Monday, May 25, 2026 03:52 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସାଂଘାତିକ: ବାର୍‌ ସଦସ୍ୟ ଥାଇ ମନ୍ତ୍ରୀ !

by Our Correspondent
30 Jun, 2016- 06:39 PM
in News, Politics
1 min read
0
ସାଂଘାତିକ: ବାର୍‌ ସଦସ୍ୟ ଥାଇ ମନ୍ତ୍ରୀ !

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ହାତରେ ରଖିଛନ୍ତି ବାର୍‌ ଲାଇସେନସ୍‌ । ଆଉ ସରକାରୀ ଦରମା ପାଇ ବସିଛନ୍ତି ମନ୍ତ୍ରୀ ପଦରେ । ଏଭଳି ସାଂଘାତିକ କାରସାଦିର ଦାଗ ଲାଗିଛି ରାଜ୍ୟର ଖୋଦ୍‌ ଆଇନମନ୍ତ୍ରୀ ଡକ୍ଟର ଅରୁଣ ସାହୁଙ୍କ ଉପରେ । ରାଜ୍ୟ ବାର୍‌ କାଉନସିଲ୍‌ ଦୃଷ୍ଟିକୁ ଆଜି ଏହି ଜାଲିଆତି ଅଭିଯୋଗ ଆସିଲା ପରେ ହରଡ଼ଘଣାରେ ପଡ଼ିଛନ୍ତି ଆଇନମନ୍ତ୍ରୀ । ତେବେ ଖାଲି ଏହି ଗୋଟିଏ ଜାଲିଆତି ନୁହଁ, ବୋଧହୁଏ ଧରାପଡ଼ିଯିବା ଭୟରେ ବାର୍‌ କାଉନସିଲ୍‌ ସଦସ୍ୟତା ୱେବ୍‌ସାଇଟ୍‌ରେ ଅରୁଣ ସାହୁଙ୍କ ବାପାଙ୍କ ନାଁ ଓ ଘର ଠିକଣା ବଦଳିଯାଇଛି । ଡାକ୍ତର ମୋତିଲାଲ୍‌ ଗୌଡ଼ ଜାଲିଆତିରେ ପୃଷ୍ଠପୋଷକର କଳଙ୍କ ଲାଗିଥିବା ଆଇନମନ୍ତ୍ରୀଙ୍କ ବିରୋଧରେ ଖାସ୍‌ ଏତେବଡ଼ ନିଜସ୍ୱ ଜାଲିଆତି ଅଭିଯୋଗ ତାଙ୍କୁ ସଙ୍ଗୀନ ବିପଦ ଭିତରକୁ ଟାଣିନେଇଛି ।

ଓଡ଼ିଶା ରାଜ୍ୟ ବାର୍‌ କାଉନସିଲ୍‌ ରେଜିଷ୍ଟର କହୁଛି ଆଇନମନ୍ତ୍ରୀ ଡକ୍ଟର ଅରୁଣ ସାହୁ ଗତ ୩୦.୩.୧୯୯୬ ରେ କାଉନସିଲ୍‌ ସଦସ୍ୟ ଭାବେ ନାଁ ଦରଜ୍‌ କରିଥିଲେ । ତାଙ୍କ ଏନରୋଲ୍‌ମେଣ୍ଟ ନମ୍ବର ହେଉଛି ୧୧୨୮/୧୯୯୬ । କଟକ ବାର୍‌ ଆସୋସିଏସନ୍‌ ହେଉଛି ତାଙ୍କର କର୍ମସ୍ଥଳ । ବାର୍‌ ସଦସ୍ୟତା ଖାତାରେ ଅରୁଣଙ୍କର ନୋମିନି ଅଛନ୍ତି ଭାଇ ପ୍ରଦୀପ କୁମାର ସାହୁ । ନାଁ ରେଜିଷ୍ଟ୍ରେସନ୍‌ ପରେ ନିୟମ ମୁତାବକ ଅରୁଣ ବାର୍‌
ୱେଲଫେୟାର୍‌ ଫିସ୍‌ ବାବଦକୁ ୬୧୦ ଟଙ୍କା, ବାର୍‌ କାଉନସିଲ୍‌ ଅଫ ଇଣ୍ଡିଆ ଫିସ୍‌ ୩୩୦ ଟଙ୍କା ଏବଂ ଡେଥ୍‌ ବେନଫିଟ୍‌ ସ୍କିମ୍‌ ବାବଦକୁ ୧୦୦୦ ଟଙ୍କା ଫିସ୍‌ ଦେଇ ରସିଦ କାଟିଥିଲେ । ତାଙ୍କ ନାଁରେ କଟାଯାଇଥିବା ମନି ରିସିପ୍ଟ ନମ୍ବର ହେଉଛି ୧୯୧୩/୨୨.୦୪.୧୯୯୬ । ଆଇନ ଡିଗ୍ରୀ ହାସଲ କରିଥିବା ଅରୁଣ ହାଇକୋର୍ଟ ବାର୍‌ ଆସୋସିଏସନ୍‌ରେ ନାଁ ଚଢ଼ାଇ ଓକିଲାତି କରିବାରେ କିଛି ଦୋଷ ନାହିଁ କି କାହାରି ଅଙ୍ଗୁଳି ଉଠାଇବାର ନାହିଁ । ମାତ୍ର ବାର୍‌ ମେମ୍ବର ଥାଇ ବିଧାୟକ ଓ ମନ୍ତ୍ରୀ ପଦ ଭଳି ସରକାରଙ୍କ ଲାଭଜନକ ପଦବୀରେ ରହିବା ଆଇନ ଆଖିରେ ନିଶ୍ଚିତ ମାରାତ୍ମକ ।

ଆଡଭୋକେଟ୍‌ ଆକ୍ଟ, ୧୯୬୧ କହୁଛି, ରାଜ୍ୟ ବାର୍‌ କାଉନସିଲ୍‌ରେ ଓକିଲ ପଞ୍ଜୀକୃତ ହୋଇଥିବା ବ୍ୟକ୍ତି କୌଣସି ସରକାରୀ ଲାଭଜନକ ସଂସ୍ଥା (ଅଫିସ୍‌ ଅଫ୍‌ ପ୍ରଫିଟ୍‌))ରେ କାର୍ଯ୍ୟ କରିପାରିବେ ନାହିଁ । ଯଦି କରନ୍ତି, ତେବେ ତାଙ୍କୁ ଲାଇସେନସ୍‌ ସରେଣ୍ଡର୍‌ କରିବାକୁ ପଡ଼ିବ । ମାତ୍ର ଅରୁଣ ତାହାର ଉଲ୍ଲଂଘନ କରିଛନ୍ତି । ବିଧାୟକ ଏବଂ ମନ୍ତ୍ରୀ ପଦ ଭଳି ସରକାରୀ ଦରମାପ୍ରାପ୍ତ ଲାଭଜନକ ସଂସ୍ଥାରେ ଯୋଗଦେବା ପୂର୍ବରୁ ସେ ଓକିଲ ଲାଇସେନସ୍‌ ସରେଣ୍ଡର କରି ନ ଥିବା ଅଭିଯୋଗ ହୋଇଛି । ଅର୍ଥାତ୍‌ ବାର୍‌ କାଉନସିଲ୍‌ରେ ଓକିଲ ରହିବା ସାଙ୍ଗକୁ ମନ୍ତ୍ରୀ ପଦରେ ଅଛନ୍ତି ଡକ୍ଟର ଅରୁଣ ସାହୁ । ଆଡଭୋକେଟ୍‌ ଆକ୍ଟ,୧୯୬୧ର ଧାରା ୩୫ ଅନୁଯାୟୀ ଏହା ଏକ ମେଜର୍‌ ମିସ୍‌କଣ୍ଡକ୍ଟ୍‌ । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସାଙ୍ଗକୁ ଓକିଲ ଲାଇସେନସ୍‌ ରଦ୍ଦ ହେବା ଆବଶ୍ୟକ ବୋଲି ଅଭିଯୋଗକାରୀ ଆଡଭୋକେଟ୍‌ ରଣଜିତ୍‌ ଦାଶ ଆବେଦନ କରିଛନ୍ତି ।

ତେବେ ଅରୁଣଙ୍କର ତଥାକଥିତ ବେଆଇନ କାର୍ଯ୍ୟ ଏତିକିରେ ସୀମିତ ନାହିଁ । ତଥ୍ୟ ପ୍ରଘଟ ହେବା ଆଶଙ୍କାରେ ରାଜ୍ୟ ବାର୍‌ କାଉନସିଲ୍‌ ୱେବସାଇଟ୍‌ରେ ତାଙ୍କ ପରିଚୟକୁ ଜାଲିଆତି କରାଯାଇଛି । ବାର୍‌ କାଉନସିଲ୍‌ ରେଜିଷ୍ଟର ଓ ୱେବସାଇଟ୍‌ରେ ତାଙ୍କର ଏନରୋଲମେଣ୍ଟ ନମ୍ବରରେ ଭିନ୍ନ ପରିଚୟ ଦେଖିବାକୁ ମିଳିଛି । ରେଜିଷ୍ଟରରେ ତାଙ୍କର ପ୍ରକୃତ ଠିକଣା ଥିଲା ବେଳେ ୱେବସାଇଟ୍‌ରେ ତାଙ୍କର କେବଳ ନାଁ ଟି ଠିକ୍‌ ରହିଛି । ମାତ୍ର ବାପାଙ୍କ ନାଁ, ଘର ଠିକଣା ଓ ନୋମିନିଙ୍କ ନାଁ ଅଲଗା ହୋଇଯାଇଛି । ଏହା କିଭଳି ସମ୍ଭବ ହୋଇଛି ତାହା ବୁଝି ହେଉନାହିଁ । ଚତୁରତାର ସହ ୱେବସାଇଟ୍‌ ତଥ୍ୟକୁ ବଦଳାଯାଇଥିବା ସ୍ପଷ୍ଟ ଜଣାପଡୁଛି ।

ଆଇନମନ୍ତ୍ରୀଙ୍କ ବିରୋଧରେ ଏଭଳି ସଙ୍ଗୀନ ବେଆଇନ ଓ ଜାଲିଆତି ଅଭିଯୋଗ ହସ୍ତଗତ ହେଲା ପରେ ରାଜ୍ୟ ବାର୍‌ କାଉନସିଲ୍‌ ତାହାକୁ ଗୁରୁତର ସହ ନେଇଛି । ଆସନ୍ତାକାଲି ଏହା ଉପରେ ଆଇନମନ୍ତ୍ରୀଙ୍କୁ ନୋଟିସ୍‌ ପଠାଯିବ ବୋଲି ବାର୍‌ ପକ୍ଷରୁ କୁହାଯାଇଛି । ଡାକ୍ତର ମୋତିଲାଲ ଗୌଡ଼ ଜାଲିଆତି ବିବାଦରେ ଫସିଥିବା ଆଇନମନ୍ତ୍ରୀଙ୍କ ବିରୋଧରେ ପୁଣି ଏହି ସଙ୍ଗୀନ ଅଭିଯୋଗ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରିଛି । ତେବେ ଏ ସଂକ୍ରାନ୍ତରେ ଆଇନମନ୍ତ୍ରୀଙ୍କ ମତାମତ ଜାଣିବାକୁ ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇନାହିଁ ।

Previous Post

ଝାରପଡ଼ା ଗଲେ ପପୁ ପମ୍‌ ପମ୍‌

Next Post

ମୋତିଲାଲ ଖେଳ ଖତମ୍‌, ନେତା ଛାନିଆଁ

Next Post
ମୋତିଲାଲ ଖେଳ ଖତମ୍‌, ନେତା ଛାନିଆଁ

ମୋତିଲାଲ ଖେଳ ଖତମ୍‌, ନେତା ଛାନିଆଁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA