Thursday, April 30, 2026 11:05 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଜୁଲାଇ ଷ୍ଟ୍ରାଟେଜି ପାଇଁ ଫିଡବ୍ୟାକ୍ ନେଲେ ମୁଖ୍ୟମନ୍ତ୍ରୀ

by Our Correspondent
29 Jun, 2020- 10:34 PM
in Latest News, News
1 min read
0
ଜୁଲାଇ ଷ୍ଟ୍ରାଟେଜି ପାଇଁ ଫିଡବ୍ୟାକ୍ ନେଲେ ମୁଖ୍ୟମନ୍ତ୍ରୀ

ଜିଲ୍ଲାପାଳ,ଏସପିଙ୍କ ସହ ଭିଡ଼ିଓ କନଫରେନ୍ସିଂ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ି ଚାଲିଥିବାରୁ ଜୁଲାଇ ମାସରେ ସରକାର କି ରଣନୀତି ଆପଣେଇବେ ତାହାକୁ ସମସ୍ତଙ୍କର ଅପେକ୍ଷା ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡ଼ିଓ କନଫରେନ୍ସିଂରେ ଜିଲ୍ଲାପାଳ ଓ ଏସପିମାନଙ୍କ ସହ ଆଲୋଚନା କରି ଫିଡ୍ ବ୍ୟାକ୍ ନେଇଛନ୍ତି । ସେମାନଙ୍କର ମତାମତ ଭିତ୍ତିରେ କୋଭିଡ୍ ପରିଚାଳନା ପାଇଁ ବିସ୍ତୃତ ରଣନୀତି ପ୍ରସ୍ତୁତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଆଲୋଚନା କାଳରେ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ଓ ଏସପିମାନଙ୍କୁ କେତୋଟି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିଲେ ।
~ କୋଭିଡ୍ ଯୋଦ୍ଧାଙ୍କ ସ୍ୱାସ୍ଥ୍ୟର ଯତ୍ନ ପ୍ରତି ଯଥେଷ୍ଟ ଧ୍ୟାନ ଦିଅନ୍ତୁ । କାରଣ ଲୋକଙ୍କ ସୁରକ୍ଷା ପାଇଁ ସେମାନେ ଅନେକ ତ୍ୟାଗ କରୁଛନ୍ତି । ତେଣୁ ସେମାନେ ଆଗ ନିଜର ସୁରକ୍ଷା ସମ୍ପର୍କରେ ସଚେତନ ହେବା ଗୁରୁତ୍ୱପୂର୍ଣ୍ଣ ।
~ ସଂକ୍ରମିତ କୋଭିଡ୍ ଯୋଦ୍ଧାଙ୍କ ସହ ସେ ନିଜେ ଫୋନ୍ ରେ କଥା ହୋଇ ଭଲମନ୍ଦ ବୁଝୁଛନ୍ତି । ବରିଷ୍ଠ ଅଧିକାରୀମାନେ ମଧ୍ୟ ନିଜେ ସେମାନଙ୍କ ସହ କଥା ହୁଅନ୍ତୁ । ଏହାଦ୍ୱାରା ଯୋଦ୍ଧାମାନଙ୍କ ମନୋବଳ ବୃଦ୍ଧି ପାଇବ ।
~ ବିଭିନ୍ନ ସରକାରୀ ଅଫିସଗୁଡ଼ିକ ଯେପରି ସଂକ୍ରମଣମୁକ୍ତ ରହିବ, ତାହାକୁ ଗୁରୁତ୍ୱ ଦିଅନ୍ତୁ । କୋଭିଡ୍ ନିୟମର କଡ଼ାକଡ଼ି ଅନୁପାଳନ କରି ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ଶୂନ୍ୟ ସଂକ୍ରମଣ ଅଞ୍ଚଳ କରି ରଖିବା ସହ କର୍ମଚାରୀମାନେ କ’ଣ କରିବେ, କ’ଣ ନ କରିବେ ସେ ସମ୍ପର୍କରେ ବ୍ୟାପକ ସଚେତନ କରାନ୍ତୁ । ସବୁ କାର୍ଯ୍ୟାଳୟର ମୁଖ୍ୟ ଏଥିପାଇଁ ଦାୟୀ ରହିବେ ।
~ ମାସ୍କର ଉପଯୁକ୍ତ ବ୍ୟବହାର ଓ ସାମାଜିକ ଦୂରତା ନିୟମର କଡ଼ାକଡ଼ି ପାଳନ ସହ ଉଲ୍ଲଂଘନ କ୍ଷେତ୍ରରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଇତିମଧ୍ୟରେ ତିନି ମାସ ବିତିଯାଇଥିବାରୁ ଏସବୁ ଉଲ୍ଲଂଘନ ଘଟଣାରେ ଏଣିକି ପୁଲିସ ଓ ପ୍ରଶାସନ ଅଧିକ କଠୋର ହୁଅନ୍ତୁ ।
~ ଗାଁ କଲ୍ୟାଣ ସମିତି ସ୍ତରରେ କୋଭିଡ୍ କେୟାର କମିଟି ଗଠନ, ସେମାନଙ୍କୁ ପାଣ୍ଠି ଓ କ୍ଷମତା ପ୍ରଦାନ, ସେମାନଙ୍କୁ ଟ୍ରେନିଂ ଏବଂ ସେମାନଙ୍କ କାର୍ଯ୍ୟକ୍ରମକୁ ମନିଟିରଂ କରିବା ପାଇଁ ବିଧିବଦ୍ଧ ବ୍ୟବସ୍ଥା ଗ୍ରହଣ କରାଯାଉ । ପ୍ରତି ପଞ୍ଚାୟତରେ କୋଭିଡ୍ ହୋମ୍ ସ୍ଥାପନ ଏବଂ କେତେକ ପଞ୍ଚାୟତକୁ ନେଇ ଟିଏମସି ଗଠନ, ସେମାନଙ୍କୁ ପାଣ୍ଠି ଯୋଗାଣ ଓ ସେବା ପ୍ରଦାନ ବ୍ୟବସ୍ଥା ଆଦି ବିଭିନ୍ନ ବିଷୟକୁ ଗୁରୁତ୍ୱ ଦିଆଯାଉ ।
~ ଘରୋଇ ହସ୍ପିଟାଲ୍ ଗୁଡ଼ିକ କୋଭିଡ୍ ଗାଇଡଲାଇନ୍ ପାଳନ କରୁଛନ୍ତି ନା ନାହିଁ, ତାହାର ବାରମ୍ବାର ଯାଞ୍ଚ କରାଯାଉ ଏବଂ ସେମାନଙ୍କୁ ଅଧିକରୁ ଅଧିକ ସଚେତନ କରାଯାଉ ।
~ ହଟସ୍ପଟ୍ ଅଞ୍ଚଳଗୁଡ଼ିକରେ ଜିଲ୍ଲାପାଳମାନେ ଆବଶ୍ୟକତା ଅନୁଯାୟୀ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରନ୍ତୁ । କୋଭିଡ୍ ଯୁଦ୍ଧରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ସକ୍ରିୟ ଅଂଶଗ୍ରହଣ କରନ୍ତୁ ।
ବର୍ତ୍ତମାନ ସୁଦ୍ଧା ଆମେ କୋଭିଡ୍ ଯୁଦ୍ଧରେ ବହୁତ ଭଲ ପ୍ରଦର୍ଶନ କରୁଛୁ । ଆଗାମୀ ଦିନରେ ଏହା ଜାରି ରହିବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।
ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପିମାନେ ଭିଡ଼ିଓ କନଫରେନ୍ସିଂରେ ଯୋଡି ହୋଇଥିଲେ ।
Previous Post

କରୋନା ରୋଗୀଙ୍କ ପାଇଁ ମେଡ଼ିସିନ୍

Next Post

ହେମନ୍ତ ଶର୍ମାଙ୍କ ହାତରୁ ଗଲା ଏମଏସଏମଇ

Next Post
ହେମନ୍ତ ଶର୍ମାଙ୍କ ହାତରୁ ଗଲା ଏମଏସଏମଇ

ହେମନ୍ତ ଶର୍ମାଙ୍କ ହାତରୁ ଗଲା ଏମଏସଏମଇ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA