Monday, May 25, 2026 03:11 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମୋତିଲାଲ ଖେଳ ଖତମ୍‌, ନେତା ଛାନିଆଁ

by Our Correspondent
03 Jul, 2016- 07:46 PM
in News
1 min read
0
ମୋତିଲାଲ ଖେଳ ଖତମ୍‌, ନେତା ଛାନିଆଁ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଜୁନ୍‌ ୨୪ରୁ ଜୁଲାଇ ୩ । ୧୦ ଦିନର ଲୁଚୁକାଳି ଖେଳ ପରେ ଡାକ୍ତର ମୋତିଲାଲ୍‌ ଗୌଡ଼ଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ । ୨୪ ତାରିଖରେ ହାଇକୋର୍ଟରେ ଡାକ୍ତରଙ୍କ ଆଗୁଆ ଜାମିନ୍‌ ଆବେଦନର ଶୁଣାଣୀ କରିଥିଲେ ଜଷ୍ଟିସ୍‌ ଦାସ । ଜାମିନ୍‌ ଆବେଦନକୁ ନାକଚ କରି ସନ୍ଧ୍ୟାରେ ରାୟ ଶୁଣାଇଥିଲେ । କଟକରେ ରାୟ ଶୁଣାଣି ବେଳକୁ ଭୁବନେଶ୍ୱରରେ ମନ୍ତ୍ରୀ କ୍ୱାଟର୍‌ରେ ଗମାତ୍‌ କରୁଥିବା ମୋତିଲାଲ ଖବର ପାଇବା କ୍ଷଣି ଚମ୍ପଟ୍‌ ମାରିଥିଲେ । ସିଧା ନୟାଗଡ଼ ବାଟ ଦେଇ ଓଡ଼ିଶା ପାର୍‌ ହୋଇଯାଇଥିବା ସେଦିନ ଆମର ବ୍ରେକିଂ ଖବର ଥିଲା । କହିବା ବାହୁଲ୍ୟ, ସେଦିନର ଆମ ଖବରଟି ଯେ ସତ ଥିଲା ତାହା ପ୍ରମାଣିତ ହୋଇଛି ।

କ୍ରାଇମବ୍ରାଞ୍ଚର ୪ ଜଣିଆ ସ୍ୱତନ୍ତ୍ର ଟିମ୍‌ ୪ ଦିନ ଧରି ତାଙ୍କୁ ଟ୍ରାକ୍‌ କଲା ପରେ ବିଶାଖାପାଟଣା-ବିଜୟନଗରମ୍‌ ଅଞ୍ଚଳରୁ ଗିରଫ କରିବାକୁ ସକ୍ଷମ ହୋଇଥିବା ଦାବି କରିଛନ୍ତି ସ୍ୱତନ୍ତ୍ର ଡିଜି ବିଜୟ କୁମାର ଶର୍ମା । କିଛି ଆଇନଜ୍ଞଙ୍କ ମତରେ କ୍ରାଇମବ୍ରାଞ୍ଚ ପୁଲିସ ଯଦି ସେଠାରୁ ତାଙ୍କୁ ଗିରଫ କଲେ, ଆଗ ସ୍ଥାନୀୟ କୋର୍ଟରେ ହାଜର କରିବା କଥା । ମାତ୍ର ତାଙ୍କୁ ସ୍ଥାନୀୟ କୋର୍ଟରେ ହାଜର ନ କରି ସିଧା କଟକ କେମିତି ନେଇଆସିଲେ ? ଅର୍ଥାତ୍‌ ଭାଇଜାକ୍‌ରୁ ଗିରଫ ହେବା ନେଇ କେତେକଙ୍କ ମନରେ ସନ୍ଦେହ ଉଙ୍କି ମାରିଛି । ୧୦ ଦିନ ଧରି ଯାହା ହେଉ ପଛେ, ସେଥିରୁ ଯେଉଁ ଲୁଚୁକାଳି ଖେଳ ଥାଉ ପଛେ, କ୍ରାଇମବ୍ରାଞ୍ଚର ଏହା ବିଳମ୍ବ ସଫଳତା ବୋଲି କୁହାଯିବ ।

ଗିରଫ ଡାକ୍ତର ମୋତିଲାଲ୍‌ଙ୍କୁ ସୋମବାର କୋର୍ଟରେ ହାଜର କରି ୭ ଦିନ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି କ୍ରାଇମବ୍ରାଞ୍ଚ ପୁଲିସ । କୋର୍ଟର ଅନୁମତି ମିଳିଲେ ୭ ଦିନ ଧରି ପୁଲିସ ତାଙ୍କୁ ଛାନଭିନ୍‌ କରିବ । ମନ୍ତ୍ରୀ, ବିଧାୟକ, ଅଫିସରଙ୍କ ସହ ସମ୍ପର୍କର ଖୋଳତାଡ଼ କରିବ । ବିଗତ କେଇ ବର୍ଷ ମଧ୍ୟରେ ପ୍ରଭାବଶାଳୀ ରାଜନେତା ଗୋଷ୍ଠୀଙ୍କ ସହ ସେ କେତେଥର ଓଡିଶା ବାହାରକୁ ଟୁର୍‌ କରିଥିଲେ ? କେଉଁଠି ରହିଥିଲେ, ଖାଇଥିଲେ ? କାହା ପକେଟରୁ ପଇସା ଖର୍ଚ୍ଚ ହୋଇଥିଲା ? ଓଡ଼ିଶା ବାହାରେ ମଉଜ ମଜଲିସ କରିବା ପାଇଁ ଡାକ୍ତର ଓ ସହଯୋଗୀ ଅଫିସର ସଂପୃକ୍ତ ବିଭାଗୀୟ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ନେଇଥିଲେ ନା ନାହିଁ ? ଅଫିସରେ ଛୁଟି ଦରଖାସ୍ତ ଦେଇଥିଲେ ନା ନାହିଁ ? ପ୍ରଭାବଶାଳୀ ମନ୍ତ୍ରୀ, ବିଧାୟକଙ୍କ ସହ ସମ୍ପର୍କର ଆଧାର କ’ଣ ? ସେମାନଙ୍କ ମଧ୍ୟରେ କିଛି ଦେଣନେଣ ଥିଲା ନା ନାହିଁ ? ଚାକିରି କ୍ଷେତ୍ରରେ ସେହି ପ୍ରଭାବଶାଳୀ ରାଜନେତାଙ୍କ ସହଯୋଗ ଓ ଆର୍ଶିବାଦ ଥିଲା କି ନାହିଁ ? ଇତ୍ୟାଦି ଇତ୍ୟାଦି ଅନେକ ପ୍ରଶ୍ନର ଉତ୍ତର ଡାକ୍ତର ମୋତିଲାଲ୍‌ଙ୍କ ମୁହଁରୁ ପୁଲିସ ଓଗାଳିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଆଉ ଗିରଫ ଡାକ୍ତରଙ୍କ ହାବଭାବ ଯାହା ଏସବୁ ପ୍ରଶ୍ନର ଉତ୍ତର ଓଗାଳିବାକୁ ବେଶୀ ସମୟ ଲାଗିବନି ବୋଲି ସେ ନିଶ୍ଚିତ କରାଇଛନ୍ତି ।

କ୍ରାଇମବ୍ରାଞ୍ଚର ଏହି ଅଧିକାରୀଜଣଙ୍କ କଥା ଗ୍ରହଣୀୟ ହୋଇପାରେ । ମାତ୍ର ମୋତିଲାଲଙ୍କ ମନ ଓଗଳା କଥାକୁ କ୍ରାଇମବ୍ରାଞ୍ଚ ଲାଇଭ୍‌ ରେକର୍ଡ କରିବ ନା କଇଁଚି ବଜେଇବ ତାହା ଏବେ ସନ୍ଦେହରେ । ଡାକ୍ତର ମୋତିଲାଲ ପ୍ରସଙ୍ଗରେ ନବୀନ ସରକାର ମୁଣ୍ଡାଇଥିବା ବଦନାମ ଓ ନିନ୍ଦାକୁ ସାଷ୍ଟାଙ୍ଗ କରିବାକୁ ରାଜ୍ୟ ସରକାରଙ୍କ ଅଧୀନରେ ଥିବା କ୍ରାଇମବ୍ରାଞ୍ଚ ଯେ ସାହାସ କରିବ ତାହାକୁ ଜନସାଧାରଣ ବିଲକୁଲ୍‌ ବିଶ୍ୱାସ କରୁନାହାନ୍ତି । ନିକଟ ଅତୀତରେ ଚିଟ୍‌ଫଣ୍ଡ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ଅବିଶ୍ୱାସର ବରିଷ୍ଠ ପ୍ରମାଣ ରଖିଛି । ଚିଟ୍‌ଫଣ୍ଡ ତଦନ୍ତ ଷ୍ଟାଇଲ୍‌ରେ ମୋତିଲାଲ୍‌ଙ୍କ ଜାଲିଆତିର ତଦନ୍ତ ହେଲେ ମୋତିଲାଲ୍‌ ସିନା ଦୋଷୀ ହୋଇ ଦଣ୍ଡ ପାଇବେ ହେଲେ ତାଙ୍କ କାରନାମାର ପୃଷ୍ଠପୋଷକ ବନିଥିବା ବଡ଼ବଡ଼ିଆ ଯେ ଖସି ନଯିବେ ତାହା କିଏ କହିବ ?

ତେବେ ଆଗତୁରା ଏମିତିକା ଆଶଙ୍କା ଛାଡ଼ି କ୍ରାଇମବ୍ରାଞ୍ଚର ନିରପେକ୍ଷ ତଦନ୍ତକୁ ଅପେକ୍ଷା କରିବା କଥା । ବିଜୟ କୁମାର ଶର୍ମାଙ୍କ ଭଳି ଦଣ୍ଠା ଅଫିସରଙ୍କଠାରୁ ଏହା ସମସ୍ତଙ୍କ ଆଶା । ଅନ୍ୟପକ୍ଷରେ ଡାକ୍ତର ମୋତିଲାଲଙ୍କ ଗିରଫ ପରେ ଛାନିଆଁ ହୋଇଯାଇଛନ୍ତି ତାଙ୍କର ରାଜନୈତିକ ପୃଷ୍ଠପୋଷକ ଗୋଷ୍ଠୀ । ମୋତିଲାଲ କ’ଣ ନାଇଁ କ’ଣ ଓଗାଳିବେ ସେହି ଡର ଖାଇଛି ପୁରୋଧା ନେତାଙ୍କୁ । କ୍ରାଇମବ୍ରାଞ୍ଚ ମୋତିଲାଲଙ୍କ ସମସ୍ତ ପାପ ସାମନାକୁ ଆଣିବା ଓ ରାଜନୈତିକ ପୁରୋଧାଙ୍କୁ ସମାନ ଦଣ୍ଡ ଦେବା ଖୋଦ୍‌ ସରକାରଙ୍କ ପାଇଁ ଆହ୍ୱାନ ହୋଇଛି ।

Previous Post

ସାଂଘାତିକ: ବାର୍‌ ସଦସ୍ୟ ଥାଇ ମନ୍ତ୍ରୀ !

Next Post

ଜାମିନ୍‌ ପାଇଁ କଟକରେ ! ଗିରଫ ପୁରୀରୁ

Next Post
ଜାମିନ୍‌ ପାଇଁ କଟକରେ !  ଗିରଫ ପୁରୀରୁ

ଜାମିନ୍‌ ପାଇଁ କଟକରେ ! ଗିରଫ ପୁରୀରୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA