Wednesday, April 29, 2026 03:48 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଜନ୍ମମାଟିରେ ଅଭିନନ୍ଦନ

by Our Correspondent
01 Mar, 2019- 10:17 PM
in Latest News, News, Politics
1 min read
0
ଜନ୍ମମାଟିରେ ଅଭିନନ୍ଦନ
ନୂଆଦିଲ୍ଲୀ: ନିଜ ଜନ୍ମମାଟିକୁ ଫେରି ଆସିଛନ୍ତି ଭାରତ ମାଟିର ଯୋଦ୍ଧା ସନ୍ତାନ ଅଭିନନ୍ଦନ । ପାକିସ୍ଥାନୀ ସେନା କବଳରେ ପାଖାପାଖି ଅଢ଼େଇ ଦିନର ପଣବନ୍ଦୀ ଜୀବନ କାଟିବା ପରେ ଆଜି ରାତିରେ ତାଙ୍କୁ ମୁକ୍ତି ମିଳିଛି । ଭାରତ-ପାକିସ୍ଥାନ ସୀମା ୱାଘା ବର୍ଡର ନିକଟରେ ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ ପାକିସ୍ଥାନ ଫେରାଇ ଦେଇଛି । ନିଜ ମାଟିରେ ଅଭିନନ୍ଦନ ପାଦ ଦେବା କ୍ଷଣି ସମଗ୍ର ଭାରତବର୍ଷରେ ଖୁସିର ଲହରି ଖେଳିଯାଇଛି । ଦେଶର ବିଭିନ୍ନ ସ୍ଥାନରେ ଲୋକମାନେ ବାଣ ଫୁଟାଇ ତାଙ୍କୁ ସ୍ୱାଗତ କରିଛନ୍ତି । ୱାଘା ବର୍ଡର ନିକଟରୁ ତାଙ୍କୁ ପାଛୋଟି ଆଣିଛନ୍ତି ବିଏସଏଫ ଏବଂ ବାୟୁସେନା ଅଧିକାରୀ ।
ସକାଳ ପ୍ରାୟ ୧୦ ଟା ସୁଦ୍ଧା ଅଭିନନ୍ଦନଙ୍କୁ ପ୍ରତ୍ୟାର୍ପଣ କରାଯିବ ବୋଲି ପ୍ରଥମେ ସୂଚନା ମିଳିଥିଲେ ମଧ୍ୟ ସେଥିରେ ବହୁ ବିଳମ୍ବ ହୋଇଥିଲା । ଏହି ବିଳମ୍ବର କାରଣ ଜଣାପଡ଼ିନାହିଁ । ସୂଚନା ଅନୁଯାୟୀ, ଅପରାହ୍ନରେ ପାକିସ୍ଥାନୀ ସେନା କଡ଼ା ସୁରକ୍ଷା ବଳୟ ମଧ୍ୟରେ ତାଙ୍କୁ ଲାହୋରରୁ ଆଣି ପାକିସ୍ଥାନ ଚେକପୋଷ୍ଟରେ ପହଞ୍ଚାଇଥିଲେ । ସେଠାରେ ତାଙ୍କର କଷ୍ଟମସ୍, ଇମିଗ୍ରେସନ୍ କାଗଜପତ୍ର ଯାଞ୍ଚ କରାଯାଇଥିଲା । ଏକ ଡାକ୍ତରୀ ଦ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଆବଶ୍ୟକ ପ୍ରକ୍ରିୟା ସରିଲା ପରେ ଅଭିନନ୍ଦନ ରାତି ଠିକ୍ ୯.୨୧ ମିନିଟ୍ ରେ ଭାରତ ମାଟିରେ ପାଦ ଦେଇଥିଲେ । ଭାରତୀୟ ବାୟୁସେନା ଓ ବିଏସଏଫର ବରିଷ୍ଠ ଅଧିକାରୀ ତାଙ୍କୁ ପାଛୋଟି ଆଣିଥିଲେ ।

ୱାଘା ବର୍ଡର ନିକଟରେ ଅଭିନନ୍ଦନଙ୍କୁ ସ୍ୱାଗତ ଜଣାଇବା ପାଇଁ ଶହ ଶହ ଭାରତବାସୀ ସକାଳୁ ଅପେକ୍ଷା କରିଥିଲେ । ଅଭିନନ୍ଦନ ଭାରତ ମାଟିରେ ପାଦ ଦେବା କ୍ଷଣି ସେମାନେ ଖୁସିରେ ନାଚି ଉଠିଥିଲେ । ପ୍ରୋଟୋକଲ୍ ଅନୁଯାୟୀ, ଅଭିନନ୍ଦନଙ୍କୁ ସ୍ୱାଗତ ଜଣାଇ ସେଠାରେ ବାଜାବାଣ ଫୁଟାଇ ଉତ୍ସବ ପାଳନ ହୋଇ ନ ଥିଲେ ମଧ୍ୟ ଅନତି ଦୂରରେ ଉତ୍ସବର ମାହୋଲ୍ ଦେଖିବାକୁ ମିଳିଥିଲା । ଦେଶର ସବୁ ଜାଗାରେ ଅଭିନନ୍ଦନଙ୍କୁ ସ୍ୱାଗତ ଜଣାଇ ବିଜୟ ଉତ୍ସବ ପାଳନ ଚାଲିଛି ।
ୱାଘା ବର୍ଡରରେ ଅପେକ୍ଷା କରି ରହିଥିବା ଭାରତୀୟ ସେନାର କାରିକେଡ ଅଭିନନ୍ଦନଙ୍କୁ ଅମୃତସର ସେନା ବେସ୍ କ୍ୟାମ୍ପକୁ ଆଣିଥିଲେ । ସେଠାରୁ ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀ ଅଣାଯାଉଛି । ଅଭିନନ୍ଦନଙ୍କ ପ୍ରତ୍ୟାବର୍ତ୍ତନ ସଂକ୍ରାନ୍ତରେ ଏୟାର ଭାଇସ୍ ମାର୍ଶାଲ୍ ଆରଜିକେ କାପୁର ସୂଚନା ଦେଇଛନ୍ତି । ଅଭିନନ୍ଦନ ଏୟାର ପ୍ଲେନ୍ ରୁ ଖସିପଡ଼ିଥିବାରୁ ତାଙ୍କର ଡାକ୍ତରୀ ପରୀକ୍ଷା କରାଯିବ ବୋଲି କହିଛନ୍ତି ।
Previous Post

ଫେରିଆସିଲେ ଅଭିନନ୍ଦନ, ଖୁସିରେ ନାଚିଲା ଦେଶ

Next Post

କ୍ରିଷାନ କୁମାର ହେଲେ ପୂର୍ତ୍ତ ସଚିବ, ବଲୱନ୍ତ ସିଂ ବିଡ଼ିଏ ଉପାଧ୍ୟକ୍ଷ

Next Post
କ୍ରିଷାନ କୁମାର ହେଲେ ପୂର୍ତ୍ତ ସଚିବ, ବଲୱନ୍ତ ସିଂ ବିଡ଼ିଏ ଉପାଧ୍ୟକ୍ଷ

କ୍ରିଷାନ କୁମାର ହେଲେ ପୂର୍ତ୍ତ ସଚିବ, ବଲୱନ୍ତ ସିଂ ବିଡ଼ିଏ ଉପାଧ୍ୟକ୍ଷ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA