Monday, May 25, 2026 02:31 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଜାମିନ୍‌ ପାଇଁ କଟକରେ ! ଗିରଫ ପୁରୀରୁ

by Our Correspondent
04 Jul, 2016- 05:11 PM
in News
1 min read
0
ଜାମିନ୍‌ ପାଇଁ କଟକରେ !  ଗିରଫ ପୁରୀରୁ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଜୁନ୍‌ ୩୦ ତାରିଖରେ ଗିରଫ ହୋଇଥିଲେ ପପୁ ପମ୍‌ ପମ୍‌ । ପୁରୀର ନନ୍ଦିଘୋଷ ଆପାର୍ଟମେଣ୍ଟରେ ଲୁଚିଥିବା ବେଳେ କମିଶନରେଟ୍‌ ପୁଲିସର ସ୍ୱତନ୍ତ୍ର ସ୍କ୍ୱାଡ୍‌ ତାଙ୍କୁ କୁଆଡେ ଠାବ କଲେ । ପୁଲିସ ଗଣମାଧ୍ୟମରେ ଏକଥା ଛାତି ଫୁଲାଇ ଘୋଷଣା କରିବା ପରେ ପପୁ ଗିରଫଦାରୀକୁ ନେଇ ଚାଲିଥିବା ଚର୍ଚ୍ଚାର ପରିସମାପ୍ତି ଘଟିଲା । ତେବେ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ପୁଲିସ ଖାତାରେ ଫେରାର ପପୁ ଗିରଫ ଦିନ ହିଁ ହାଇକୋର୍ଟରେ ଆଗୁଆ ଜାମିନ୍‌ ଆବେଦନ କରିଥିଲେ । ହାଇକୋର୍ଟରେ ନିଜେ ଆଫିଡେଭିଟ୍‌ ଦେଇ ଆଗୁଆ ଜାମିନ୍‌ ଆବେଦନରେ ଦସ୍ତଖତ କରିଥିଲେ । ପୁଲିସ ଆଖିରେ ମୋଷ୍ଟ ୱାଣ୍ଟେଡ୍‌ ପପୁ ହାଇକୋର୍ଟ ଗଲେ ଅଥଚ ପୁଲିସକଳ ଜାଣିପାରିଲା ନାହିଁ । ଓଲଟି ସେଇ ଏକାଦିନରେ ପୁରୀରୁ ତାଙ୍କୁ ଗିରଫ କରିଥିବା କହିଲା । ପପୁ ଗିରଫର ଏହି ଜଟିଳ ଗଣିତ ଏବେ ସାଧାରଣଲୋକଙ୍କ ମୁଣ୍ଡ ଖରାପ କରିଦେଇଛି ।

ହାଇକୋର୍ଟ କାଗଜପତ୍ର କହୁଛି, ୩୦ ତାରିଖରେ ତତ୍ତ୍ୱପ୍ରକାଶ ଶତପଥୀ ଓରଫ୍‌ ପପୁ ଆସିଥିଲେ ଆଗୁଆ ଜାମିନ୍‌ ଆବେଦନ ପାଇଁ କଟକ ହାଇକୋର୍ଟକୁ । ତାଙ୍କର ଓକିଲ ଥିଲେ ଅଶ୍ୱିନୀ କୁମାର ଦାସ । କେସ୍‌ ନମ୍ବର ଥିଲା ଏବିଏଲ୍‌ ଏପିଏଲ୍‌ -୧୧୦୦୬/୨୦୧୬ । ନିୟମ ଅନୁଯାୟୀ, ଅଭିଯୁକ୍ତ ପୁଲିସ ଏଫଆଇଆର୍‌ କପି ସଂଲଗ୍ନ ସହ ନିଜର ଠିକଣା, ପରିଚୟର ଆଫିଡେଭିଟ୍‌ ଗୁନ୍ଥି ଆଗୁଆ ଜାମିନ୍‌ ଆବେଦନ କରିବେ । ହାଇକୋର୍ଟରେ ଏହା ଫାଇଲ୍‌ ହେବା ମାତ୍ରେ କପି ନିମିଷକେ ଯିବ ଆଡଭୋକେଟ୍‌ ଜେନେରାଲ୍‌ଙ୍କ ଅଫିସକୁ । ସେହି ରସିଦ ଆସିଲା ପରେ ଯାଇ କେସ୍‌ଟି ତାଲିକାଭୁକ୍ତ ହେବ । ସୁତରାଂ ପପୁ ଆଗୁଆ ଜାମିନ୍‌ ଆବେଦନ କଲାବେଳେ ନିଜେ ହାଇକୋର୍ଟରେ ଉପସ୍ଥିତ ରହିଥିବେ । ନଚେତ୍‌ ତାଙ୍କ ଦସ୍ତଖତ ଜାଲିଆତି କରାଯାଇଥିବା ଧରାହେବ । ଯଦି ଜାଲିଆତି ନ କରି ପପୁ ସତରେ ହାଇକୋର୍ଟ ଯାଇଥିଲେ ତେବେ ପୁଲିସ ତାଙ୍କୁ ପୁରୀରୁ ଗିରଫ କଲା କେମିତି ? ପୁଲିସର ଏହା ନାଟକବାଜି ନୁହେଁ କି ବୋଲି ଏବେ ପ୍ରଶ୍ନ ଉଠିଲାଣି ।
ସୂଚନାଯୋଗ୍ୟ, ପପୁଙ୍କ ବିରୋଧରେ ନାବାଳିକା ଯୌନ ନିର୍ଯ୍ୟାତନା ମାମଲା ମହିଳା ଥାନାରେ ଜୁନ୍‌ ୨୭ ତାରିଖରେ ରୁଜୁ ହୋଇଥିଲା । ମାମଲା ରୁଜୁ ହେଲା କ୍ଷଣି ପପୁ ଅନ୍ତର୍ଦ୍ଧାନ ହୋଇଗଲେ । ଏହା ପରେ ପୁଲିସ ତାଙ୍କୁ ଗିରଫ କରିବା ପାଇଁ ଗଣମାଧ୍ୟମ ସାମନାରେ ବହୁ କସରତ୍‌ କଲା । ଖଣ୍ଡଗିରିରେ ତାଙ୍କ ବନ୍ଦ ଘରେ ନୋଟିସ୍‌ ଝୁଲାଇ ଫେରିଲା । ସେପଟେ ଜୁନ୍‌ ୨୯ ତାରିଖରେ ପପୁଙ୍କୁ ଦଳରୁ ବହିଷ୍କୃତ କଲା ବିଜେଡ଼ି । ଆଉ ପରଦିନ ଗିରଫ କଲା ପୁରୀରୁ । ମଜ୍ଜାର କଥା ୨୮ ତାରିଖରେ ପପୁ ଗିରଫ ହୋଇଥିବା ପ୍ରଚାର ହୋଇଥିଲା । ଏବେ ପପୁଙ୍କ ଗିରଫ ଏପିସୋଡ୍‌ ସରିଥିଲେ ମଧ୍ୟ ତାଙ୍କର ଆଗୁଆ ଜାମିନ୍‌ ଆବେଦନ ଅଧ୍ୟାୟଟି ମାମଲାକୁ ଗଡ଼ବଡ଼ କରିଛି ।

Previous Post

ମୋତିଲାଲ ଖେଳ ଖତମ୍‌, ନେତା ଛାନିଆଁ

Next Post

ସାଂଘାତିକ ସତ୍ୟ: ମୁଖ୍ୟମନ୍ତ୍ରୀଙ୍କୁ ପଟି ମାରିଲେ ତହସିଲଦାର

Next Post
ସାଂଘାତିକ ସତ୍ୟ: ମୁଖ୍ୟମନ୍ତ୍ରୀଙ୍କୁ ପଟି ମାରିଲେ ତହସିଲଦାର

ସାଂଘାତିକ ସତ୍ୟ: ମୁଖ୍ୟମନ୍ତ୍ରୀଙ୍କୁ ପଟି ମାରିଲେ ତହସିଲଦାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA