Saturday, April 18, 2026 02:13 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଚିଦାମ୍ବରମ୍ ପରିବାର ସହ ‘ଜୟ’ ଙ୍କ ବ୍ୟବସାୟିକ ଲିଙ୍କ୍ !

by Our Correspondent
03 Aug, 2017- 01:31 PM
in Latest News, Politics
1 min read
0
ଚିଦାମ୍ବରମ୍ ପରିବାର ସହ ‘ଜୟ’ ଙ୍କ ବ୍ୟବସାୟିକ ଲିଙ୍କ୍ !
ଭୁବନେଶ୍ୱର: ବୈଜୟନ୍ତ ‘ଜୟ’ ପଣ୍ଡା ପରିବାରର ଇମଫା କମ୍ପାନୀରେ ଲାଗିଛି ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍ ପରିବାର ଟଙ୍କା । ଇମଫାର ସେୟାର ହୋଲଡର ତାଲିକାରେ ଅଛନ୍ତି ଚିଦାମ୍ବରମ୍ ଙ୍କ ପତ୍ନୀ ନଳିନୀ । ଖାଲି ସେତିକି ନୁହେଁ ଚିଦାମ୍ବରମ୍ ଙ୍କ ପୁଅ କାର୍ତ୍ତୀଙ୍କ ସହ ଜୟ ପଣ୍ଡାଙ୍କର ବି ବେପାର ସମ୍ପର୍କ ଅଛି । ଜୟଙ୍କ ଓରଟେଲ୍ କମ୍ୟୁନିକେସନ୍ ସଂସ୍ଥା ପାଇଁ ବିଦେଶୀ ଟଙ୍କା ଯୋଗାଡରେ ସାହାଯ୍ୟ କରିଛନ୍ତି କାର୍ତ୍ତୀ । ଓରଟେଲ୍ ସଂସ୍ଥାକୁ ଫରେନ୍ ଇନଭେଷ୍ଟମେଣ୍ଟ ପ୍ରମୋସନ୍ ବୋର୍ଡ ର ଅନୁମତି ଆଣିବାରେ କାର୍ତ୍ତୀଙ୍କ ମୁଖ୍ୟ ଭୂମିକା ଥିଲା । ବାପା ପି.ଚିଦାମ୍ବରମ୍ ଅର୍ଥମନ୍ତ୍ରୀ ଥିବା ବେଳେ କାର୍ତ୍ତୀ ବାପାଙ୍କ କ୍ଷମତା ପ୍ରୟୋଗ କରି ଜୟ ପଣ୍ଡାଙ୍କ ଏହି ମିଡ଼ିଆ କମ୍ପାନୀକୁ ସହଯୋଗ ଢ଼ାଳିଦେଇଥିଲେ । ଚିଦାମ୍ବରମ୍ବ ପରିବାରରୁ ଜୟ ପଣ୍ଡାଙ୍କ ଏହି ଅନୁକମ୍ପା ହାସଲର ପେଡ଼ି ଖୋଲିଛନ୍ତି ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ୍ ଯୋଗୀ । ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଜୟ ପଣ୍ଡାଙ୍କ ବେପାରରେ ଗଭୀର ଚାଷର ମୁଖା ଖୋଲିଛନ୍ତି । ଚିଦାମ୍ବରମ୍ ଙ୍କ ସହ ଜୟ ପଣ୍ଡାଙ୍କ ଅସାଧୁ କାରବାରର ତଦନ୍ତ ଦାବି କରିଛନ୍ତି ଯୋଗୀ ।
ସାମ୍ବାଦିକ ସମ୍ମିଳନୀରେ ଅଜିତ୍ ଯୋଗୀ କହିଛନ୍ତିି, ଚିଦାମ୍ବରମ୍ ୨୦୦୪,୨୦୦୯ ଏବଂ ୨୦୧୪ ନିର୍ବାଚନୀ ସତ୍ୟପାଠରେ ତଥ୍ୟ ଲୁଚାଇଛନ୍ତି । ପତ୍ନୀ ନଳିନୀ ଇମଫାରେ ସେୟାର ହୋଲଡର ଥିବା ସତ୍ତ୍ୱେ ତାହା ଦର୍ଶାଇନାହାନ୍ତି । ଚିଦାମ୍ବରମ୍- ଜୟ ପଣ୍ଡା ଲିଙ୍କ୍ ସମ୍ପର୍କରେ ଯୋଗୀ ଙ୍କ ବିସ୍ଫୋରକ ତଥ୍ୟ ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଛି । ଜୟ ପଣ୍ଡାଙ୍କ ଚେର୍ ର ଲମ୍ବା ଚେହେରା ଧରାପଡ଼ିଯାଇଛି । ଯୋଗୀ ଏକଥା ବି କହିଛନ୍ତି କି ଓଡ଼ିଶାର ଏହି ବିଜେଡ଼ି ସାଂସଦ ଜୟ ପଣ୍ଡା ବିଜେପି ସରକାରଙ୍କ ସହ ନିବିଡ଼ ସମ୍ପର୍କରେ ଥିବାରୁ ତଦନ୍ତ କି କାର୍ଯ୍ୟାନୁଷ୍ଠାନ ପାଇଁ ମୋଦି ପଛୋଉଛନ୍ତି ।
ଏକଥା ଜଣାଶୁଣା ଯେ ଚିଦାମ୍ବରମ୍ ଙ୍କ ପତ୍ନୀ ନଳିନୀ ସେୟାର ହୋଲଡ଼ର ଥିବା(ଯୋଗୀଙ୍କ ଦାବି ଅନୁଯାୟୀ) ଇମଫା କମ୍ପାନୀ ଅନୁକମ୍ପା ହାସଲ କରିବାରେ ମାଷ୍ଟର୍ । ଜୟ ପଣ୍ଡା ପରିବାର ମାଲିକାନାରେ ଥିବା ଇମଫା କମ୍ପାନୀର ନିର୍ଦ୍ଦେଶକ ଅଛନ୍ତି ଜୟ । ଉଭୟ ରାଜନୀତି ଓ ବେପାରର ପୋଖତ ଖିଲାଡୀ ଜୟ ପଣ୍ଡା ଇମଫା ନାଁରେ ଥିବା ୨୩୦୦ କୋଟି ଟଙ୍କାର ଋଣ ଛାଡ଼ ପାଇବାରେ ସମର୍ଥ ହୋଇଥିଲେ । କୋର୍ଟରେ ଏହି ମାମଲା ବନ୍ଧୁ ଚିଦାମ୍ବରମ୍ ଲଢ଼ିଥିଲେ । ବିଜେଡ଼ି ଓ ନବୀନ ପଟ୍ଟନାୟକଙ୍କ ଗେହ୍ଲାପୁଅ ଥିବା ଜୟ ନବୀନଙ୍କ ଦମ୍ଭରେ ଅଟଳ ବିହାରୀ ବାଜପେୟୀଙ୍କ ସରକାରକୁ ହାତମୁଠାରେ ରଖିଥିଲେ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ମନାଇ ୨୩୦୦କୋଟି ଟଙ୍କା ଚୂନ ମାରିଦେଇଥିଲେ ।
କଂଗ୍ରେସ ସରକାର କ୍ଷମତାକୁ ଆସିଲା ପରେ ପି.ଚିଦାମ୍ବରମ୍ ଥିଲେ ପାୱାରଫୁଲ । ସାଙ୍ଗକୁ ଅର୍ଥମନ୍ତ୍ରୀ । ଯୋଗୀଙ୍କ ଅଭିଯୋଗମତେ ବିଜେଡ଼ିର ସାଂସଦ ହୋଇ ଜୟ ତାଙ୍କର ପୁରୁଣା ବନ୍ଧୁଙ୍କୁ ପୂରାପୂରି ହାତେଇ ଦେଇଥିଲେ । ନିଜ ପରିବାର ମାଲିକାନାରେ ଥିବା ଇମଫା କମ୍ପାନୀରେ ଚିଦମ୍ବରମ୍ ଙ୍କ ପତ୍ନୀଙ୍କୁ ସେୟାର ହୋଲଡର କରି ନିଜ ପାଇଁ ସୁରକ୍ଷାବଳୟ ସୃଷ୍ଟି କରିଥିଲେ । ପୁଅ କାର୍ତ୍ତୀକୁ ଧରି ନିଜ କାର୍ଯ୍ୟ ହାସଲ କରିଥିଲେ । ରାଜନୀତିକୁ ରାଜନୀତି ପାଇଲା ଆଉ ବେପାରକୁ ବେପାର ବଢ଼ିଲା । ତେବେ ଚିଦାମ୍ବରମ୍ ଓ ପୁଅ କାର୍ତ୍ତୀଙ୍କ ବେନାମୀ ସମ୍ପତ୍ତି ଉପରେ ଏବେ ସିବିଆଇ ରେଡ୍ କରିଥିଲା ବେଳେ ଜୟ କିନ୍ତୁ ଛାଡ଼ ପାଇଯାଇଛନ୍ତି ।
ଏକ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ସିବିଆଇ ଓ ଆୟକର ବିଭାଗ ଚିଦାମ୍ବରମ୍ ଙ୍କ ସହ ଜୟ ପଣ୍ଡାଙ୍କ ବ୍ୟବସାୟିକ ଲିଙ୍କ୍ ସମ୍ପର୍କରେ ଭଲ ଭାବେ ଅବଗତ ଅଛନ୍ତି । ଗତ ମେ ୧୯ ତାରିଖରେ ସିବିଆଇ ଚିଦାମ୍ବରମ୍ ଙ୍କ ଦିଲ୍ଲୀ ବାସଭବନରେ ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଥିଲା । ପୁଅ କାର୍ତ୍ତୀଙ୍କ ମୁଖ୍ୟ ବ୍ୟବସାୟିକ କେନ୍ଦ୍ର କୋଲକତା ଥିଲେ ମଧ୍ୟ ଓଡ଼ିଶା ସମେତ ଚେନ୍ନାଇ, ଅହମ୍ମଦାବାଦ ଓ ମୁମ୍ବାଇରେ ରାଜନେତା, ବ୍ୟବସାୟୀ, ଟ୍ରେଡର ଓ ବ୍ରୋକର ଙ୍କ ସହ ତାଙ୍କର ଗୋପନ ଯୋଗସୂତ୍ର ଥିଲା । ଏହା ଜରିଆରେ ସେ କିଛି ନାମୀ ଓ ଶତାଧିକ ବେନାମୀ କମ୍ପାନୀ ଚଳାଉଥିବା ସିବିଆଇ ପାଖରେ ଖବର ରହିଛି । ତେବେ ସିବିଆଇ ସବୁ ଜାଣି ମଧ୍ୟ ମୋଦିଙ୍କ ଇସାରାରେ ଜୟଙ୍କୁ ସୁରକ୍ଷା ଦେଉଥିବା ଚର୍ଚ୍ଚା ହେଉଛି । ଆଉ ଜୟ ନିଜ ବ୍ୟବସାୟିକ ସ୍ୱାର୍ଥ ପାଇଁ ମୋଦିଙ୍କ ସ୍ତାବକ ପାଲଟିଯାଇଛନ୍ତି । ଲକ୍ଷ୍ୟ, ଗୋଟିଏ ଗୁଳିରେ ଦୁଇଟି ଶିକାର । ବିଜେପି ହାତ ଧରି ରାଜନୀତିରେ ତିଷ୍ଠିବେ ଆଉ ବେପାର ସାମ୍ରାଜ୍ୟକୁ ବଢ଼ାଇ ଚାଲିବେ । ଦେହରେ ଧୂଳିମଳି ଲାଗିବନି ।
ତେବେ ଅଜିତ ଯୋଗୀଙ୍କ ଅଭିଯୋଗ ଉପରେ ଏଯାଏଁ ଜୟ ପଣ୍ଡା ନିଜେ ମୁହଁ ଖୋଲିନାହାନ୍ତି । ତାଙ୍କର ରାଜନୈତିକ ସଚିବ ଅଭିଯୋଗକୁ ମିଥ୍ୟା, ଭିତ୍ତିହୀନ ଓ କପୋଳକଳ୍ପିତ ବୋଲି ନିଜ ଚାନେଲରେ ସଫେଇ ଦେଇଛନ୍ତି ।
Previous Post

ନିଆଁରେ ଜଳିଗଲେ ସତପାଲ୍ ଙ୍କ ପରିବାର

Next Post

କୁଆଡେ ଗଲେ ଟୁଇଟ୍ ମାଷ୍ଟର ?

Next Post
କୁଆଡେ ଗଲେ ଟୁଇଟ୍ ମାଷ୍ଟର ?

କୁଆଡେ ଗଲେ ଟୁଇଟ୍ ମାଷ୍ଟର ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA