Tuesday, May 26, 2026 02:58 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଜନତା ମଇଦାନରେ ‘କୃଷି ଓଡ଼ିଶା’

by Our Correspondent
20 Jan, 2020- 07:50 PM
in Latest News, News
1 min read
0
ଜନତା ମଇଦାନରେ ‘କୃଷି ଓଡ଼ିଶା’
ଭୁବନେଶ୍ୱର: କୃଷି କ୍ଷେତ୍ରରେ ନୂତନ ଜ୍ଞାନକୌଶଳର ପ୍ରଦର୍ଶନ ଲକ୍ଷ୍ୟରେ ୨୨୮ଟି ଷ୍ଟଲ୍ । ଦେଶ ବିଦେଶରେ କୃଷି କ୍ଷେତ୍ରରେ ଘଟୁଥିବା ନୂତନ ଜ୍ଞାନକୌଶଳ ଓ କୃଷି ପ୍ରଣାଳୀ ସହ ଓଡ଼ିଶାର ଚାଷୀଙ୍କୁ ପରିଚିତ କରାଇବା ପାଇଁ ପ୍ରତିଦିନ ଦୁଇଟି ଆଲୋଚନାଚକ୍ର ଓ ଦୁଇଟି ସେମିନାର୍ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ କୃଷକ ଭାଇ ଓ ଭଉଣୀମାନେ ମେଳା ପ୍ରଦର୍ଶନ କରିବାକୁ ସୁବନ୍ଦୋବସ୍ତ ।

ଏଭଳି ସୁନ୍ଦର ଆୟୋଜନ ସହ ଭୁବନେଶ୍ୱରର ଜନତା ମଇଦାନରେ ଆରମ୍ଭ ହୋଇଛି ୫ ଦିନିଆ ‘କୃଷି ଓଡ଼ିଶା-୨୦୨୦’ ଉତ୍ସବ ସମାରୋହ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାକୁ ଉଦଘାଟନ କରିଛନ୍ତି । ଚାଷୀଙ୍କୁ ଓଡ଼ିଶା ବିକାଶର ସାରଥୀ ବୋଲି ମୁଖ୍ୟମନ୍ତ୍ରୀ ଅଭିହିତ କରିବା ସହ ଚାଷୀର ନିଷ୍ଠା ଓ ପରିଶ୍ରମ ଯୋଗୁଁ ଓଡ଼ିଶାର ସମ୍ମାନ ବଢ଼ିଥିବା କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଥିଲେ, ମୁଁ ଚାହେଁ ମୋ ରାଜ୍ୟର ଚାଷୀ ସମ୍ମାନର ସହ ବଞ୍ଚୁ । ନୂଆ ନୂଆ ବୈଷୟିକ କୌଶଳ ପ୍ରୟୋଗ କରି କୃଷି କ୍ଷେତ୍ରରେ ଆଗୁଆ ରହୁ । ଚାଷୀ ପରିବାର ସବୁବେଳେ ଆନନ୍ଦରେ ରହୁ । କୃଷିକୁ ଏକ ଲାଭଜନକ ବୃତ୍ତି କରିବା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ଚାଷୀମାନେ ସୁଯୋଗ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏଥିସହ କୃଷକର ବିକାଶ ପାଇଁ ତାଙ୍କ ସରକାରଙ୍କ ପ୍ରତିବଦ୍ଧତାକୁ ମୁଖ୍ୟମନ୍ତ୍ରୀ ଦୋହରାଇଥିଲେ ।

କୃଷିମନ୍ତ୍ରୀ ଡ. ଅରୁଣ କୁମାର ସାହୁ ତାଙ୍କ ଭାଷଣରେ କୃଷି କ୍ଷେତ୍ରରେ ସରକାରଙ୍କ ସଫଳତା ଓ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ଓଡ଼ିଶାରେ କୃଷି କ୍ଷେତ୍ରରେ ବିଭିନ୍ନ ସଫଳତା ପାଇଁ ଚାଷୀଭାଇମାନଙ୍କୁ ଶ୍ରେୟ ଦେଇଥିଲେ କୃଷିମନ୍ତ୍ରୀ । କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ ମହାପାତ୍ର, କେନ୍ଦ୍ର ସାର ବିଭାଗର ସଚିବ ଛବିନ୍ଦ୍ର ରାଉଳ, ଫିକିର ମହାସଚିବ ଦିଲ୍ଲୀପ ଚେନଏ ଭାଷଣ ଦେଇଥିଲେ । କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଡ. ସୌରଭ ଗର୍ଗ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ କମିଶନର ତଥା ସଚିବ ଆର. ରଘୁପ୍ରସାଦ ପ୍ରମୁଖ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଅବସରରେ ୧୦ ଜଣ ସଫଳ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିବା ସହ ନୂତନ କୃଷି ନୀତି ‘ସମୃଦ୍ଧି’ ର ଶୁଭ ଉନ୍ମୋଚନ କରିଥିଲେ । ଏଥିସହ ନବନିଯୁକ୍ତ ସହକାରୀ କୃଷି ଅଧିକାରୀମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ ।
କୃଷି ଓଡ଼ିଶା ୨୦୨୦’ ଉତ୍ସବ ସମାରୋହର ମୂଳ ଉଦ୍ଦେଶ୍ୟ ରହିଛି ‘ଲାଭଜନକ କୃଷି ପାଇଁ ପ୍ରୟାସ’ । ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ୧୧୨ ଟି କମ୍ପାନୀ ଏଥିରେ ଯୋଗ ଦେଇଛନ୍ତି । ଦେଶ ବିଦେଶର ପ୍ରସିଦ୍ଧ କୃଷି ଉଦ୍ୟୋଗୀମାନେ ମଧ୍ୟ ଯୋଗଦେଇଛନ୍ତି ।
ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସମାରୋହର ବିଭିନ୍ନ ଦିନକୁ ଭିନ୍ନ ଭିନ୍ନ ଦିବସ ଭାବେ ପାଳନ କରାଯାଇ ସେ ସମ୍ପର୍କିତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ୨୧ ତାରିଖକୁ ସମବାୟ ଓ ବ୍ୟାଙ୍କିଙ୍ଗ୍ ଦିବସ, ୨୨ ତାରିଖକୁ ପଞ୍ଚାୟତିରାଜ ଜନ ପ୍ରତିନିଧି ଦିବସ ଏବଂ ୨୩ ତାରିଖକୁ ମହିଳା ଦିବସ ଭାବରେ ରଖାଯାଇଛି ।
Previous Post

ଓଡ଼ିଆ-ଅଣଓଡ଼ିଆ ଭେଦଭାବ ପାଇଁ ଟିଭି ପ୍ରତିଯୋଗିତା!

Next Post

ଦୁବାଇରେ ଫସିଥିବା ଓଡ଼ିଆଙ୍କୁ ଉଦ୍ଧାର କଲା ‘ମୋ ପରିବାର’

Next Post
ଦୁବାଇରେ ଫସିଥିବା ଓଡ଼ିଆଙ୍କୁ ଉଦ୍ଧାର କଲା ‘ମୋ ପରିବାର’

ଦୁବାଇରେ ଫସିଥିବା ଓଡ଼ିଆଙ୍କୁ ଉଦ୍ଧାର କଲା ‘ମୋ ପରିବାର’

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA