Monday, May 25, 2026 01:57 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଚିଟ୍‌ଫଣ୍ଡ କମିଶନଙ୍କ ଦେହରେ ବିଜେଡ଼ି ଟ୍ୟାଗ୍‌

by Our Correspondent
28 Apr, 2016- 07:11 PM
in News
1 min read
0
ଚିଟ୍‌ଫଣ୍ଡ କମିଶନଙ୍କ ଦେହରେ ବିଜେଡ଼ି ଟ୍ୟାଗ୍‌

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ବିଜୁ ଜନତା ଦଳ ଆଇନଜୀବୀ ସାମ୍ମୁଖ୍ୟର ମଧୁ ଜୟନ୍ତୀ ପାଳନ ଉତ୍ସବରେ ଜଷ୍ଟିସ୍‌ ମଦନ ମୋହନ ଦାସ । ହାଇକୋର୍ଟ ବିଚାରପତି ପଦରୁ ଅବସର ନେଇଥିବା ଜଷ୍ଟିସ୍‌ ଦାସ ବହୁ ଚର୍ଚ୍ଚିତ ଚିଟ୍‌ଫଣ୍ଡ ତଦନ୍ତ କମିଶନ ପ୍ୟାନେଲର ମୁଖ୍ୟ । ଚିଟ୍‌ଫଣ୍ଡ କେଳେଙ୍କାରୀରେ ବିଜେଡ଼ିର ଛୋଟବଡ଼ ମାଛ ରହିଥିଲା ବେଳେ ଖୋଦ୍‌ ତଦନ୍ତ କମିଶନ ସେହି ଦଳର ଏକ ଛାମୁଆ ସଂଗଠନ କାର୍ଯ୍ୟକ୍ରମରେ ଯୋଗଦେବା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ସ୍ୱାଭାବିକ ଭାବେ ତଦନ୍ତ କମିଶନଙ୍କ ନିରପେକ୍ଷତା କାଠଗଡ଼ାକୁ ଚାଲିଯାଇଛି ।

ଆଜି କଟକରେ ଆୟୋଜିତ ହୋଇଥିଲା ଉତ୍ସବ । ବିଜେଡ଼ି ଲୟାର୍ସ ଫୋରମ୍‌ ବ୍ୟାନର ତଳେ ଉତ୍ସବର ମୁଖ୍ୟ ଅତିଥି ଥିଲେ ଜଷ୍ଟିସ୍‌ ଦାସ । ସମ୍ମାନିତ ଅତିଥି ଥିଲେ ଆଇନମନ୍ତ୍ରୀ ଅରୁଣ ସାହୁ । କଟକ ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ସମେତ ଆଉ କିଛି ବିଜେଡ଼ି ନେତା ମଞ୍ଚରେ ଉପସ୍ଥିତ ଥିଲେ । ବିଜେଡ଼ି ମୋହରଦିଆ ୩୦୦ରୁ ୪୦୦ ଓକିଲ ସେଥିରେ ଯୋଗଦେଇ ଅତିଥିମାନଙ୍କ ଭାଷଣ ଶୁଣିଥିଲେ । ବିଜେଡ଼ି ଆୟୋଜିତ ସଭାରେ ଯୋଗଦାନ ନେଇ ଜଷ୍ଟିସ୍‌ ଦାସଙ୍କ ଦୁର୍ବଳ ସଫେଇ ତାଙ୍କୁ ଲୋକହସା କରିଛି । ଚିଟ୍‌ଫଣ୍ଡ ତଦନ୍ତ କମିଶନ ହିସାବରେ ନୁହେଁ, ବରଂ ପୂର୍ବତନ ବିଚାରପତି ଭାବେ ସେ ସଭାରେ ଯୋଗଦେଇଥିଲେ ବୋଲି ଗଣମାଧ୍ୟମରେ ସଫେଇ ଦେଇଛନ୍ତି । ସେପଟେ ଏହି ଛାମୁଆ ସଂଗଠନର ମୁଖ୍ୟ କାର୍ପଟଦାର ଆଇନମନ୍ତ୍ରୀ ଅରୁଣ ସାହୁଙ୍କ ସଫେଇ ବିଜେଡ଼ିକୁ ଅଧିକ ଲୋକହସା କରିଛି । ସଭା ଆୟୋଜକ ହିସାବରେ ବିଜେଡ଼ି ଆଇନଜୀବୀ ସାମ୍ମୁଖ୍ୟ ନାଁର ବଡ଼ ବ୍ୟାନର୍‌ ଲାଗିଥିଲେ ବି ଆଇନମନ୍ତ୍ରୀ କହିଛନ୍ତି ବିଜେଡ଼ି ସହ ଏହାର ସମ୍ପର୍କ ନାହିଁ । ବିଜେଡ଼ି ନାଁ ଟିକୁ ଚତୁରତାର ସହ ଆଡେଇ ସେ ଖାଲି ଆଇନଜୀବୀ ସାମ୍ମୁଖ୍ୟ ବୋଲି ଉଚ୍ଚାରଣ କରିଛନ୍ତି ଏବଂ ତାହା ଏକ ସାମାଜିକ ସଂଗଠନ ବୋଲି ଯୁକ୍ତି ବାଢ଼ିଛନ୍ତି । ଏହି ଯୁକ୍ତି ବଳରେ ସେଠାରେ ଜଷ୍ଟିସ୍‌ ଦାସଙ୍କ ଯୋଗଦାନକୁ ଯଥାର୍ଥ ବୋଲି ଦର୍ଶାଇବାକୁ ଚେଷ୍ଟା କରିଛନ୍ତି ଆଇନମନ୍ତ୍ରୀ ।

ବିଧାନସଭା ସମୟରେ ବିରୋଧୀ ଦଳ ପାଇଁ ଏହି ବଢ଼ିଆ ପ୍ରସଙ୍ଗ ହୋଇଛି ଏବଂ ବିରୋଧୀ ଦଳ ନେତା ତଥା ବରିଷ୍ଠ ଆଇନଜୀବୀ ନରସିଂହ ମିଶ୍ର ବିଜେଡ଼ି ଆୟୋଜିତ ସଭାରେ ଚିଟ୍‌ଫଣ୍ଡ ତଦନ୍ତ କମିଶନ ଜଷ୍ଟିସ୍‌ ଦାସଙ୍କ ଯୋଗଦାନକୁ ନାପସନ୍ଦ କରିଛନ୍ତି । ଜଷ୍ଟିସ୍‌ ଦାସଙ୍କୁ କମିଶନ ପଦରୁ ହଟାଇବାକୁ ବିଜେପି ବି ଦାବି କଲାଣି । ତେବେ ରାଜନୈତିକ ଦୃଷ୍ଟିରୁ ବିରୋଧୀଙ୍କ ଦାବି ଯାହା ହେଉ ନା କାହିଁକି ବାସ୍ତବ ଚିତ୍ର ହେଉଛି କଟକରେ ଆୟୋଜିତ ସଭାଟି ବିଜେଡ଼ିର ଏବଂ ଚିଟ୍‌ଫଣ୍ଡ ତଦନ୍ତ କମିଶନ ଜଷ୍ଟିସ୍‌ ଦାସ ସେଠାକୁ ଯାଇଥିଲେ । ଜଷ୍ଟିସ୍‌ ଦାସ ବ୍ୟକ୍ତିଗତ ଭାବବ୍ୟକ୍ତ କରି ବିବାଦରୁ ଦୂରେଇବାକୁ ଚେଷ୍ଟା କଲେ ମଧ୍ୟ ସାଧାରଣ ଲୋକଙ୍କ ପାଇଁ ତାହା ଗ୍ରହଣୀୟ ହୋଇନି । ଏହି ଘଟଣାଟି ଜଷ୍ଟିସ୍‌ ଦାସଙ୍କ ଦେହରେ ବିଜେଡ଼ି ଷ୍ଟାମ୍ପ୍‌ ଲଗାଇ ଦେଇଛି । ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ୨୦ ଲକ୍ଷ ପରିବାର ଯେଉଁ ନ୍ୟାୟମୂର୍ତ୍ତିଙ୍କଠାରୁ ନ୍ୟାୟ ପାଇବା ଆଶାରେ ଆଖିରୁ ଲୁହ ମାରୁଛନ୍ତି ସେହି ନ୍ୟାୟମୂର୍ତ୍ତିଙ୍କ ଦେହରେ ଶାସକ ଦଳ ଟ୍ୟାଗ୍‌ ଲାଗିବା ସେମାନଙ୍କୁ ବ୍ୟଥିତ କରୁଥିବ ।

Previous Post

ଇତିଶ୍ରୀ ଜଜ୍‌ଙ୍କ ପଲ୍‌ଟିକାଲ୍‌ ଲିଙ୍କ୍‌ !

Next Post

ଆଦିବାସୀ ଅଫିସର ବୋଲି…

Next Post
ଆଦିବାସୀ ଅଫିସର ବୋଲି…

ଆଦିବାସୀ ଅଫିସର ବୋଲି...

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA