Monday, May 25, 2026 12:31 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଚାପରେ ସୌମ୍ୟ, ମନ୍ତ୍ରୀ ନିର୍ବିକାର

by Our Correspondent
07 Jan, 2018- 09:12 PM
in Latest News, News
1 min read
0
ଚାପରେ ସୌମ୍ୟ, ମନ୍ତ୍ରୀ ନିର୍ବିକାର
ଭୁବନେଶ୍ୱର: ଚିଟଫଣ୍ଡ ଅଭିଯୁକ୍ତ ବିକାଶ ସ୍ୱାଇଁଙ୍କ ସହ ଗୋଟିଏ ମଂଚରେ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ସୁଶାନ୍ତ ସିଂ, ‘ସମ୍ବାଦ’ ସମ୍ବାଦକ ସୌମ୍ୟରଂଜନ ପଟ୍ଟନାୟକ, ‘କଳିଙ୍ଗ ଟିଭି’ ସମ୍ପାଦକ ସୌମ୍ୟଜିତ୍ ପଟ୍ଟନାୟକ ଆଦି ବସିବା ନେଇ ‘ମିଡ଼ ଡେ ଓଡ଼ିଶା’ରେ ଖବର ପ୍ରକାଶ ପାଇବା ପରେ ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଛି । ବିକାଶଙ୍କ ମାଲିକାନାରେ ଥିବା “ସୂର୍ଯ୍ୟପ୍ରଭା”ର ବାର୍ଷିକୋତ୍ସବରେ ଏମାନେ ଯୋଗ ଦେଇଥିଲେ । ଚିଟଫଣ୍ଡ ଅଭିଯୁକ୍ତ ଶୁଭଙ୍କର ନାୟକ ବାରବାଟୀ ଷ୍ଟାଡ଼ିୟମ ଭିଭିଆଇପି ପାସ୍ ଗ୍ୟାଲେରି ହାତେଇ ଭିଭିଆଇପିଙ୍କ ମେଳରେ କ୍ରିକେଟ୍ ଖେଳ ଦେଖିବା ଯଦି ପାପ ବିକାଶ ସ୍ୱାଇଁଙ୍କ କ୍ଷେତ୍ରରେ ସମାନ ମାପଦଣ୍ଡ କାହିଁକି ନହେବ ? ବିକାଶଙ୍କ କାର୍ଯ୍ୟକ୍ରମରେ ତାଙ୍କ ସହ ଗୋଟିଏ ମଂଚରେ ଭିଭିଆଇପିମାନେ ସାମିଲ ହେବା ପାପ ନୁହେଁ କି ? ଏହି ପ୍ରଶ୍ନ ସାଧାରଣ ଲୋକଙ୍କୁ ଆନ୍ଦୋଳିତ କରିଛି ।
ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ପାଇଁ ଲଢ଼େଇ କରୁଥିବା ମିଳିତ ମଂଚରେ ଖବରଟି ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ସଂଗଠନର ଉପଦେଷ୍ଟା ଭାବେ କାର୍ଯ୍ୟ କରୁଥିବା ସୌମ୍ୟରଂଜନ ପଟ୍ଟନାୟକ ଜଣାଶୁଣା ଚିଟଫଣ୍ଡ ଅଭିଯୁକ୍ତଙ୍କ ପାଖରେ ସର୍ବସାଧାରଣରରେ ବସି ତାଙ୍କ କାର୍ଯ୍ୟକ୍ରମରେ ଯୋଗଦେବା ସେମାନଙ୍କୁ ସାଧାରଣରେ ନିନ୍ଦିତ କରିଛି । ସଂଗଠନର ଜଣେ କର୍ମକର୍ତ୍ତା ନିଜ ନାମ ଗୋପନ ରଖିବା ସର୍ତ୍ତରେ ସୌମ୍ୟଙ୍କୁ ଭୀଷଣ ସମାଲୋଚନା କରିଛନ୍ତି । କହିଛନ୍ତି, ସୌମ୍ୟବାବୁ ଜଣେ ଜ୍ଞାନୀ ଓ ବୁଦ୍ଧିମାନ ଲୋକ । ବଡ଼ ଖବରକାଗଜର ସମ୍ପାଦକ । ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ପାଇଁ ଲଢ଼େଇ କରୁଥିବା ରାଜ୍ୟର ଜଣାଶୁଣା ବ୍ୟକ୍ତିତ୍ୱ । ତାଙ୍କର ଯଦି ଏତିକି ହିତାହିତ ଜ୍ଞାନ ନାହିଁ ଆମେ କ’ଣ କରିବୁ ? ସଂଗଠନର ଉପଦେଷ୍ଟା ଭାବେ କାର୍ଯ୍ୟ କରୁଥିବା ଏତେବଡ଼ ଲୋକଙ୍କୁ ଆମେ କ’ଣ ବା କହିବୁ କହି ସେ ନିଜର ଅସନ୍ତୋଷ ଓଗାଳିଛନ୍ତି । ଅସମର୍ଥିତ ସୂତ୍ରର ଖବର ଅନୁଯାୟୀ, ସଂଗଠନର କର୍ମକର୍ତ୍ତାଙ୍କ ଅସନ୍ତୋଷ ଜାଣି ସୌମ୍ୟ କୁଆଡ଼େ ନିଜର ଭୁଲ୍ ବୁଝିପାରିଛନ୍ତି । ଭବିଷ୍ୟତରେ ଏଭଳି ଭୁଲ୍ ହେବ ନାହିଁ ବୋଲି ମଞ୍ଚ କର୍ମକର୍ତ୍ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ସୌମ୍ୟ ଭୁଲ୍ ମାଗିଥିବା ନେଇ ସୋସିଆଲ୍ ମିଡ଼ିଆରେ ମଧ୍ୟ ଖବର ବୁଲୁଛି । ତେବେ ଏହାର ସତ୍ୟାସତ୍ୟ ଜଣାପଡ଼ିନାହିଁ । ଏ ସମ୍ପର୍କରେ ତାଙ୍କୁ ଆମେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇନାହିଁ ।
ଖାଲି ସୌମ୍ୟ ନୁହଁନ୍ତି ମନ୍ତ୍ରୀ ସୂର୍ଯ୍ୟ ପାତ୍ର, ସୁଶାନ୍ତ ସିଂ ଓ ଅନ୍ୟ ଗଣମାଧ୍ୟମ ସଂପାଦକଙ୍କୁ ବି ସୋସିଆଲ୍ ମିଡ଼ିଆରେ ପ୍ରବଳ ସମାଲୋଚନା କରାଯାଇଛି । ସରକାରଙ୍କୁ ବଦନାମରେ ପକାଇଥିବାରୁ ଦୁଇମନ୍ତ୍ରୀଙ୍କୁ ବିଜେଡ଼ିର ଅଧିକାଂଶ ନେତା ବି କଟୁ ସମାଲୋଚନା କରିଛନ୍ତି । ମନ୍ତ୍ରୀ ଏହାକୁ ପରବାଏ ନ କରିବା ସେମାନଙ୍କୁ ଆଶ୍ଚର୍ଯ୍ୟ କରିଛି । ଏମାନେ ସମସ୍ତେ ଅଜାଣତରେ ବିକାଶଙ୍କ ମିଟିଂକୁ ପଳେଇଥିଲେ ନା ବିକାଶଙ୍କ ଋଣ ଶୁଝିବା ପାଇଁ ଯାଇଥିଲେ ବୋଲି ଚର୍ଚ୍ଚା ଜୋର ଧରିଛି ।
Previous Post

ମୁହଁ ଖୋଲି ଫସିଲେ ପ୍ରଶାନ୍ତ

Next Post

ଜଟଣୀ: ରାସ୍ତାରୁ ଟେକିନେଇ ଶିକ୍ଷୟିତ୍ରୀଙ୍କୁ ରେପ୍

Next Post
ଜଟଣୀ: ରାସ୍ତାରୁ ଟେକିନେଇ ଶିକ୍ଷୟିତ୍ରୀଙ୍କୁ ରେପ୍

ଜଟଣୀ: ରାସ୍ତାରୁ ଟେକିନେଇ ଶିକ୍ଷୟିତ୍ରୀଙ୍କୁ ରେପ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA