Monday, May 25, 2026 02:53 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆଦିବାସୀ ଅଫିସର ବୋଲି…

by Our Correspondent
29 Apr, 2016- 12:58 PM
in News
1 min read
0
ଆଦିବାସୀ ଅଫିସର ବୋଲି…

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ବରିଷ୍ଠ ଓଏଏସ୍‌ ଅଫିସର ପବିତ୍ର ମଣ୍ଡଳ ଏବେ ସଚିବାଳୟରେ ଏ ବାରଣ୍ଡା ସେ ବାରଣ୍ଡା ବୁଲୁଛନ୍ତି । ପୌର ପ୍ରଶାସନ ନିର୍ଦେଶକ ପଦରୁ ତାଙ୍କୁ କେବେ ଓ କେଉଁଆଡେ ବଦଳି ହୋଇଛି ତାହା ସେ ଜାଣିନାହାନ୍ତି । ଏ ସଂକ୍ରାନ୍ତରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କୌଣସି ଅର୍ଡର ବାହାରିନି । ମାତ୍ର ତାଙ୍କ ଜାଗାରେ ଅଣଓଡ଼ିଆ ଆଇଏଏସ୍‌ ଯାଦବ ସଚିନ୍‌ ରାମଚନ୍ଦ୍ରଙ୍କୁ ନିଯୁକ୍ତି ଦିଆଯାଇ ମଣ୍ଡଳଙ୍କୁ ତୁରନ୍ତ ରିଲିଫ୍‌ କରି ଦିଆଯାଇଛି । ଆଦିବାସୀ ବର୍ଗର ଓଏଏସ୍‌ ପବିତ୍ର ମଣ୍ଡଳ ନିଜ ପାଇଁ ନିଯୁକ୍ତି ଯୋଗାଡ଼ କରିବାକୁ ସାଧାରଣ ପ୍ରଶାସନ ବିଭାଗରେ ଅଧିଆ ପଡିଥିଲେ ମଧ୍ୟ କେହି ବାସିରେ ପଚାରୁନାହାନ୍ତି ।

ପୌର ପ୍ରଶାସନ ନିର୍ଦେଶକ  ଭାବେ ପବିତ୍ର ମଣ୍ଡଳଙ୍କୁ ଗତ ଫେବୃଆରୀ ୮ ତାରିଖରେ ନିଯୁକ୍ତି ମିଳିଥିଲା । ଫୁଲ୍‌ ଦମ୍‌ରେ ସେ ତାଙ୍କ କାର୍ଯ୍ୟ ଆରମ୍ଭ କରିଥିଲେ । ମାତ୍ର ଏପ୍ରିଲ୍‌ ୧୮ ତାରିଖରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଅଚାନକ ଭାବେ ଏକ ନିର୍ଦେଶନାମା ଜାରି ହୋଇଥିଲା । ସେଲଟର ମିସନ୍‌ର ନିର୍ଦେଶକ   ତଥା ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ ଭାବେ କାର୍ଯ୍ୟରତ ଆଇଏଏସ୍‌ ଯାଦବ ସଚିନ୍‌ ରାମଚନ୍ଦ୍ରଙ୍କୁ ପୌର ପ୍ରଶାସନ ନିର୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇ ଅର୍ଡର(ନଂ ୮୬୩୫/ଏଆଇଏସ୍‌-୧/୧୮.୦୪.୨୦୧୬) ପ୍ରକାଶ ପାଇଥିଲା । ଆଶ୍ଚର୍ଯ୍ୟଜନକ ଭାବେ ସେହି ପଦରେ ଥିବା ପବିତ୍ର ମଣ୍ଡଳଙ୍କ ଅନ୍ୟତ୍ର ବଦଳି ସଂକ୍ରାନ୍ତୀୟ କୌଣସି ଅର୍ଡର ନ ଥିଲା । ତେବେ ମଣ୍ଡଳ ବାବୁ କିଛି ବୁଝିବା କି ଜାଣିବା ପୂର୍ବରୁ ବିନା ନୋଟିସ୍‌ରେ ୨୦ ତାରିଖରେ ତାଙ୍କଠାରୁ ଦାୟିତ୍ୱ କାଢ଼ି ନିଆଯାଇଥିଲା । ନଗର ଉନ୍ନୟନ ବିଭାଗ ଅଫିସ୍‌ ଅର୍ଡର(ନଂ୯୩୯୦)ରେ ରାମଚନ୍ଦ୍ରଙ୍କୁ ସେଠାରେ ଜଏନ୍‌ କରାଇ ମଣ୍ଡଳଙ୍କୁ ବିଦା କରିଦିଆଗଲା ।

ସେବେଠାରୁ ପବିତ୍ର ମଣ୍ଡଳ ସଚିବାଳୟ ଆସି ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବା ସାଧାରଣ ପ୍ରଶାସନ ବିଭାଗରେ ଅଧିଆ ପଢ଼ୁଛନ୍ତି । କେଉଁଠି ଜଏନ୍‌ କରିବେ ବୋଲି ନେହୁରା ହେଉଛନ୍ତି । ମାତ୍ର ବିଭାଗର ବଡ଼ପଣ୍ଡା ମାନେ ତାଙ୍କ ଅବସ୍ଥା ବୁଝିବେ କ’ଣ ଓଲଟି ମୁହଁ ମୋଡୁଛନ୍ତି । କି ଦୋଷ କରିଛନ୍ତି ଯେ ତାଙ୍କୁ ଏଭଳି ହୀନସ୍ତା ଭୋଗିବାକୁ ପଡୁଛି ତାହା ବୁଝିପାରୁନାହାନ୍ତି ମଣ୍ଡଳ । ପବିତ୍ର ମଣ୍ଡଳଙ୍କର ଏଭଳି ହୀନସ୍ତିଆକୁ ଦେଖି ସଚିବାଳୟ ତଳିଆ ମହଲରେ ନାନା ଚର୍ଚ୍ଚା ହେଉଛି । ଦୁଇ ମାସ କାର୍ଯ୍ୟ କରିଛନ୍ତି କି ନାହିଁ ପୌର ପ୍ରଶାସନ ନିର୍ଦେଶକ ପଦରୁ ରହସ୍ୟଜନକ ଭାବେ ବିନା ଅର୍ଡରରେ ତାଙ୍କୁ ବିଦା କରିବା ଏବଂ କୌଣସି ନୂଆ ଜାଗାରେ ପୋଷ୍ଟିଂ ନ ଦେବା ପଛରେ ବୋଧହୁଏ ତାଙ୍କ ଜାତି ଦାୟୀ । ଆଦିବାସୀ ଘରେ ଜନ୍ମ ହୋଇଥିବାରୁ ତାଙ୍କୁ ଏଭଳି ଦୁର୍ଦ୍ଦଶା ଭୋଗିବାକୁ ପଡୁଛି ବୋଲି ଘଟଣାକ୍ରମ ବୟାନ କରୁଛି । ବ୍ରାହ୍ମଣ କି କରଣ ଷ୍ଟାମ୍ପ ବାଜିଥିଲେ ତାଙ୍କ ଭଳି ଜଣେ ବରିଷ୍ଠ ଓଏଏସ୍‌ଙ୍କୁ ଏଭଳି ହୀନିମାନିଆ କରିବାକୁ ସରକାର ସାହାସ କରିପାରନ୍ତେ ତ ?

ସେପଟେ ଏହି ନିର୍ଦ୍ଦିଷ୍ଟ ଘଟଣାରେ ସରକାରଙ୍କ ଅଣଓଡ଼ିଆ ଆଇଏଏସ୍‌ ପ୍ରୀତି ବି ଜଳ ଜଳ ଦିଶୁଛି । ଆଗକୁ ପୌର  ନିର୍ବାଚନ ପରିପ୍ରେକ୍ଷୀରେ ଓଡ଼ିଆ ଆଦିବାସୀ ଅଫିସରଙ୍କ ଦକ୍ଷତାକୁ ସରକାର ଆସ୍ଥା କରିନାହାନ୍ତି । ବରଂ ଯାଦବ ସଚିନ୍‌ ରାମଚନ୍ଦ୍ରଙ୍କୁ ଅତିରିକ୍ତ ଦାୟିତ୍ୱ ଦେଇ ସରକାର ଅଣଓଡ଼ିଆ ଆଇଏଏସ୍‌ ପ୍ରୀତିକୁ ଦୋହରାଇଛନ୍ତି । ତେବେ ସରକାର କାହାକୁ କେମିତି ପ୍ରେମ କରିବେ ତାହା ଉପରେ କାହାର ଆପତ୍ତି ନ ଥିଲେ ବି ଜଣେ ଓଡ଼ିଆ ଅଫିସରଙ୍କୁ ଅନ୍ତତଃ ମର୍ଯ୍ୟାଦା ଦେଇ ଶିଖିବା ଦରକାର । ପୁଣି ଓଡ଼ିଆଙ୍କୁ ନେଇ ଉଚ୍ଚନୀଚ ଭେଦଭାବ,ବିଶେଷକରି ଆଦିବାସୀ ବାଛବିଚାର ସରକାରଙ୍କ ଦଳିତ ଓ ଆଦିବାସୀ କାନ୍ଦକୁ ପଦାରେ ପକାଇଛି । ପବିତ୍ର ମଣ୍ଡଳ ହିଁ ତାହାର ଶ୍ରେଷ୍ଠ ଉଦାହରଣ ।

Previous Post

ଚିଟ୍‌ଫଣ୍ଡ କମିଶନଙ୍କ ଦେହରେ ବିଜେଡ଼ି ଟ୍ୟାଗ୍‌

Next Post

ଚିଟ୍‌ଫଣ୍ଡ ଟଙ୍କାରେ ମସ୍ତି

Next Post
ଚିଟ୍‌ଫଣ୍ଡ ଟଙ୍କାରେ ମସ୍ତି

ଚିଟ୍‌ଫଣ୍ଡ ଟଙ୍କାରେ ମସ୍ତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA