବୈଜୟନ୍ତ । କିଛି ନିଜେ କହିଛନ୍ତି ଆଉ କିଛି ଅର୍ଣ୍ଣବଙ୍କ ମୁହଁରେ କୁହାଇଛନ୍ତି ।
ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବୈଜୟନ୍ତ ନିଜ ରାଜନୈତିକ ଭବିଷ୍ୟତ ନେଇ କାର୍ଡ ଓପନ୍ କରିନଥିଲେ ମଧ୍ୟ ତାଙ୍କ ପାଖରେ ଦକ୍ଷ ନେତୃତ୍ୱ ରହିଛି ବୋଲି ବାର୍ତ୍ତା ଦେଇଛନ୍ତି । ନିଜେ ଦଳ ଗଢ଼ିବେ କି ବିଜେପିରେ ମିଶିବେ ତାହା କହିନାହାନ୍ତି ସତ ହେଲେ ଓଡ଼ିଶା ବିଜେପିର ସେ ହିଁ ଏକମାତ୍ର ଫେସ୍ ଏବଂ ସେଥିପାଇଁ ତାଙ୍କଠାରେ ସବୁ ଗୁଣ ଭର୍ତ୍ତି ହୋଇ ରହିଥିବା ପରୋକ୍ଷରେ ଜଣାଇବାକୁ ଚାହିଁଛନ୍ତି । ରାଜନୈତିକ ସମୀକ୍ଷକଙ୍କ ମତରେ ଜାତୀୟ ଟିଭିରେ ବୈଜୟନ୍ତ ଏଭଳି ପ୍ରଚାର କରି ଓଡ଼ିଶା ବିଜେପିରେ ନିଜ ସ୍ଥିତି ଦୃଢ଼ କରିବାକୁ ଚାଲ୍ ଖେଳିଥାଇପାରନ୍ତି । ଧର୍ମେନ୍ଦ୍ର ପ୍ରଧାନ ନୁହଁନ୍ତି, ବରଂ ସେ ହିଁ ବିଜେପିର ଭବିଷ୍ୟତ ବୋଲି ବୈଜୟନ୍ତ ଜଣାଇବାକୁ ଚାହିଁଛନ୍ତି । ଏହି ହୋମୱାର୍କ ଧରି ସେ ବିଜେପିରେ ପାଦ ଥାପିବେ ବୋଲି ଚର୍ଚ୍ଚା ହେଉଛି ।
Previous Post

ଘୋଷଣା ହେଲା କଂଗ୍ରେସ ଜିଲ୍ଲା ସଭାପତି ତାଲିକା

Next Post

ଧର୍ମେନ୍ଦ୍ରଙ୍କ ଶିବିରରେ ବୈଜୟନ୍ତ କମ୍ପନ !

Next Post
ଧର୍ମେନ୍ଦ୍ରଙ୍କ ଶିବିରରେ ବୈଜୟନ୍ତ କମ୍ପନ !

ଧର୍ମେନ୍ଦ୍ରଙ୍କ ଶିବିରରେ ବୈଜୟନ୍ତ କମ୍ପନ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA