Saturday, April 18, 2026 01:02 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନିଆଁରେ ଜଳିଗଲେ ସତପାଲ୍ ଙ୍କ ପରିବାର

by Our Correspondent
03 Aug, 2017- 10:59 AM
in Latest News, News
1 min read
0
ନିଆଁରେ ଜଳିଗଲେ ସତପାଲ୍ ଙ୍କ ପରିବାର
ଭୁବନେଶ୍ୱର: ହୋଟେଲ ପଲ୍ ହାଇଟସ୍ ମାଲିକ ସତପାଲ୍ ସିଂଙ୍କ ପରିବାର ନିଆଁରେ ପୋଡ଼ି ଛାରଖାର ହୋଇଯାଇଛି । ସତପାଲ୍ ଙ୍କ ସାନପୁଅ ଗଗନ୍ ପାଲକ ସିଂ, ବୋହୁ ଭାବନା ସିଂ, ନାତି ରୁବିର ସିଂ, ନାତୁଣୀ ସୋହାବି ସିଂ ଏବଂ ଘରର କେୟାର ଟେକର୍ ଖୁସି ଦାସ ନିଆଁରେ ଜଳି ଯାଇଛନ୍ତି । ସତପାଲ୍ ଗୁରୁତର ଆହତ ହୋଇଛନ୍ତି । ଆଜି ଭୋର୍ ପ୍ରାୟ ୪ଟା ବେଳେ ଲକ୍ଷ୍ମୀସାଗରସ୍ଥିତ ବୁଦ୍ଧେଶ୍ୱରୀ କଲୋନୀରେ ଥିବା ସତପାଲ୍ ଙ୍କ ବାସଭବନରେ ଅଗ୍ନିକାଣ୍ଡ ଯୋଗୁଁ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଅଗ୍ନିକାଣ୍ଡ କେମିତି ହେଲା ତାହା ଏପର୍ଯନ୍ତ ସ୍ପଷ୍ଟ ହୋଇପାରିନି । ଆଖି ଆଗରେ ଏହି ପ୍ରତିଷ୍ଠିତ ବ୍ୟବସାୟୀ ପରିବାରର ୫ ଜଣ ସଦସ୍ୟ ନିଆଁରେ ପୋଡ଼ି ମରିଯିବା ଘଟଣା ସମଗ୍ର ରାଜଧାନୀବାସୀଙ୍କୁ ସ୍ତବଧ୍ କରିଦେଇଛି ।
ପଡ଼ୋଶୀଙ୍କ କହିବାନୁଯାୟୀ, ଭୋର୍ ପାଖାପାଖି ୪ଟା ବେଳେ ସତପାଲ୍ ଙ୍କ ଘରୁ ହୁତୁ ହୁତୁ ହୋଇ ନିଆଁ ଓ ଧୂଆଁ ଉଠୁଥିଲା । କିଛି ପଡ଼ୋଶୀ ସେହି ଘର ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ ମଧ୍ୟ ନିଆଁରେ ପଶିପାରି ନ ଥିଲେ । ତୁରନ୍ତ ଦମକଳବାହିନୀକୁ ସେମାନେ ଖବର ଦେଇଥିଲେ । ଦମକଳବାହିନୀ କର୍ମଚାରୀମାନେ ବହୁ କଷ୍ଟରେ ନିଆଁକୁ ଆୟତ୍ତ କରିବା ପରେ ବେଡରୁମ୍ ଭିତରୁ ସତପାଲ୍ ଙ୍କ ପୁଅ ଗଗନ୍, ବୋହୁ ଭାବନା ସିଂଙ୍କୁ ସମ୍ପୂର୍ଣ୍ଣ ଦଗ୍ଧ ଅବସ୍ଥାରେ ଉଦ୍ଧାର କରିଥିଲେ । ଅନ୍ୟ ବେଡ଼ରୁମ୍ ରୁ ନାତି, ନାତୁଣୀ ଓ କେୟାର ଟେକରଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରିଥିଲେ ମଧ୍ୟ ସେମାନଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା ।
ସକାଳୁ ସକାଳୁ ରାଜଧାନୀରେ ଏହା ବିଜୁଳି ବେଗରେ ପ୍ରଚାରିତ ହୋଇଯିବା ପରେ ସେଠାକୁ ଲୋକଙ୍କ ସୁଅ ଛୁଟିଥିଲା । ଏହି ମର୍ମନ୍ତୁଦ ହୃଦୟ ବିଦାରକ ଦୃଶ୍ୟ ଦେଖଣାହାରୀଙ୍କୁ କନ୍ଦାଇ ଦେଇଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ପରେ କ୍ୟାପିଟାଲ୍ ହସ୍ପିଟାଲ୍ କୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ସର୍ଟ ସର୍କିଟ୍ ଯୋଗୁଁ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ତେବେ ପୁଲିସ ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡ଼ିବ ।
Previous Post

୨୬୦୦ କୋଟି ଗଣିବେ ଇନ୍ଦ୍ରାଣୀ ମାର୍ଫତ ଡିଆରପି

Next Post

ଚିଦାମ୍ବରମ୍ ପରିବାର ସହ ‘ଜୟ’ ଙ୍କ ବ୍ୟବସାୟିକ ଲିଙ୍କ୍ !

Next Post
ଚିଦାମ୍ବରମ୍ ପରିବାର ସହ ‘ଜୟ’ ଙ୍କ ବ୍ୟବସାୟିକ ଲିଙ୍କ୍ !

ଚିଦାମ୍ବରମ୍ ପରିବାର ସହ ‘ଜୟ’ ଙ୍କ ବ୍ୟବସାୟିକ ଲିଙ୍କ୍ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA